ETV Bharat / bharat

ତେଲ ଦର ବୃଦ୍ଧି ନେଇ ଆରଜେଡିର ବିରୋଧ ପ୍ରଦର୍ଶନ, ସାଇକେଲ ଚଲାଇଲେ ତେଜସ୍ବୀ ଯାଦବ - tejashwi yadav

ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କାରଣରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ରାସ୍ତାକୁ ଓହ୍ଲାଇଛନ୍ତି । ପାଟନା ସ୍ଥିତ ବାସଭବନରୁ ତେଜସ୍ବୀ ଯାଦବ ଅନ୍ୟ ଦଳର ନେତାଙ୍କ ସହ ଏକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି ।

ବଢୁଥିବା ତେଲ ଦର ବିରୋଧରେ ଆରଜେଡିର ପ୍ରଦର୍ଶନ
ବଢୁଥିବା ତେଲ ଦର ବିରୋଧରେ ଆରଜେଡିର ପ୍ରଦର୍ଶନ
author img

By

Published : Jun 25, 2020, 2:55 PM IST

ପାଟନା: ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କାରଣରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ରାସ୍ତାକୁ ଓହ୍ଲାଇଛନ୍ତି । ପାଟନା ସ୍ଥିତ ବାସଭବନରୁ ତେଜସ୍ବୀ ଯାଦବ ଅନ୍ୟ ଦଳର ନେତାଙ୍କ ସହ ଏକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଏଥିରେ ଅନେକ ନେତା ରାସ୍ତାକୁ ଓହ୍ଲାଇଛନ୍ତି । ବିହାରରେ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ବିହାର ସରକାରଙ୍କୁ ଘେରି ରହିବାକୁ ଚେଷ୍ଟା ଆରମ୍ଭ କରିଛି ଆରଜେଡି।

ତେଜସ୍ବୀ ଯାଦବ ତାଙ୍କ ଭାଇ ତେଜ ପ୍ରତାପ ଯାଦବଙ୍କ ସହ ଏହି ବିକ୍ଷୋଭରେ ଭାଗ ନେଇଛନ୍ତି। ଉଭୟ ପାଟନା ରାସ୍ତାରେ ଏକ ନିଆରା ବିରୋଧ ପ୍ରଦର୍ଶନ କରିଥିଲେ। ଉଭୟଙ୍କୁ ଦଉଡି ସାହାଯ୍ୟରେ ପ୍ରତୀକାତ୍ମକ ଭାବେ ଟ୍ରାକ୍ଟରକୁ ଟାଣୁଥିବାର ଦେଖାଯାଇଥିଲା । ତେଜସ୍ବୀ ଓ ତେଜ ପ୍ରତାପ ଯାଦବ ସାଇକେଲ ଚଳାଇ ଏହି ପ୍ରତିବାଦ କରିଥିଲେ।

ଏହାସହିତ ପେଟ୍ରୋଲ ଓ ଡିଜେଲ ଦର ବିରୋଧରେ କଂଗ୍ରେସ ମଧ୍ୟ ବିରୋଧ କରିବାକୁ ଘୋଷଣା କରିଛି। ସୋମବାର ଠାରୁ ସାରା ଦେଶରେ କଂଗ୍ରେସ ବିରୋଧ ପ୍ରଦର୍ଶନ ଆରମ୍ଭ କରିବ। ଉଭୟ ଦଳର ମିଳିତ ମଞ୍ଚ ଥିବାରୁ ଆରଜେଡି ଓ କଂଗ୍ରେସ ବିହାରରେ ମଧ୍ୟ ବିରୋଧ କରିବେ। ଚୀନର ମନୋଭାବ ବିରୋଧରେ କଂଗ୍ରେସ ମଧ୍ୟ ଦେଶବ୍ୟାପୀ ବିରୋଧ ଘୋଷଣା କରିଛି।

ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ସି ବେନୁଗୋପାଲ କହିଛନ୍ତି ଯେ ଶୁକ୍ରବାର ଦଳୀୟ କର୍ମୀମାନେ ଚୀନ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିବେ। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂ ମଧ୍ୟ ଭୋପାଳରେ ସାଇକେଲ ଚଳାଇ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବିରୋଧରେ ପ୍ରଦର୍ଶନ କରିଛନ୍ତି।

ଗତ 19 ଦିନ ଧରି ପେଟ୍ରୋଲ ଓ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା ହୋଇଛି। ପ୍ରଥମ ଥର ପାଇଁ ଗୋଟିଏ ଲିଟର ଡିଜେଲର ମୂଲ୍ୟ 80 ଟଙ୍କା ଅତିକ୍ରମ କରିଛି। ଗତ 19 ଦିନ ମଧ୍ୟରେ ଡିଜେଲର ମୂଲ୍ୟ 10 ଟଙ୍କା 62 ପଇସା ଓ ପେଟ୍ରୋଲ ମୂଲ୍ୟ 8 ଟଙ୍କା 66 ପଇସା ବୃଦ୍ଧି ପାଇଛି। ଗୁରୁବାର ଲିଟର ପିଛା 14 ପଇସା ଡିଜେଲ ମହଙ୍ଗା ହୋଇଛି, ଯାହାର ମୂଲ୍ୟ ଲିଟର ପିଛା 80.02 ଟଙ୍କା ହୋଇଛି। ଏଥି ସହିତ ପେଟ୍ରୋଲର ମୂଲ୍ୟ ମଧ୍ୟ 16 ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା 79.92 ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.