ETV Bharat / bharat

ଦୀର୍ଘ 7 ମାସ ପରେ ଆଜିଠୁ ଟ୍ରାକରେ ଗଡିବ ତେଜସ - India's first private train tejas express

ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ ଏକ୍ସପ୍ରେସ ଆଜି ଠାରୁ ପୁନଃ ସେବା ଆରମ୍ଭ କରିବ । ମହାମାରୀ ପାଇଁ ଦୀର୍ଘ 7 ମାସ ଧରି ଅଟକି ରହିଥିଲା ଟ୍ରେନର ଚକଅଖ।

ଦୀର୍ଘ 7 ମାସ ପରେ ଟ୍ରାକରେ ଗଡିବ ତେଜସ
ଦୀର୍ଘ 7 ମାସ ପରେ ଟ୍ରାକରେ ଗଡିବ ତେଜସ
author img

By

Published : Oct 17, 2020, 9:11 AM IST

ନୂଆଦିଲ୍ଲୀ: ଆଜିଠୁ ଟ୍ରାକରେ ଗଡିବ ତେଜସ ଏକ୍ସପ୍ରେସ । ମହାମାରୀ ପାଇଁ ଦୀର୍ଘ 7 ମାସ ଧରି ଅଟକି ରହିଥିଲା ଦେଶର ପ୍ରଥମ ଘରୋଇ ଟ୍ରେନର ଚକ । ସଂକ୍ରମଣକୁ ଦେଖି ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ବ ଦେଇଛି ଆରଆରସିଟିସି । ଲକ୍ଷ୍ନୌ-ନୂଆଦିଲ୍ଲୀ ଓ ଅହମ୍ମଦାବାଦ-ମୁମ୍ବାଇ ଟ୍ରେନରେ ଗୋଟିଏ ଗୋଟିଏ ସିଟକୁ ଫାଙ୍କା ରଖାଯିବ ।

ଦୀର୍ଘ 7 ମାସ ପରେ ଟ୍ରାକରେ ଗଡିବ ତେଜସ
ଦୀର୍ଘ 7 ମାସ ପରେ ଟ୍ରାକରେ ଗଡିବ ତେଜସ

ଯାତ୍ରୀମାନେ ନିଜ ବଗି ବା କୋଚରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କ ଥର୍ମାନ ସ୍କ୍ରିନିଂ କରାଯିବ । ଥରେ କୌଣସି ସିଟ ରେ ବସି ସାରିଥିଲେ, ତାହାକୁ ପରିବର୍ତ୍ତନ କରିବେ କରିପାରିବେ ନାହିଁ । ଆଇଆରସିଟି ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ କୋଭିଡ-19ରୁ ସୁରକ୍ଷାପ୍ରଦାନକାରୀ ପିପିଇ କିଟ ପ୍ରଦାନ କରାଯିବ । ସାନିଟାଇଜର ବୋତଲ, ଫେସ ସିଲ୍ଡ ଓ ଗଲ୍ଭ ମଧ୍ୟ ଦିଆଯିବ । ନିୟମିତ ବ୍ୟବଧାନରେ ପ୍ୟାଣ୍ଟ୍ରି ଅଞ୍ଚଳ ଏବଂ ଲାଭାଟୋରୀ ସମେତ କୋଚ୍ ଡିସଇନଫେକ୍ସନ କରାଯିବ। ଯାତ୍ରୀଙ୍କ ଲଗେଜ୍ ଏବଂ ବ୍ୟାଗେଜ ଡିସଇନଫେକ୍ସନ ପାଇଁ ମଧ୍ୟ ମଧ୍ୟ ଜଣେ କର୍ମଚାରୀ ରହିବେ ।

ଟ୍ରେନର ସମସ୍ତ କର୍ମଚାରୀ ଓ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ ସହ ଆରୋଗ୍ୟ ସେତୁ ଆପ କୁ ମଧ୍ୟ ଡାଉନଲୋଡ କରିବାକୁ କୁହାଯାଇଛି । ଟ୍ରେନ ଚଳାଚଳ ସମୟରେ ଜାରି ହୋଇଥିବା ନୂତନ ଏସଓପିକୁ ଟିକେଟ୍ ବୁକିଂ ସମୟରେ ଯାତ୍ରୀମାନଙ୍କୁ ବିସ୍ତୃତ ସୂଚନା ଦିଆଯିବ।

ଏଥିସହ ଆଇଆରସିଟିସି ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେନରେ ଗତିଶୀଳ ମୂଲ୍ୟ ସ୍ଥଗିତ ରଖିଛି ଏବଂ ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ସର୍ବାଧିକ ଭଡା ସ୍ଥିର କରିଛି। ବର୍ତ୍ତମାନ ତେଜସ ଏକ୍ସପ୍ରେସ ସେବା ପୁନଃ ଆରମ୍ଭ ହେବା ଦ୍ବାରା ଉତ୍ସବ ସମୟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଯୋଗାଇବା । ନବରାତ୍ରୀ ସମୟରେ ଯେଉଁମାନେ ଯିବେ ସେମାନଙ୍କ ପାଇଁ ସ୍ପେଶାଲ ଶାକାହାରୀ ଖାଦ୍ୟର ସୁବିଧା ରହିଛି ।

ଯାତ୍ରୀମାନଙ୍କୁ ଟ୍ରେନର ଯାତ୍ରା ସମୟ ଅନୁଯାୟୀ ଚା, ସ୍ନାକ୍ସ, ଭୋଜନ ସେବା ଯୋଗାଇ ଦିଆଯିବ । ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ଏବଂ ଚା / କଫି ସେବା ଉପଲବ୍ଧ ହେବ ବୋଲି ଆଇଆରସିଟିସି କହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.