ETV Bharat / bharat

ଲାଲୁଙ୍କ ଦୁଇ ପୁଅ ମୁହାଁମୁହିଁ, ଆରଜେଡି ବିରୋଧରେ ନିର୍ବାଚନ ଲଢିବେ ତେଜ ପ୍ରତାପ

ସାଧାରଣ ନିର୍ବାଚନକୁ ବେଶ ସରଗରମ ହୋଇ ଉଠିଛି ବିହାରର ରାଜନୀତି । ଗୋଟିଏ ପଟେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଚ୍ୟାଲେଞ୍ଜ ଦେବା ଆରଜେଡି ନେତୃତ୍ବରେ ଗଢାଯାଇଛି ମହାମେଣ୍ଟ । ଅନ୍ୟପକ୍ଷେ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖା ଦେଇଛି କଳହ ।

author img

By

Published : Mar 30, 2019, 9:31 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାଟନା: ସାଧାରଣ ନିର୍ବାଚନକୁ ବେଶ ସରଗରମ କରିଛି ବିହାରର ରାଜନୀତି । ଗୋଟିଏ ପଟେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଚ୍ୟାଲେଞ୍ଜ ଦେବା ପାଇଁ ଆରଜେଡି ନେତୃତ୍ବରେ ଗଢାଯାଇଛି ମହାମେଣ୍ଟ । ଅନ୍ୟପକ୍ଷରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖା ଦେଇଛି କଳହ। ଲାଲୁଙ୍କ ଦୁଇ ପୁଅ ତେଜସ୍ବୀ ଓ ତେଜ ପ୍ରତାପଙ୍କ ମଧ୍ୟରେ ଲୋକସଭା ନିର୍ବାଚନକୁ ନେଇ ଦିନକୁ ଦିନ ବଢିଚାଳିଛି ବିବାଦ । ଜାହାନାବାଦ ଓ ଶିବହର ଲୋକସଭା ଆସନକୁ ନେଇ ଦୁଇ ଭାଇ ଏବେ ମୁହାଁମୁହିଁ ହୋଇଛନ୍ତି।

ଏହି ସବୁ ଭିତରେ ତେଜପ୍ରତାପ ଶନିବାର ଘୋଷଣା କରିଛନ୍ତି ଯେ ସେ ଜାହାନାବାଦରୁ ତାଙ୍କ ପ୍ରାର୍ଥୀ ଚନ୍ଦ୍ର ପ୍ରକାଶ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ। ଚନ୍ଦ୍ର ପ୍ରକାଶ ଆରଜେଡି ପ୍ରାର୍ଥୀ ସୁରେନ୍ଦ୍ର ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବେ ।

ତେଜପ୍ରତାପ ଚାହୁଁଛନ୍ତି ଯେ ତାଙ୍କ ସହଯୋଗୀ ଚନ୍ଦ୍ର ପ୍ରକାଶଙ୍କୁ ଜାହାନାବାଦ ଓ ଅଙ୍ଗେଶ ସିଂଙ୍କୁ ଶିବହର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଉଛି । କିନ୍ତୁ ତାଙ୍କ ସାନ ଭାଇ ତେଜସ୍ବୀ ଏଥି ପାଇଁ ରାଜି ନୁହଁନ୍ତି । ୨ ଦିନ ପୂର୍ବରୁ ତେଜ ପ୍ରତାପ ପାଟନାରେ ଏନେଇ ଏକ ପ୍ରେସ କନଫରେନ୍ସ କରିଥାନ୍ତେ । କିନ୍ତୁ ତାଙ୍କ ବାପା ଲାଲୁଙ୍କୁ ଏହି ବିଷୟରେ ଜ୍ଞାତ ଥିବାରୁ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରାଯାଇଥିଲା।

ଆନନ୍ଦନପୁର
ଆଙ୍କର-ବାଜିଲାଣି ନିର୍ବାଚନ ବିଗୁଲ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ସେହିପରି ଘଷିପୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ  ପକ୍ଷରୁ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜି ଘଷିପୁରା ନିର୍ବାଚନ ମଣ୍ଡଳୀର ଦରଡିପାଳ ପଞ୍ଚାୟତ ମଙ୍ଗଳପୁର ତୋଟା ଠାରେ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଳ , ଜିଲ୍ଲା ଉପସଭାପତି ସୁବ୍ରତ ଚକ୍ର ,ସଂମାନିତ ଅତିଥୀ ଭାବେ ୧୦ନଂ ଜୋନ ସଭାପତି ନିରାକାର ଜେନା ,ଦରଡ଼ିପାଳ ପଂଚାୟତ ର ନାଏବ ସରପଞ୍ଚ ସୁରେଖା ରାଉତ ,ପଞ୍ଚାୟତ ସଭାପତି ବିଦ୍ୟାଧର ମାଝୀ ଯୋଗ ଦେଇଥିଲେ । ଏହି ସମ୍ବିଳନୀ ରେ ୫୦୦ ରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ । ଏହି ସଭାରେ ସଭାପତି ରତିକାନ୍ତ ବରାଳ କିପରି ପଞ୍ଚାୟତ ସ୍ତରରେ କଂଗ୍ରେସ ମଜବୁତ ହେବ ଏବଂ କିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ହାତ ମୁଠାକୁ ସୁଦୃଢ କରିବେ ସେ ବିଷୟରେ କର୍ମୀ ମାନଙ୍କୁ ବୁଝାଇବା ସହ କେନ୍ଦ୍ର ର ବିଜେପି ଏବଂ ରାଜ୍ୟର ବିଜେଡ଼ି ସରକାର ର ଦୁର୍ନୀତି ବିଷୟରେ କର୍ମୀମାନଙ୍କୁ ବୁଝାଇବା ସହିତ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ କହିଥିଲେ।
ଏହି ସମିଳନୀକୁ କଂଗ୍ରେସ କର୍ମୀ ସନାତନ ମାଝୀ ,ନାରାୟଣ ରାଉତ, ଅମୀୟ ମହାନ୍ତି ,ନିରାକାର ରାଉତ ,ଦ୍ରୁଜ୍ୟଧନ ସାହୁ ,ମାୟାଧର ସାହୁ ,ଦାମଧର ବାରିକ , ଟୁନା ଜେନା ,ରାଜୁ ରାଉତ ,ନିଶାକର ମହାନ୍ତି ଙ୍କ ନେତୃତ୍ୱରେ ଏହି ସଭା ସଫଳ ହୋଇଥିଲା ।
ଆନନ୍ଦନପୁରରୁ ସ୍ମୃତି ରଞ୍ଜନ ବିହାରୀ ଈଟିଭି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.