ETV Bharat / bharat

ନିର୍ବାଚନ ପ୍ରଚାର ସମୟରେ ଲାଲୁ ଲାଡ୍‌ଲାଙ୍କ କ୍ରିକେଟ ଖେଳ

ସମସ୍ତିପୁରର ହସନପୁର ସିଟ୍‌ରୁ ଛାଡି ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବ ନିଜର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋର୍‌ସୋର୍‌ରେ ଜାରି ରଖିଛନ୍ତି । ତେବେ ଗତକାଲି (ରବିବାର) ହସନପୁରରେ ନିଜର ନିର୍ବାଚନୀ ପ୍ରଚାର ସମୟରେ ପିଲାମାନଙ୍କ ସହ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।

ନିର୍ବାଚନ ପ୍ରଚାର ସମୟରେ ଲାଲୁ ଲାଡ୍‌ଲାଙ୍କ  କ୍ରିକେଟ ଖେଳ
ନିର୍ବାଚନ ପ୍ରଚାର ସମୟରେ ଲାଲୁ ଲାଡ୍‌ଲାଙ୍କ କ୍ରିକେଟ ଖେଳ
author img

By

Published : Oct 26, 2020, 10:28 AM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପ୍ରଥମ ଚରଣ ପ୍ରଚାରର ଆଜି ହେଉଛି ଅନ୍ତିମ ଦିନ । ଆଜି ସନ୍ଧ୍ୟା 5ଟା ଯାଏଁ ନିର୍ବାଚନୀ ପ୍ରଚାର କରିପାରିବେ ପାର୍ଥୀ । ତେବେ ଭୋଟ ପାଇଁ ପ୍ରାର୍ଥୀମାନେ ଜୋରସୋର୍‌ରେ ଲାଗି ପଡିଛନ୍ତି । ଏଥିମଧ୍ୟରେ ସମସ୍ତିପୁରର ହସନପୁର ସିଟ୍‌ରୁ ଛାଡି ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବ ନିଜର ନିର୍ବାଚନ ମଣ୍ଡଳୀରେ କିଛିଦିନ ହେଲା ପ୍ରଚାର କରୁଛନ୍ତି । ଖାସ ଅନ୍ଦାଜରେ ଯାଇ ଲୋକଙ୍କ ସହ ଭେଟୁଛନ୍ତି ତେଜପ୍ରତାପ ।

ନିର୍ବାଚନ ପ୍ରଚାର ସମୟରେ ଲାଲୁ ଲାଡ୍‌ଲାଙ୍କ କ୍ରିକେଟ ଖେଳ

ତେବେ ଗତକାଲି (ରବିବାର) ହସନପୁରରେ ନିଜର ନିର୍ବାଚନୀ ପ୍ରଚାର ସମୟରେ ପିଲାମାନଙ୍କ ସହ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।

ନିଜରୱ ନିର୍ବାଚନୀ ରଣକ୍ଷେତ୍ରରେ ପ୍ରଚାର ସମୟରେ ପିଲାମାନଙ୍କୁ କ୍ରିକେଟ ଖେଳୁଥିବାର ଦେଖି ନିଜକୁ ସମ୍ଭାଳି ପାରି ନଥିଲେ । ପିଲାମନଙ୍କ ନିକଟକୁ ଯାଇ ବ୍ୟାଟିଂ କରିଥିଲେ ଓ ବ୍ୟାଟିଂ ବେଳେ ଭଲ ସଟ୍‌ ମଧ୍ୟ ମାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.