ଜୟପୁର: ରାଜସ୍ଥାନର ଅଲବର ସହରରେ ଅତି ଧୁମଧାର ସହକାରେ ପାଳନ କରାଯାଇଛି ତୀଜ ପର୍ବ । ରାଜ ପରିବାର ପକ୍ଷରୁ ସିଟି ପ୍ୟାଲେସରେ ତୀଜ ମାତାଙ୍କ ସବାରୀ ବାହାରିଛି । ଏହି ସମୟରେ ରାଜ ପରିବାରର ସମସ୍ତ ଲୋକ ଉପସ୍ଥିତ ଥିଲେ । ବ୍ୟାଣ୍ଡ ବାଜା ରୋସଣୀ ସହ ଏହି ପୂଜା ସମାପନ ହୋଇଥିଲା ।
ସୂଚନାନୂଯାୟୀ, ହରିୟାଲୀ ତୀଜ ପର୍ବ ମହିଳାଙ୍କ ପର୍ବ ଅଟେ । ଏହି ପର୍ବରେ ମହିଳାମାନେ ଲହରୀର ଶାଢି ପିନ୍ଧି ଦୋଳି ଖେଳିଥାନ୍ତି । ଏହି କାର୍ଯ୍ୟକ୍ରମ 1840 ମସିହାରୁ ଆରମ୍ଭ ହୋଇଛି । ରାଜ ପରିବାର ପକ୍ଷରୁ ଏହି ପର୍ବ ପାଳନ କରାଯାଉଥିବାବେଳେ । ଏଥିରେ ସଧବା ମହିଳା ମାନେ ନିଜର ସ୍ବାମୀର ଦୀର୍ଘାୟୁ କାମନା କରୁଥିବାବେଳେ କୁଆଁରୀ ମାନେ ଭଲ ବର ପାଇଁ ତୀଜ ମାତାଙ୍କ ବ୍ରତ ରଖିଥାନ୍ତି ।
ଦ୍ବିପହର ପରେ ସହରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ମେଳା ଲାଗିବା ସହ ବିଭିନ୍ନ ଦୋକାନ ବଜାର ପଡିଥାଏ । କାର୍ଯ୍ୟକ୍ରମର ବ୍ୟବସ୍ଥାପକ ନରେନ୍ଦ୍ର ସିଂହଙ୍କ କହିବାନୂଯାୟୀ, ଏହି ପର୍ବ ସମୟରେ ସିଟି ପ୍ୟାଲେସ ରେ ଥିବା ସୀତାରାମଙ୍କ ମନ୍ଦିର ମଧ୍ୟ ଖୋଲିଥାଏ । ଏହି ଉତ୍ସବରେ ସିଟି ପ୍ୟାଲେସରେ ମଧ୍ୟ ମେଳାର ଆୟୋଜନ ହୋଇଥାଏ ।
ଏହା ବ୍ୟତୀତ ସହରର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ମହିଳା ସଙ୍ଗଠନ , ଏନଜିଓ ଓ କ୍ଲବ ଗୁଡିକ ପକ୍ଷରୁ ତୀଜ ପର୍ବ ପାଳନ କରାଯାଇଥାଏ ।