ପାଟନା: ମାନବ ଶୃଙ୍ଖଳା ଚେନ୍ କାର୍ଯ୍ୟକ୍ରମରେ ଶିକ୍ଷକଙ୍କ ମୃତ୍ୟୁ । ରବିବାର ବିହାର ମୁଖ୍ୟମନ୍ତ୍ରୀ ନିତିଶ୍ କୁମାରଙ୍କ ଦ୍ବାରା ଆୟୋଜିତ ମାନବ ଶୃଙ୍ଖଳା ଚେନ୍ କାର୍ଯ୍ୟକ୍ରମରେ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ତେବେ ମୃତ ଶିକ୍ଷକ ଜଣଙ୍କ ନାମ ମହମ୍ମଦ ଦାଉଦ ହୋଇଥିବା ବେଳେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଏବଂ ସାମାଜିକ କୁପ୍ରଥା ଭଳି ସମସ୍ୟା ଦୂର କରିବା ପାଇଁ ମାନବ ଶୃଙ୍ଖଳା ଚେନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ମହମ୍ମଦ ଦାଉଦ ଉପସ୍ଥିତ ଥିଲେ । ତେବେ ହଠାତ୍ ଦାଉଦଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।