ହାଇଦ୍ରାବାଦ: ଛାତ୍ରଛାତ୍ରୀଙ୍କ କୃତିତ୍ବ ପାଇଁ ଗର୍ବିତ ଶିକ୍ଷକ। ଦୀର୍ଘ 20 ବର୍ଷ ଧରି ଛାତ୍ରଛାତ୍ରୀଙ୍କ ପାଇଁ କରୁଥିବା ଅବିରତ ପ୍ରୟାସ ପାଇଁ ଆଜି ସୁନ୍ଦର ଭବିଷ୍ୟତ ଗଢିବାରେ ସକ୍ଷମ ପ୍ରତି ପିଲା। ଏ ହେଉଛି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ତେନାଲି ଅଞ୍ଚଳର ଦୃ୍ଶ୍ୟ । ଯେଉଁଠାରେ ଛାତ୍ରଛାତ୍ରୀଙ୍କ କୃତିତ୍ବ ପାଇଁ କିଛି ଭିନ୍ନ କରିବାକୁ ଉଦ୍ୟମ କରିଛନ୍ତି ଶିକ୍ଷକ ପିଲ୍ଲୀ ବିଜୟଶଙ୍କର।
20ବର୍ଷ ତଳେ ରେଲୱେ କୋଚିଂ ପାଇଁ ପିଲ୍ଲୀ ଏକ କୋଚିଂ ସେଣ୍ଟର ଆରମ୍ଭ କରିଥିଲେ। ଯେଉଁଠାରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଅନେକ ଛାତ୍ରଛାତ୍ରୀ ରେଳବାଇରେ ଚାକିରୀ କରିବା ସହ ଏକ ସୁନ୍ଦର ଭବିଷ୍ୟତ ଗଢିପାରିଛନ୍ତି। ଛାତ୍ରଛାତ୍ରୀଙ୍କର ଏହି କୃତିତ୍ବ ପାଇଁ ରେଳ ବିଭାଗକୁ ଧନ୍ୟବାଦ ଦେବାକୁ ଯାଇ ରେଳ ଇଞ୍ଜିନ ସଦୃଶ ଏକ ପାଣି ଟାଙ୍କି ତିଆରି କରିଛନ୍ତି ପିଲ୍ଲୀ।
ଏହା ଅନେକ ଲୋକଙ୍କ ଆକୃଷ୍ଟ କରିବା ସହ ପିଲ୍ଲୀଙ୍କ ପରିଶ୍ରମ ଓ ପରୋପକାରିତାର ଏକ ଉଦାହରଣ ବୋଲି କୁହନ୍ତି ପରିବାରଲୋକେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ