ହାଇଦ୍ରାବାଦ: ଶିକ୍ଷକଙ୍କୁ ପୂଜା କରାଯାଏ । ସେମାନେ ଶିକ୍ଷାକୁ ଏକ ନୂଆ ଦିଗ ଦିଅନ୍ତି । କିନ୍ତୁ ଶିକ୍ଷକ ଯେତେବେଳେ ଲଜ୍ଜାକର କାର୍ଯ୍ୟ କରନ୍ତି ସେତେବେଳେ ଶିକ୍ଷକ ଜାତିରେ କଳଙ୍କ ଲାଗିଯାଏ । ତେଲେଙ୍ଗାନାରେ ପାଞ୍ଚ ଶିଶୁଙ୍କୁ ଅସଦାଚରଣ କରି ଜଣେ ଶିକ୍ଷକ ଗିରଫ ।
ସୂଚନାଅନୁସାରେ, ଭଦ୍ରାଦ୍ରୀ କୋଠାଗୁଡେମ ଥାନା ଅନ୍ତର୍ଗତ ଲକ୍ଷ୍ମୀଦେବପାଲ୍ଲୀ ମଣ୍ଡଳ ଚିନ୍ତାଭଆରୀ ଗାଁର ଏକ ସ୍କୁଲ ଶିକ୍ଷକ ଦୋଦା ସୁନିଲ କୁମାରଙ୍କ ବିରୋଧରେ ପାଞ୍ଚ ଶିଶୁଙ୍କୁ ଅସଦାଚରଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ବିଷୟରେ ଜଣେ ଶିଶୁଙ୍କ ଅଭିଭାବକ ଥାନାରେ ଅଭିଯୋଗ କରିଥିବା ଗଣମାଧ୍ୟମକୁ କହିଛନ୍ତି ପୋଲିସ ଅଧିକାରୀ ସୁନୀଲ ଦତ୍ତ । ଏହି ଘଟଣାଟି ଗତ ଅଗଷ୍ଟ ଓ ନଭେମ୍ବର ଭିତରେ ଘଟିଥିବା ଜଣାପଡିଛି ।
ଅଭିଯୋଗକୁ ଭତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଭାରତୀୟ ଦଣ୍ଡ ବିଧାନ 376ଏବି ଓ ସେକ୍ସନ 6 ଅନୁସାରେ ପୋକ୍ସୋ ଆଇନରେ ଏକ ମାମଲା ରୁଜ୍ଜୁ ହୋଇଛି । ଆଜି ଅଭିଯୁକ୍ତକୁ ରିମାଣ୍ଡରେ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
@ANI