https://ndtv.com/hindi/tea-leaf-extracts-could-help-inhibit-growth-of-lung-cancer-cells-1856823
ହାଇଦ୍ରାବାଦ: କେତେ ଲୋକ ଅଛନ୍ତି ଯେଉଁମାନେ ଚା’ର ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ଭାବିଥାନ୍ତି । ତେଣୁ ସେମାନଙ୍କର ଇଚ୍ଛା ଥିଲେ ମଧ୍ୟ ସେମାନେ ଏହାକୁ ସେବନ କରିବାକୁ ଭୟ କରିଥାନ୍ତି । ହେଲେ ସେମାନେ ଜାଣି ନଥାନ୍ତି ଯେ, ଚା' ପିଇଭା ଦ୍ବାରା ସେମାନଙ୍କୁ କେତେ ବଡ ଫାଇଦା ମିଳିବ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ, ଚା' ପତିରେ ମିଳୁଥିବା ନୈନୋପାର୍ଟିକଲ କର୍କଟ କୋଷକୁ ନଷ୍ଟ କରିପାରେ ।
ଚା’ପତିରୁ ମିଳୁଥିବା ନୈନୋପାର୍ଟିକଲ୍ସ ଫୁସଫୁସ କର୍କଟ କୋଷର ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ଏବଂ ସେମାନଙ୍କ ମଧ୍ୟରୁ 80 ପ୍ରତିଶତ କୋଷକୁ ନଷ୍ଟ କରିଥାଏ । ଭାରତୀୟ ଏବଂ ବ୍ରିଟିଶ ବୈଜ୍ଞାନିକମାନଙ୍କର ଏକ ଟିମ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି।
ବ୍ରିଟେନର ସ୍ବାନସି ବିଶ୍ୱବିଦ୍ୟାଳୟର ସୁଧାଗର ପିଚଇମୁଥୁ କହିଛନ୍ତି ଯେ, ଆମର ଅନୁସନ୍ଧାନ ପୂର୍ବ ରିସର୍ଚ୍ଚକୁ ପ୍ରମାଣିତ କରିଛି ଯେ, ଚା' ପତିରୁ ଉତ୍ପନ୍ନ ନୈନୋ-ପାର୍ଟିକଲ ରାସାୟନିକ ପଦାର୍ଥ ବ୍ୟବହାର କରି କ୍ୱାଣ୍ଟମ ଡଟସ ତିଆରି କରିବା ପାଇଁ ଏକ ବିଷାକ୍ତ ବିକଳ୍ପ ହୋଇପାରେ ।
ପିଚଇମୁଥୁ କହିଛନ୍ତି," ଏହା ଆଶ୍ଚର୍ଯ୍ୟଜନକ ଥିଲା, କ୍ୱାଣ୍ଟମ ଡଟସ ସକ୍ରିୟ ଭାବେ ଫୁସଫୁସ କର୍କଟ କୋଷର ବୃଦ୍ଧିକୁ ରୋକିଦେଇଥିଲା । ଯାହା ଆମେ କେବେ ଆଶା କରିନଥିଲୁ " ।
କ୍ୱାଣ୍ଟମ ଡଟସକୁ ରାସାୟନିକ ଭାବରେ ତିଆରି କରାଯାଇପାରେ, କିନ୍ତୁ ଏହା ଜଟିଳ ଏବଂ ମହଙ୍ଗା ଅଟେ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଅଛି । ତେବେ ଏହି ଅଧ୍ୟୟନ ଟିମରେ ତାମିଲନାଡୁ ସ୍ଥିତ କେ ଏସ ରଙ୍ଗାସାମି ଟେକ୍ନୋଲୋଜି କଲେଜ ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଧ୍ୟ ସାମିଲ ହୋଇଥିଲେ।