ETV Bharat / bharat

ନାଇଡୁଙ୍କୁ ଝଟକା, ପଦବୀରୁ ମୁହଁ ଫେରାଇଲେ ନେତା

author img

By

Published : Jun 5, 2019, 10:33 AM IST

ଲୋକସଭା ପାଇଁ ଦଳୀୟ ହ୍ବିପ ରହିବାକୁ ଅନିଚ୍ଛା ପ୍ରକାଶ କଲେ ଟିଡିପି ସାଂସଦ କେସିନେନି ଶ୍ରୀନିବାସ ।

ଫଟୋ ସୌଜନ୍ୟ: ଏଏନଆଇ

ଅମରାବତୀ: ଟିଡିପିର ବିପର୍ଯ୍ୟୟ ପରେ ପଦ ପଦବୀରୁ ମୁହଁ ଫେରାଉଛନ୍ତି ନେତା । ପରାଜୟର ଗ୍ଲାନିରୁ ଏପର୍ଯ୍ୟନ୍ତ ବାହାରିନାହାଁନ୍ତି ଦଳୀୟ ବିଧାୟକ ଓ ସାଂସଦ । ବୋଧହୁଏ ଦଳ ମୁଖିଆଙ୍କ ଉପରେ ନେତା ଓ କର୍ମୀଙ୍କ ଭରସା ପାଉନି । ଲୋକସଭା ପାଇଁ ଦଳର ହ୍ବିପ ନିଯୁକ୍ତ ହୋଇଥିବା କେସିନେନି ଶ୍ରୀନିବାସ ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ଏମିତି କିଛି ଚର୍ଚ୍ଚା ହେଉଛି ।

ଲୋକସଭା ପାଇଁ କେସିନେନିଙ୍କୁ ଦଳୀୟ ହ୍ବିପ ନିଯୁକ୍ତ କରିଥିଲେ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ । ହେଲେ ଏହି ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି କେସିନେନି ଶ୍ରୀନିବାସ । ଏନେଇ ସେ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠିଲେଖି ଜଣାଇ ଦେଇଛନ୍ତି ।

ନିଜ ଚିଠିରେ ସେ ଦର୍ଶାଇଛନ୍ତି, ମୋତେ ଏଭଳି ପଦରେ ନିଯୁକ୍ତି ଦେଇଥିବାରୁ ମୁଁ ଚନ୍ଦ୍ରବାବୁ ନାଇଡୁଙ୍କୁ ଧନ୍ୟବାଦ ଜଣାଉଛି । କିନ୍ତୁ ମୋ ଠାରୁ ଆହୁରି ଦକ୍ଷ ଓ ଉପଯୁକ୍ତ ଲୋକଙ୍କୁ ଏହି ପଦରେ ନିଯୁକ୍ତି ଦେବାକୁ ମୁଁ ଅନୁରୋଧ କରୁଛି । କାହିଁକିନା ମୁଁ ଏହି ଦାୟିତ୍ବକୁ ସୂଚାରୁରୂପରେ ସମ୍ପାଦନ କରିବା ପାଇଁ ନିଜକୁ ଉପଯୁକ୍ତ ମଣୁନଥିବା କହିଛନ୍ତି ଶ୍ରୀନିବାସ ।

Intro:Body:

cccd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.