ଅମରାବତୀ: ତେଲୁଗୁ ଦେଶମ ପାର୍ଟି(ଟିଡ଼ିପି)ର ଗନ୍ନା ଭରମ ନିର୍ବାଚନମଣ୍ଡଳୀର ବିଧାୟକ ବଲ୍ଲଭନେନୀ ବଂଶୀ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବଂଶୀ ଦଳର ପ୍ରାଥମିକ ସଦସ୍ୟ ପଦ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏନେଇ ତାଙ୍କର ଇସ୍ତଫାପତ୍ର ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି ।
ସେ କହିଛନ୍ତି କି ଟିଡ଼ିପି ବିରୋଧରେ ଶାସକ ଦଳ ଓ୍ବାଇଏସଆର କଂଗ୍ରେସ ଦଳର ଅତ୍ୟାଧିକ କାର୍ଯ୍ୟାନୁଷ୍ଠାନ ତଥା ପ୍ରତିଶୋଧମୂଳକ ବ୍ୟବହାର କାରଣରୁ ଆମେ ମାନେ ଅନେକ ସମୟରେ ବିପଦରେ ରହୁଛୁ । ଏପରିକି ଆମର କିଛି ସହଯୋଗୀଙ୍କୁ ମଧ୍ୟ ଏହାର ସାମ୍ନା କରିବାକୁ ପଡ଼ୁଛି ବୋଲି ସେ ସୂଚନା ଦେଇଛନ୍ତି । ଆମମାନଙ୍କୁ ଯେଉଁମାନେ ନିର୍ବାଚିତ କରିଛନ୍ତି ସେମାନଙ୍କୁ ମଧ୍ୟ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ସେ ।
ଏହା ସହିତ ଅନେକ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଏହା ସହିତ ସେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି ଚନ୍ଦ୍ରବାବୁ ନାଇଡ଼ୁ ତାଙ୍କ ନେତୃତ୍ବରେ କାର୍ଯ୍ୟ କରିବାରୁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି । ଦଳୀୟ ନେତୃତ୍ବଙ୍କ ଦିଆଯାଇଥିବା ସମସ୍ତ କାର୍ଯ୍ୟକୁ ସଫଳତାର ସହ ଶେଷ କରିପାରିଥିବା ନେଇ ସେ କହିଛନ୍ତି ।
ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସେ କହିଛନ୍ତି ବର୍ତ୍ତମାନର ଶାସକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଆଲୋଚନା ହୋଇଛି । ସେ ଓ୍ବାଇଏସଆରସିପିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ଦେଇଛନ୍ତି ।