ETV Bharat / bharat

ତବାରକୁ ଦେବୀ: ନିଜ ସହ ଅନ୍ୟ ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ - ହିମାଳଚଳ ପ୍ରଦେଶ ଖବର

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର କରସୋଗର ତବାରକୁ ଦେବୀ । ସେ ଏମିତି ଜଣେ ମହିଳା ଯିଏ ନିଜ ସହ ଅନ୍ୟ ମହିଳାଙ୍କ ଜୀବନରେ ଆଣିଛନ୍ତି ପରିବର୍ତ୍ତନ । ଘରର ଅନାବଶ୍ୟକ ସାମଗ୍ରୀକୁ ପୁନଃରୁଦ୍ଧାର କରି ନିଜ ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିବା ସହ ଗ୍ରାମାଞ୍ଚଳର ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ଖୋଜିଛନ୍ତି ରୋଜଗାରର ବାଟ । ଅଧିକ ପଢନ୍ତୁ...

ତବାରକୁ ଦେବୀ: ନିଜ ସହ ଅନ୍ୟ ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

author img

By

Published : Oct 22, 2020, 1:13 PM IST

ହିମାଚଳ ପ୍ରଦେଶ(କରସୋଗ): ନାରୀ ହିଁ ଲକ୍ଷ୍ମୀ, ସରସ୍ବତୀ, ଦୁର୍ଗା । ସେ କେତେବେଳେ ଲକ୍ଷ୍ମୀବାଇ ତ କେତେବେଳେ ମଦରଟେରସା... ତ ଆଉ କେତେବେଳେ ସାବିତ୍ରୀ ଫୁଲେ । କେବଳ ଏତିକି ନୁହେଁ ଏହି ନାରୀ ଦିନେ କଳ୍ପନା ଚାୱଲା ହୋଇ ମହାକାଶରେ କରିଥିଲା ଯାତ୍ରା । ନାରୀ ଶକ୍ତିର ଏମିତି ହିଁ ଆଉ ଏକ ରୂପ ହେଉଛନ୍ତି ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା କରସୋଗର ତବାରକୁ ଦେବୀ । ସେ କେବଳ ଯେ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିଛନ୍ତି ତାହା ନୁହେଁ ନିଜ ଭଳି ଅନ୍ୟ ମହିଳାଙ୍କ ଜୀବନରେ ମଧ୍ୟ ଆଣିଛନ୍ତି ପରିବର୍ତ୍ତନ । ଘରର ଅନାବଶ୍ୟକ ସାମଗ୍ରୀକୁ ପୁନଃରୁଦ୍ଧାର କରି ନିଜ ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିବା ସହ ଗ୍ରାମାଞ୍ଚଳର ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ଖୋଜିଛନ୍ତି ରୋଜଗାରର ବାଟ ।

କଳା ଓ ହସ୍ତଶିଳ୍ପରେ ଡିପ୍ଲୋମା ଏବଂ ଏମଏରେ ଡିଗ୍ରୀ ହାସଲ କରିବା ପରେ ତବାରକୁ ଦେବୀ ଚାକିରି ପଛରେ ନ ଗୋଡାଇ ଆତ୍ମନିଯୁକ୍ତିର ରାସ୍ତା ବାଛିଥିଲେ । 2011ରେ ସେ ଗାଁର କିଛି ମହିଳାଙ୍କ ସହ ମିଶି ଅଦରକାରୀ ସାମଗ୍ରୀ ଏବଂ କଦଳୀ ପତ୍ରରୁ ବିଭିନ୍ନ ପ୍ରକାର ଉତ୍ପାଦ ଉତ୍ପାଦନ କରିଥିଲେ । ଆଉ ସେମାନଙ୍କ ହାତ ତିଆରି ସାମଗ୍ରୀ ସ୍ଥାନୀୟ ମେଳାରେ ଲୋକଙ୍କୁ ବେଶ ଭଲ ପ୍ରତିକ୍ରିୟା ମିଳିଥିଲା । ଆଜି ଏହି ମହିଳାମାନେ ଅଦରକାରୀ ବସ୍ତୁରୁ ଅନେକ ଉତ୍ପାଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ସହ ଭଲ ରୋଜଗାର ମଧ୍ୟ କରୁଛନ୍ତି । ଏହି ମହିଳାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି ।

ତବାରକୁ ଦେବୀ: ନିଜ ସହ ଅନ୍ୟ ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ତବାରକୁ ଦେବୀଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଆଜି ସେ ସ୍ଥାନୀୟ ମହିଳାଙ୍କ ପାଇଁ ଆଦର୍ଶ । ତବାରକୁ ଦେବୀ ଏବଂ ତାଙ୍କ ସହ ଜଡିତ ଅନ୍ୟ ମହିଳାମାନେ ନିଜ ଆର୍ଥିକ ସ୍ଥିତିକୁ ଦୃଢ କରିବା ସହ ପିଏମ ମୋଦିଙ୍କ ସ୍ବଚ୍ଛ ଭାରତ ସ୍ବପ୍ନକୁ ପୂରଣ କରୁଛନ୍ତି ।

ମହିଳାମାନେ ଘର କାମ ସହ ଅନ୍ୟ ସମସ୍ତ କ୍ଷେତ୍ରରେ ସମାଜର ସମସ୍ତ ବାଧାବିଘ୍ନର ସାମ୍ନା କରି ସଫଳତାର ଶୀର୍ଷ ଛୁଇଁପାରିବେ ତାହା ପ୍ରମାଣ କରି ଦେଖାଇଛନ୍ତି ତବାରକୁ ଦେବୀ । ଆଉ ଯୌତୁକ ପାଇଁ ଝିଅ-ଭଉଣୀଙ୍କୁ ନିର୍ଯାତନା ଦେଉଥିବା ମଣିଷ ସମାଜ ପାଇଁ ସାଜିଛନ୍ତି ପ୍ରେରଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.