ରାଞ୍ଚି: ତବରେଜ ଅଂସାରୀ ଭିଡହିଂସା ମାମଲାରେ 6 ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ରାଞ୍ଚି ହାଇକୋର୍ଟ ଏହି ଅଭିଯୁକ୍ତଙ୍କୁ ଦେଇଛନ୍ତି ଜାମିନ । ଜଷ୍ଟିସ ଆର ମୁଖପାଧ୍ୟାୟଙ୍କ ଅଦାଲତରେ ଭୀମସେନ ମଣ୍ଡଳ, ଚାମୁ ନାୟକ, ମହେଶ ମହଲୀ, ସତ୍ୟନାରାୟଣ ନାୟକ, ମଦନ ନାୟକ, ବିକ୍ରମ ମଣ୍ଡଳକୁ ମିଳିଛି ଜାମିନ।
ସମସ୍ତଙ୍କ ଜାମିନ ପାଇଁ ପୂର୍ବରୁ ହାଇକୋର୍ଟରେ ଯାଚିକା ଦାୟର କରାଯାଇଥିଲା । ଜୁନ ମାସରେ ଝାଡଖଣ୍ଡ ସରେଇକଳା ଅଞ୍ଚଳରେ ବାଇକ ଚୋରି କରୁଥିବା ବେଳେ ତବରେଜ ଅଂସାରୀ ଗ୍ରାମବାସୀଙ୍କ ହାତରେ ଧରା ପଡିଥିଲା । ଫଳରେ ରାସ୍ତା ମଝିରେ ତବରେଜଙ୍କୁ ମାଡ ମାରିବା ସହ ଜୟ ଶ୍ରୀରାମ ଉଚ୍ଚାରଣ ପାଇଁ ବାଧ୍ୟ କରାଯାଇଥିଲା ।