ETV Bharat / bharat

ଇଡଲି ବେପାରରେ ପୁଞ୍ଜି ଖଟାଇବେ ମହିନ୍ଦ୍ରା ମାଲିକ! - Tamilnadu women selling idli

ତାମିଲନାଡୁର ପେରୁ ନିକଟବର୍ତ୍ତୀ ଭଦିଭେଲାମପଲୟମ ଗାଁରେ ରହୁଥିବା 80 ବର୍ଷୀୟ ବୃଦ୍ଧା କେ କମଲାଥଲ । ମାତ୍ର ଏକ ଟଙ୍କାରେ ସେ ଇଡିଲି ସହ ସମ୍ବର ଓ ଚଟଣୀ ବିକ୍ରି କରୁଛନ୍ତି । ପରିଣତ ବୟସରେ ତାଙ୍କର ଏହି କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାବେଳେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଉକ୍ତ ବୃଦ୍ଧାଙ୍କ ଏକ ଭିଡିଓକୁ ଟ୍ବିଟ୍‌ କରି କ୍ୟାପସନ ଲେଖିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 12, 2019, 1:20 PM IST

ତାମିଲନାଡୁ: ବର୍ତ୍ତମାନ ସମୟରେ ସବୁ ଜିନିଷର ଦରଦାମ ଆକାଶ ଛୁଆଁ । ଆଉ ଏମିତି ସ୍ଥିତିରେ ଏକ ଟଙ୍କାରେ ପେଟପୂରା ଖାଇବା କଥା ସ୍ବପ୍ନର ବିଷୟ । ଟଙ୍କାକରେ ଗୋଟିଏ ଚକ୍‌ଲେଟ ଛଡା ଆଉ କିଛି ବି ଆଶା କରିବା ବୃଥା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ଟଙ୍କାରେ ପେଟପୂରା ଇଡିଲି ସହ ସମ୍ବର ଓ ଚଟଣୀ ଖାଇବାକୁ ମିଳିଛି ।

ତାମିଲନାଡୁର ପେରୁ ନିକଟବର୍ତ୍ତୀ ଭଦିଭେଲାମପଲୟମ ଗାଁରେ ରହୁଥିବା 80 ବର୍ଷୀୟ ବୃଦ୍ଧା କେ କମଲାଥଲ । ମାତ୍ର ଟଙ୍କାକରେ ସେ ଇଡଲି ସହ ସମ୍ବର ଓ ଚଟଣୀ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ ନିଜ ବୟସର ଅନ୍ୟ ବୃଦ୍ଧାଙ୍କ ଠାରୁ ସେ ଯଥେଷ୍ଟ ସୁସ୍ଥ ଓ ସବଳ । ବୃଦ୍ଧା କମଲାଥଲଙ୍କ ଏହି କାମ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଛି।

selling idlis in one rupees
ଫଟୋ ସୌଜନ୍ୟ: ଟ୍ୱିଟର@anandmahindra

ଏପରିକି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଉକ୍ତ ବୃଦ୍ଧାଙ୍କ ଏକ ଭିଡିଓକୁ ଟ୍ବିଟ କରି କ୍ୟାପସନ ମଧ୍ୟ ଲେଖଛନ୍ତି । ଉକ୍ତ ଭିଡିଓରେ କମଲାଥଲ ମାତ୍ର ଗୋଟିଏ କାଠରେ ଜଳୁଥିବା ଚୁଲିର ବ୍ୟବହାର କରୁଛନ୍ତି । ଆନନ୍ଦ ମହିନ୍ଦ୍ରା ପୋଷ୍ଟରେ ମଧ୍ୟ ଲେଖିଛନ୍ତି ଯେ, ଯଦି କେହି ସେହି ବୃଦ୍ଧାଙ୍କୁ ଜାଣିଛନ୍ତି ତାହେଲେ ମୁଁ ତାଙ୍କୁ ଗୋଟିଏ ଇନ୍ଧନ ଗ୍ୟାସ ଚୁଲି ସହ ତାଙ୍କ ବ୍ୟବସାୟରେ ଟଙ୍କା ନିବେଶ କରିବାକୁ ଚାହୁଁଛି।

ଭିଡିଓ ସୌଜନ୍ୟ: ଟ୍ୱିଟର @anandmahindra

ଅପରପକ୍ଷେ ଏସମ୍ପର୍କରେ କମଲାଥଲଙ୍କୁ ପଚାରିଲେ ସେ କୁହନ୍ତି, ପ୍ରତ୍ୟେକ ଦିନ ଦୋକାନକୁ ଆସୁଥିବା ଲୋକେ ଯେମିତି ପେଟପୂରା ଇଡିଲି ଖାଇପାରିବେ ତାହା ମୋର ଲକ୍ଷ୍ୟ । ଯେଉଁକାରଣରୁ ସେ ଇଡଲିର ଦାମ ଏକ ଟଙ୍କା ରଖିଛନ୍ତି । ଯହା ଦ୍ବାରା ଏଠାକୁ ଆସୁଥିବା ପ୍ରତ୍ୟେକ ଲୋକ କିଛି ପଇସା ବଞ୍ଚେଇବା ସହ ନିଜ ପେଟ ମଧ୍ୟ ଭରିପାରିବେ ।

ପୂର୍ବରୁ ଏହାର ଦାମ 50 ପଇସା ଥିଲା, ମାତ୍ର ଜିନିଷର ଦରଦାମ ବଢିବାରୁ ମୋତେ ଏହାର ଦାମ ଏକ ଟଙ୍କା କରିବାକୁ ପଡିଲା । ପ୍ରତିଦିନ ପାଖାପାଖି ସେ ଏକ ହଜାର ଇଡଲି ବିକ୍ରି କରନ୍ତି । ଯେଉଁଥିରୁ 200 ଟଙ୍କା ରୋଜଗାର ହୋଇଥାଏ । ଆଗାମୀ ଦିନରେ ସେ ଏହାର ଦାମ ବଢାଇବେ ନାହିଁ ବୋଲି କହିଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.