ETV Bharat / bharat

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ମନିଟରିଂ ଏଜେନ୍ସି ରିପୋର୍ଟ ପରେ ନିଷ୍ପତ୍ତି ନେବେ ରାଜ୍ୟପାଳ

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଜଡିତ 7 ଦୋଷୀଙ୍କୁ ମୁକ୍ତ କରିବା ପ୍ରସଙ୍ଗ ନେଇ ନୀରବତା ଭାଙ୍ଗିଛନ୍ତି ତାମିଲନାଡୁ ରାଜ୍ୟପାଳ । ଅପରାଧୀଙ୍କୁ ମୁକ୍ତ କରିବା ପାଇଁ ମନିଟରିଂ ଏଜେନ୍ସିର ରିପୋର୍ଟକୁ ଅପେକ୍ଷା କରିଥିବା କହିଲେ ରାଜ୍ୟପାଳ ।

author img

By

Published : Jul 30, 2020, 4:58 PM IST

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ
ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଜଡିତ 7 ଦୋଷୀଙ୍କୁ ମୁକ୍ତ କରିବା ପ୍ରସଙ୍ଗ ନେଇ ନୀରବତା ଭାଙ୍ଗିଛନ୍ତି ତାମିଲନାଡୁ ରାଜ୍ୟପାଳ । ଏପର୍ଯ୍ୟନ୍ତ ଦୋଷୀଙ୍କୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ଉପରେ ରାଜ୍ୟପାଳ ବନୱାରୀ ଲାଲ୍ ପୁରୋହିତ ନୀରବତା କରିଛନ୍ତି । ପୁରୋହିତ କହିଛନ୍ତି ଯେ ଅପରାଧୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ମନିଟରିଂ ଏଜେନ୍ସିର ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

ସେମାନଙ୍କୁ ମୁକ୍ତ କରିବା ପାଇଁ ସିବିଆଇର ଏକ ମନିଟରିଂ ଏଜେନ୍ସି ଗଠନ କରାଯାଇଛି । ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟଙ୍କୁ କହିଛନ୍ତି ଯେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଆଉ କଣ ପଦକ୍ଷେପ ନିଆଯିବ ସେଥିପାଇଁ ରାଜ୍ୟପାଳ ମନିଟରିଂ ଏଜେନ୍ସିର ଅନ୍ତିମ ରିପୋର୍ଟକୁ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ମାଡ୍ରାସ ହାଇକୋର୍ଟ କହିଥିଲେ ଯେ ତାମିଲନାଡୁ ସରକାରଙ୍କ ସୁପାରିଶକୁ ରାଜ୍ୟପାଳ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରିବା ଉଚିତ। ଏହା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହେବା ଉଚିତ ।

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପେରାରିଭଲନ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ପେରାରିଭଲନ୍ ତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ଦର୍ଶାଇ 90 ଦିନ ପାଇଁ ପାରୋଲ ଚାହୁଁଥିଲେ । କୋର୍ଟଙ୍କ କହିବାନୁସାରେ, ରାଜ୍ୟପାଳ ଦୀର୍ଘ ସମୟ ଧରି ଏହି ମାମଲାକୁ ଅଟକାଇ ପାରିବେ ନାହିଁ ଓ ରାଜ୍ୟପାଳଙ୍କଠାରୁ ପ୍ରଥମ ପ୍ରତିକ୍ରିୟା ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶଥାଉକି, ତାମିଲନାଡୁ କ୍ୟାବିନେଟ୍ ସେପ୍ଟେମ୍ବର 2018 ରେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର 7 ଦୋଷୀଙ୍କୁ ମୁକ୍ତ କରିବାକୁ ସୁପାରିଶ କରିଥିଲେ କିନ୍ତୁ ରାଜ୍ୟପାଳ ପୁରୋହିତ ଏହି ସୁପାରିଶକୁ ଅନୁମୋଦନ କରିନାହାଁନ୍ତି କିମ୍ବା ପ୍ରତ୍ୟାଖ୍ୟାନ ବି କରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.