ETV Bharat / bharat

ତାମିଲ ଟିଭି ଚ୍ୟାନେଲ 27 ସାମ୍ବାଦିକ କୋରୋନା ଆକ୍ରାନ୍ତ - tamilnadu

ତାମିଲ ଟିଭି ଚ୍ୟାନେଲ 27 ସାମ୍ବାଦିକ କୋରୋନା ଆକ୍ରାନ୍ତ । ଚେନ୍ନାଇରେ ସମସ୍ତେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

Tamil TV Channel Has 27 Confirmed Cases Of Covid-19
ତାମିଲ ଟିଭି ଚ୍ୟାନେଲ 27 ସାମ୍ବାଦିକ କୋରୋନା ଆକ୍ରାନ୍ତ
author img

By

Published : Apr 21, 2020, 11:16 PM IST

ଚେନ୍ନାଇ: ତାମିଲ ଟିଭି ଚ୍ୟାନେଲରେ କାମ କରୁଥିବା ମୋଟ 27 ସାମ୍ବାଦିକ ମଙ୍ଗଳବାର କୋଭିଡ -19 ପଜିଟିଭ ଚିହ୍ନଟ ହୋଇଛନ୍ତି । ତାମିଲନାଡୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ପ୍ରତିନିଧିତ୍ୱ କରୁଥିବା ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଚେନ୍ନାଇରେ ସମସ୍ତେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ସୋମବାର ଚ୍ୟାନେଲରୁ ପ୍ରଥମ ମାମଲା ସାମନାକୁ ଆସିଥିଲା । ତୁରନ୍ତ, ସେଠାରେ କାର୍ଯ୍ୟ କରୁଥିବା ମୋଟ 92 ଜଣ କର୍ମଚାରୀଙ୍କୁ ପରୀକ୍ଷା କରିବା ପାଇଁ ଆମେ ପଦକ୍ଷେପ ନେଇଥିଲୁ । ମଙ୍ଗଳବାର ସେମାନଙ୍କ ମଧ୍ୟରୁ 27ଟି ରିପୋର୍ଟ ପଜିଟିଭ ଆସିଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଚ୍ୟାନେଲ ପରିଚାଳନା ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଅନେକ ସାମ୍ବାଦିକ ଗ୍ରାଉଣ୍ଡରୁ ରିପୋର୍ଟ ଆଣୁଥିଲେ । ସେ ସମୟରେ କୌଣସି ପ୍ରକାର ସେମାନଙ୍କୁ ରୋକା ଯାଇପାରିନଥିଲା । ଏହି ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନିଆଯିବାରେ ରାଜ୍ୟ ତଥା କେନ୍ଦ୍ର ସହ ସହଯୋଗ କରିବା ଆମର ଦାୟିତ୍ବ । କିନ୍ତୁ ଅନେକ ଜୀବନ ବିପଦରେ ପକାଇ ଚ୍ୟାନେଲ ଚଲାଇବାକୁ ଚେଷ୍ଟା କରିବୁ ନାହିଁ । ଏପରି କରିବା ବିଲକୁଲ ଠିକ ହେବନାହିଁ । ଆମେ ସରକାରଙ୍କ ସହ ମିଶି କାର୍ଯ୍ୟ କରିବୁ ଏବଂ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ଅନୁସରଣ କରିବୁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.