ଥିରୁନେଲଭେଲୀ: ବାପାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ସ୍ବାଧୀନତା ଦିବସରେ ପରେଡ ପରିଚାଳନା କରିଛନ୍ତି ଜଣେ ମହିଳା ପୋଲିସ ଇନ୍ସପେକ୍ଟର । ନିଜର ଅବ୍ୟକ୍ତ ଦୁଃଖକୁ ଚାପି ପରେଡର ନେତୃତ୍ବ ନେଇଥିଲେ ମହିଳା ପୋଲିସ ଅଧିକାରୀ । ଏହି ଘଟଣା ଏବେ ତାମିଲନାଡୁର ଥିରୁନେଲଭେଲୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଥିରୁନେଲଭେଲୀ ସଶସ୍ତ୍ର ପୋଲିସ ବଳର ଇନ୍ସପେକ୍ଟର ଏନ. ମହାଶ୍ବରୀ ପିତାଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ନିଜ ଦାୟିତ୍ବକୁ ପ୍ରାଥମିକତା ଦେଇଛନ୍ତି । ସ୍ବାଧୀନତା ଦିବସ ଅବସରରେ ପାଲାୟାମକୋଟି ପଡିଆରେ ଆୟୋଜିତ ପରେଡ କାର୍ଯ୍ୟକ୍ରମର ସେ ନେତୃତ୍ବ ନେଇ ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକଙ୍କୁ ଅଭିବାଦନ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଗତ 14 ଅଗଷ୍ଟ ରାତିରେ ଥିରୁନେଲଭେଲୀ ଠାରୁ 200 କିମି ଦୂର ଦିଣ୍ଡିଗୁଲିରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ନେଇ ମାହେଶ୍ବରୀଙ୍କୁ ଖବର ମିଳିଥିଲା । ହେଲେ ଏପଟେ ରାତି ପାହିଲେ ପରେଡ । ଏପରି ସ୍ଥିତିରେ ସେ ସମ୍ପର୍କୀୟମାନଙ୍କୁ ବାପାଙ୍କ ଶେଷକୃତ୍ୟ ପାଇଁ ଅପେକ୍ଷା କରିବାକୁ କହିଥିଲେ । ସ୍ବାଧୀନତା ଦିବସ ଅବସରରେ ଏକ ଅନନ୍ୟ ଦେଶ ଭକ୍ତର ପରିଚୟ ଦେଇ ପରେଡରେ ନେତୃତ୍ବ ନେଇଥିଲେ ।