ETV Bharat / bharat

କୋରୋନା ମୁକ୍ତ ହେଲା ତାମିଲନାଡୁ, ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ତାମିଲନାଡୁରେ ଆଉ ନାହିଁ କୋରୋନା ଭୟ । କୋରୋନା ଭାଇରସ ମୁକ୍ତ ହେଲା ରାଜ୍ୟ । ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼.ସି ବିଜୟଭାସ୍କର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 11, 2020, 9:56 AM IST

Tamil Nadu is coronavirus free
କୋରୋନା ମୁକ୍ତ ହେଲା ତାମିଲନାଡୁ

ଚେନ୍ନାଇ: ଆଉ ନାହିଁ କୋରୋନା ଭୟ । ଘୋଷଣା କଲେ ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ଡ଼.ସି ବିଜୟଭାସ୍କର । ଏବେ ରାଜ୍ୟ କୋରୋନା ଭାଇରସ ମୁକ୍ତ ହୋଇଛି ବୋଲି ମଙ୍ଗଳବାର ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀଙ୍କ କହିବା କଥାହେଲା କୋରୋନାରେ ସଂକ୍ରମିତ ହୋଇଥିବା ସମସ୍ତଙ୍କୁ ଉତ୍ତମ ଚିକିତ୍ସା କରାଯାଇଥିବାରୁ ସମସ୍ତେ ଦୃତଗତିରେ ସୁସ୍ଥ ହେବାକୁ ଗଲେଣି ।

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘କୋରୋନା ସଂକ୍ରମିତମାନେ ଦୃତଗତିରେ ସୁସ୍ଥ ହେବାର ଗୋଟିଏ ମାତ୍ର କାରଣ ହେଉଛି ତାଙ୍କୁ ଭଲଭାବେ ଚିକିତ୍ସା କରାଯାଉଛି । ଆମ ରାଜ୍ୟପାଇଁ ଏହା ଏକ ଖୁସି ଖବର । ସେପଟେ କୋରୋନା ସନ୍ଦିଗ୍ଧ ଥିବା ସମସ୍ତ ରୋଗୀଙ୍କ ରକ୍ତ ନମୂନା ନେଗେଟିଭ ଆସିଛି । ଏଣୁ ଆମ ବର୍ତ୍ତମାନ କୋରୋନା ମୁକ୍ତ ହେଲାଣି ତାମିଲନାଡୁ ।’ ସୂଚନା ଥାଉକି ତାମିଲନାଡୁର ମଦୁରାଇ, ଚେନ୍ନାଇ ଏବଂ ତ୍ରିଚିରେ କୋରୋନା ରୋଗୀଙ୍କ ପାଇଁ 300ଟି ଆଇସୋଲେସନ ୱାର୍ଡ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.