ଚେନ୍ନାଇ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ କଲେ ତାମିଲନାଡୁ ସରକାର । ଶୁକ୍ରବାର ତାମିଲନାଡୁ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ଚେନ୍ନାଇର ତିନୋଟି ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏଦାପାଦୀ କେ ପଲାନିସାମୀଙ୍କ ଘୋଷଣା ଅନୁଯାୟୀ...
-ଆଲାନ୍ଦୁର ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଆରିଗନାର ଆନ୍ନା ଆଲାନ୍ଦୁର ମେଟ୍ରୋ ରଖାଯାଇଛି ।
-ସେଣ୍ଟ୍ରାଲ ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ପୁରାଟଚୀ ଥଲାଇଭର ଡ. ଏମ.ଜି.ରାମଚନ୍ଦ୍ରନ ସେଣ୍ଟ୍ରାଲ ମେଟ୍ରୋ ରଖାଯାଇଛି ।
- ସେହିପରି ସିଏମବିଟି ସୁବୁରବନ ମେଟ୍ରୋ ଷ୍ଟେସନ ନାମ ପରିବର୍ତ୍ତନ କରାଯାଇ ପୁରାଚୀ ଥଲାଇଭି ଜୟଲଳିତା ସିଏମବିଟି ମେଟ୍ରୋ ରଖାଯାଇଛି ।
ଏହି ତିନିଜଣ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ଆନ୍ନାଦୁରାଇ ଦ୍ରାବିଡ଼ ରାଜନୈତିକ ଆଇକନ୍ ଥିଲେ । ସେ 1967-1969 ମସିହାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିଲେ । ଏମ.ଜି ରାମଚନ୍ଦ୍ରନ ଏଡିଏମକର ପ୍ରତିଷ୍ଠାତା 1977-87 ସମୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିଲେ । ଏଡିଏମକେର ପୂର୍ବତନ ସାଧାରଣ ସମ୍ପାଦିକ ଜୟଲଳିତା 1989-2016 ମସିହା ପର୍ଯ୍ୟନ୍ତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ