ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ମେଡିକାଲରେ ଭର୍ତ୍ତି । ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରବିବାର ଅସୁସ୍ଥ ହୋଇ ଚେନ୍ନାଇର ଅଲୱାରପେଚରେ ଥିବା ଏକ ଘରୋଇ ମେଡିକାଲରରେ ଭର୍ତ୍ତି ହୋଇଥିବା ବିଶେଷ ସୁତ୍ରରୁ ପ୍ରକାଶ ।
ଏହାପୂର୍ବରୁ ରାଜ ଭବନରେ 80 ଜଣ ଅଧିକାରୀ କୋରୋନା ସଂକ୍ରମିତ ହେବାପରେ ରାଜ୍ୟପାଳ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଥିଲେ ।
ପ୍ରକାଶ ଥାଉକି, କୋରୋନା ମାମଲା ଦୃଷ୍ଟିରୁ ସର୍ବାଧିକ ରାଜ୍ୟ ପ୍ରଭାବିତ ମଧ୍ୟରେ ତାମିଲନାଡୁ ସାମିଲ ଅଛି । ରାଜ୍ୟରେ ବର୍ତ୍ତମାନ 2 ଲକ୍ଷ 46 ହଜାର କୋରୋନା ମାମଲା ରହିଛିବା ବେଳେ 3935 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ