ETV Bharat / bharat

ତାମିଲନାଡ଼ୁକୁ ଦିଲ୍ଲୀ ବିପଦ: 881 ପଜିଟିଭ ମର୍କାଜ ଫେରନ୍ତା

ତାମିଲନାଡୁ ସରକାରଙ୍କୁ ଦିଲ୍ଲୀ ଫେରନ୍ତା ଅଧିକ ବିପଦରେ ପକାଇଛନ୍ତି । ଶନିବାର ଦିଲ୍ଲୀର ଏକ ସମାବେଶରୁ ଫେରିଥିବା 47 ଲୋକଙ୍କ ନମୁନା ପଜିଟିଭ ଆସିଛି । ଅଧିକ ପଢନ୍ତୁ...

ତାମିଲନାଡ଼ୁକୁ ଦିଲ୍ଲୀ ବିପଦ: 881 ପଜିଟିଭ ମର୍କାଜ ଫେରନ୍ତା
ତାମିଲନାଡ଼ୁକୁ ଦିଲ୍ଲୀ ବିପଦ: 881 ପଜିଟିଭ ମର୍କାଜ ଫେରନ୍ତା
author img

By

Published : Apr 11, 2020, 11:24 PM IST

ଚେନ୍ନାଇ: ଦିଲ୍ଲୀ ମର୍କାଜ ସମାବେଶ ସାରା ଭାରତର ମୁଣ୍ଡବ୍ୟଥା ବଢାଇଛି । ଏଠାରୁ ବାହାରିଥିବା ପଜିଟିଭ ସଂଖ୍ୟା ସାରା ଦେଶର ମୋଟ ଆକ୍ରାନ୍ତଙ୍କ ଅଧାରୁ ଅଧିକ । ସେହିପରି ଏମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନେକ ଆକ୍ରାନ୍ତ ବାହାରିଥିବା ଜଣାପଡିଛି ।

ତାମିଲନାଡୁ ସରକାରଙ୍କୁ ଦିଲ୍ଲୀ ଫେରନ୍ତା ଅଧିକ ବିପଦରେ ପକାଇଛନ୍ତି । ଏଠାରେ ଶନିବାର ଶେଷ ରିପୋର୍ଟ ସୁଦ୍ଧା 969 ଆକ୍ରାନ୍ତ ଥିବାବେଳେ ଏମାନଙ୍କ ମଧ୍ୟରୁ 881 ଜଣ ତବଲିଘି ଫେରନ୍ତା । ତେବେ ଉକ୍ତ ସମାବେଶର ସିଧାସଳଖ ନାମ ନନେଇ ତାମିଲନାଡୁ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି ।

ଏହା ଅନୁସାରେ ଶନିବାର ଦିଲ୍ଲୀର ଏକ ସମାବେଶରୁ ଫେରିଥିବା 47 ଲୋକଙ୍କ ନମୁନା ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରେ କିଛି ଲୋକ ସିଧାସଳଖ ଉକ୍ତ ସମାବେଶ ସହ ସମ୍ପୃକ୍ତ ଥିବାବେଳେ ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ଏବେ ଯାଏଁ ରାଜ୍ୟରେ 881 ଜଣ ଲୋକ ଦିଲ୍ଲୀରୁ ଫେରିଥିବା ଅବା ସେମାନଙ୍କ ସଂସ୍ପର୍ଶରେ ଆସି ପଜିଟିଭ ବାହାରିଥିବା ସ୍ବାସ୍ଥ୍ୟ ବିଭାଗ କହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.