ETV Bharat / bharat

କୋରୋନା ଅପଡେଟ: 14 ହଜାର ପାଖାପାଖି ତାମିଲନାଡୁ, 13 ହଜାର ଅଭିମୁଖେ ଗୁଜରାଟ

ତାମିଲନାଡୁରେ ଗୁରୁବାର 776ଟି ନୂଆ କେସ ବାହାରିଛି । ଏଥିରୁ କେବଳ ଚେନ୍ନାଇରେ 567 ପଜିଟିଭ ରହିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 22, 2020, 12:40 AM IST

କୋରୋନା ଅପଡେଟ: 14 ହଜାର ପାଖାପାଖି ତାମିଲନାଡୁ, 13 ହଜାର ଅଭିମୁଖେ ଗୁଜରାଟ
କୋରୋନା ଅପଡେଟ: 14 ହଜାର ପାଖାପାଖି ତାମିଲନାଡୁ, 13 ହଜାର ଅଭିମୁଖେ ଗୁଜରାଟ

ଚେନ୍ନାଇ: ଦେଶରେ କୋରୋନା ସ୍ଥିତି ଗମ୍ଭୀର ପାଲଟିଛି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁରେ ପରିସ୍ଥିତି ବିସ୍ଫୋରକ ରୂପ ନେଇଛି । ଏସମସ୍ତ ଜାଗାରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର କରିଛି ।

ତାମିଲନାଡୁରେ ଗୁରୁବାର 776ଟି ନୂଆ କେସ ବାହାରିଛି । ଏଥିରୁ କେବଳ ଚେନ୍ନାଇରେ 567 ପଜିଟିଭ ରହିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ଅଭିମୁଖେ ଆଗଉଛି । ଏବେ ସୁଦ୍ଧା ମୋଟ ଆକ୍ରନ୍ତଙ୍କ ସଂଖ୍ୟା 13 ହଜାର 967 ପହଞ୍ଚିଛି । ସେହିପରି 7 ଜଣଙ୍କ ମୃତ୍ୟୁ ସହ ମୋଟ ସଂଖ୍ୟା 100 ତଳେ ରହିଛି । ଗୁରୁବାର 400 ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର କହିଛନ୍ତି ।

ସେହିପରି ଏହା ପଛକୁ ରହିଛି ଗୁଜରାଟ ଯେଉଁଠି ଗତ 24 ଘଣ୍ଟାରେ 371ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ ଆକ୍ରାନ୍ତ 12 ହଜାର 910 ଛୁଇଁଛି । 773 ଜଣଙ୍କର ମୃତ୍ୟୁ ହେବା ସହ ମୋଟ 5488 ସୁସ୍ଥ ହୋଇଛନ୍ତି ବୋଲି ଗୁଜରାଟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଅନ୍ୟପଟେ ଉତ୍ତରପ୍ରଦେଶରେ ଗୁରୁବାର 360 ଜଣ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଆକ୍ଟିଭ କେସ 2130 ରହିଛି । ମୋଟ 3099 ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ 5229 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି ମୋଟ 127 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.