ETV Bharat / bharat

ଚେନ୍ନାଇରେ କୋଭିଡ ହସ୍ପିଟାଲ ଉଦଘାଟନ କଲେ ତାମିଲନାଡୁ ସିଏମ୍

author img

By

Published : Jul 7, 2020, 4:05 PM IST

ଚେନ୍ନାଇର ଗୁଇଣ୍ଡି ଜିଲ୍ଲାର ନ୍ୟାସନାଲ ସେଣ୍ଟର ଅଫ୍ ଏଜିଙ୍ଗକୁ କୋରୋନା ରୋଗୀଙ୍କ ସୁବିଧା ପାଇଁ କୋଭିଡ ସେଣ୍ଟରରେ ପରିଣତ କରାଯାଇଛି ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏଡାପାଦୀ କେ ପାଲାନିସ୍ୱାମୀ ମଙ୍ଗଳବାର ଦିନ ଏହାର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଚେନ୍ନାଇରେ କୋଭିଡ ହସ୍ପିଟାଲର ଉଦଘାଟନ କଲେ ତାମିଲନାଡୁ ସିଏମ୍

ଚେନ୍ନାଇ: ଚେନ୍ନାଇରେ COVID-19 ହସ୍ପିଟାଲର ଉଦଘାଟନ କଲେ ତାମିଲନାଡୁ ସିଏମ୍ । ଚେନ୍ନାଇର ଗୁଇଣ୍ଡି ଜିଲ୍ଲାର ନ୍ୟାସନାଲ ସେଣ୍ଟର ଅଫ୍ ଏଜିଙ୍ଗକୁ କୋରୋନା ରୋଗୀଙ୍କ ସୁବିଧା ପାଇଁ କୋଭିଡ ସେଣ୍ଟରରେ ପରିଣତ କରାଯାଇଛି ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏଡାପାଦୀ କେ ପାଲାନିସ୍ୱାମୀ ମଙ୍ଗଳବାର ଦିନ ଏହାର ଉଦଘାଟନ କରିଛନ୍ତି । ନୂତନ COVID-19 କେୟାର ସେଣ୍ଟରରେ 750 ଟି ବେଡ୍ ରହିଛି, ସେଥିମଧ୍ୟରୁ 300 ଶଯ୍ୟା ଅକ୍ସିଜେନ ସହିତ, 200 ଶଯ୍ୟା ଭେଣ୍ଟିଲେଟର ବିଶିଷ୍ଟ ।

ନିର୍ଦ୍ଦେଶକ ଡ. କେ ନାରାୟଣସାମୀଙ୍କ ଅନୁଯାୟୀ, ରୋଗୀଙ୍କୁ ଚିକିତ୍ସା ସମୟରେ ମାନସିକ ଚାପରୁ ମୁକ୍ତି ଦେବା ପାଇଁ ଯୋଗ କୋଠରୀ, ଲାଇବ୍ରେରୀ, ଟିଭି ରୁମ୍ ଭଳି ବିଶେଷ ସୁବିଧାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ଡାକ୍ତରଖାନାରେ 100 ଡାକ୍ତର, 150 ନର୍ସ ଏବଂ 200 ଜଣ ସ୍ୱାସ୍ଥ୍ୟ କର୍ମୀ COVID- 19 ରୋଗୀଙ୍କ ଯତ୍ନ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ନାରାୟଣସାମୀ କହିଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ତାମିଲନାଡୁରେ ମୋଟ 114,978 COVID-19 ମାମଲା ରହିଛି, ସେଥିମଧ୍ୟରେ 46,836 ସକ୍ରିୟ ମାମଲା ଏବଂ 66,571 ସୁସ୍ଥ। ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ 1,571 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.