ଚେନ୍ନାଇ: କୋରୋନା ଭାଇରସ ପ୍ରତିହତ ପାଇଁ କେନ୍ଦ୍ର ସରକାର ସାରା ଦେଶରେ ମେ 3 ପର୍ଯ୍ୟନ୍ତ ଲକଡାଉନ ଜାରି ରଖିଛନ୍ତି । ଏହି ଭାଇରସର ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାରଙ୍କ ଠୁ ଆରମ୍ଭ କରି ନାମିଦାମୀ ସେଲିବ୍ରିଟି, କଳାକାର, ସ୍ବେଚ୍ଛାସେବୀ ବିଭିନ୍ନ ପ୍ରକାର ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି ।
![Tambaram Railway Station in Chennai has been decorated with sticker](https://etvbharatimages.akamaized.net/etvbharat/prod-images/screenshot-18_3004newsroom_1588251218_840.jpg)
ଏଥିପାଇଁ ସୋସିଆ ମିଡିଆ ଠାରୁ ଆରମ୍ଭ କରି ମୋବାଇଲ ମେସେଜ ପର୍ଯ୍ୟନ୍ତ ସବୁକୁ ମାଧ୍ୟମ କରାଯାଉଛି । ଏହି କ୍ରମରେ ତାମିଲନାଡୁର ଚେନ୍ନାଇ ତାମବରମ ରେଲୱେ ଷ୍ଟେସନରେ ଭିନ୍ନ ଢଙ୍ଗରେ ଲୋକଙ୍କୁ କୋରୋନା ସଚେତନ କରାଯାଇଛି ।
ଷ୍ଟେସନ କାନ୍ଥରେ ରଙ୍ଗବେରଙ୍ଗର ଷ୍ଟିକର୍ସ ଲଗାଯାଇ କୋରୋନା ସଚେତନ କରାଯାଇଛି । ଏହି ଷ୍ଟିକର ଗୁଡିକ ବିନାଇଲରେ ତିଆର ହୋଇଛି । ଏଥିରେ କୋରେନା ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଯୋଦ୍ଧା ଯଥା ଡାକ୍ତର, ପୋଲିସ, ସଫେଇ କର୍ମଚାରୀ ଏବଂ ଡେଲିଭରୀ ବୟଙ୍କୁ ଦେଖାଯାଇଛି । ଏତଦ୍ ବ୍ୟତୀତ ମାସ୍କ ପିନ୍ଧିବା କେତେ ଆବଶ୍ୟକ ତାହା ମଧ୍ୟ ମାସ୍କ ପିନ୍ଧିଥିବା ଲୋକଙ୍କ ଚିତ୍ର ଏହି ଷ୍ଟିକରରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଭାରତରେ ଏଯାବତ୍ 33,277ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି 1,081 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8,497ଜଣ ସୁସ୍ଥ ହୋଇଛନ୍ତି ।
ସୌଜନ୍ୟ@ANI