ETV Bharat / bharat

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ; 28 ପୋଲିସକର୍ମୀ ନିହତ

ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ତେବେ ମଙ୍ଗଳବାର ରାତିରେ ଦକ୍ଷିଣ ଆଫଗାନିସ୍ତାନରେ, ତାଲିବାନ ପୁଣି ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ସମୁଦାୟ 28 ଜଣ ପୋଲିସକର୍ମୀଙ୍କ ପ୍ରାଣ ହରାଇଥିବା ବୁଧବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 24, 2020, 7:47 AM IST

Updated : Sep 24, 2020, 9:00 AM IST

Taliban attacked security posts in Afghanistan, 28 policemen died
ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ; 28 ପୋଲିସକର୍ମୀ ନିହତ

କାବୁଲ:ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ତେବେ ମଙ୍ଗଳବାର ରାତିରେ ଦକ୍ଷିଣ ଆଫଗାନିସ୍ତାନରେ, ତାଲିବାନ ପୁଣି ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ସମୁଦାୟ 28 ଜଣ ପୋଲିସକର୍ମୀଙ୍କ ପ୍ରାଣ ହରାଇଥିବା ବୁଧବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ତାଲିବାନ ନେତା ଏବଂ ଆଫଗାନିସ୍ତାନ ସରକାରଙ୍କ ଦ୍ବାରା ନିଯୁକ୍ତ ବୁଝାମଣାକାରୀ, କତାରରେ ଐତିହାସିକ ଶାନ୍ତି ଆଲୋଚନା କରୁଥିବା ବେଳେ ଏହି ହିଂସା ଘଟିଛି।

ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ଜେଡ୍ ଇବାଦିଙ୍କ ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଦକ୍ଷିଣ ଉରୁଜଗନ ପ୍ରଦେଶରେ ଏହି ଆକ୍ରମଣ ଆରମ୍ଭ ହୋଇଥିଲା। ତେବେ ସେହି ଅଞ୍ଚଳର ପୋଲିସ ସେମାନଙ୍କ ନିକଟରେ ଆତ୍ମ ସମର୍ଫମ କରିବାକୁ ମନା କରିବାରୁ ତାଲିବାନ ଆକ୍ରମଣ କରିଥିଲେ ବୋଲି ତାଲିବାନର ମୁଖପାତ୍ର କାରୀ ମହମ୍ମଦ ୟୁସୁଫ ଅହମ୍ମଦୀ କହିଛନ୍ତି । ହେଲେ ଇବାଦିଙ୍କ କହିବା ମୁତାବକ, ପୋଲିସକର୍ମୀ ଆତ୍ମ ସମର୍ପଣ କରିବା ପରେ ହିଁ ତାଙ୍କୁ ମାରି ଦିଆଯାଇଥିଲା ।

Last Updated : Sep 24, 2020, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.