ETV Bharat / bharat

ଜାଣନ୍ତୁ କାହାଠାରୁ କରଜ ନିଅନ୍ତି କେଉଁ ନେତା... - finacial help

ଅସୁବିଧା ସମୟରେ ନେତାଙ୍କୁ କିଏ କରେ ଆର୍ଥିକ ସାହାଯ୍ୟ ? ପରିବାର, ବ୍ୟାଙ୍କ ନା ଆଉ କିଏ ?

ପ୍ରତିକାତ୍ମକ ଫଟୋ
author img

By

Published : May 8, 2019, 11:41 AM IST

ନୂଆଦିଲ୍ଲୀ: ସାଧାରଣତଃ ଆମେ ଯଦି ଆର୍ଥିକ ସଙ୍କଟ ଦେଇ ଗତି କରୁ ସାହାଯ୍ୟ ପାଇଁ ପରିବାରଲୋକ କିମ୍ବା ବ୍ୟାଙ୍କ ଠାରୁ କରଜ କରିଥାଉ । ଆପଣ କେବେ ଭାବିଛନ୍ତି କି ରାଜନେତା ପାଇଁ ଆର୍ଥିକ ସଙ୍କଟ ସମୟରେ କେଉଁ ଠାରୁ ଧାର କରିଥାନ୍ତି । ନେତା ମାନେ କରଜ କରିବା ମାମଲା ବହୁତ କମ୍‌ ଦେଖିବାକୁ ମିଳିଥାଏ ।

ଟଙ୍କାର ଅଭାବ ତ ସମସ୍ତଙ୍କ ପାଖରେ କେବେ ନା କେବେ ହୋଇଥାଏ । ଆଉ ଟଙ୍କାର ସାହାଯ୍ୟ ପାଇଁ ଆମେ ପ୍ରଥମେ ପରିବାର ଲୋକଙ୍କୁ କହିଥାଉ । କଂଗ୍ରେସ ରାହୁଲ ଗାନ୍ଧୀ ବି ମଧ୍ୟ ଆର୍ଥିକ ସାହାଯ୍ୟ ପାଇଁ ନିଜ ମା’ ଉପରେ ନିର୍ଭର କରିଥାନ୍ତି । ସେହିପରି ସପାର ପ୍ରତିଷ୍ଠାତା ମୂଲାୟମ ସିଂ ଯାଦବ ତାଙ୍କ ପୁଅ ଠାରୁ ସାହାଯ୍ୟ ନେଇଥାନ୍ତି । ବିଜେପି ନେତା ଶତ୍ରୃଘ୍ନ ସିହ୍ନା ତାଙ୍କ ଝିଅ ଠାରୁ ଋଣ ନେଇଥାନ୍ତି ।

ଆର୍ଥିକ ସାହାଯ୍ୟ ପାଇଁ ମା’ଙ୍କ ଠାରୁ ଟଙ୍କା ଧାର୍ ନେଉଥିବା କଥା ନିକଟରେ ଖୁଲସା କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଲୋକସଭା ନିର୍ବାଚନ ସମୟରେ ବ୍ୟକ୍ତିଗତ ଭାବେ ସୋନିଆ ଗାନ୍ଧୀଙ୍କ ଠାରୁ 5 ଲକ୍ଷ ଟଙ୍କା ଋଣ ନେଇଥିଲେ ।

ଉତ୍ତରପ୍ରଦେଶର ମେନପୁରୀ ଲୋକସଭା ଆସନରୁ ଲଢୁଥିବା ମୂଲାୟମ ସିଂ ଯାଦବ ତାଙ୍କ ପୁଅ ଅର୍ଥାତ୍ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଠାରୁ 2.13 କୋଟି ଟଙ୍କା ଋଣ କରିଥିବା ଖୁଲାସା କରିଛନ୍ତି । କେବଳ ପୁଅ ଠାରୁ ନୁହେଁ ପତ୍ନୀଙ୍କ ଠାରୁ ମଧ୍ୟ ଋଣ ନେଇଥିବା କହିଛନ୍ତି ମୂଲାୟମ ।

ସେହିପରି ବିଜେପି ଲୋକସଭା ପ୍ରାର୍ଥୀ ତଥା ଅଭିନେତା ଶତ୍ରୃଘ୍ନ ସିହ୍ନା ନାମାଙ୍କନ ସମୟରେ ଝିଅ ସୋନାକ୍ଷୀ ସିହ୍ନା ଠାରୁ 10.6 କୋଟି ଟଙ୍କା ଧାର ନେଇଥିବା କଥା କହିଛନ୍ତି । ପୁଅ ଠାରୁ 10 ଲକ୍ଷ ଓ ସ୍ତ୍ରୀଙ୍କ ଠାରୁ 80 ଲକ୍ଷ ଟଙ୍କା ଋଣ ନେଇଥିବା ମଧ୍ୟ କହିଛନ୍ତି ଖାମୋସ କିଙ୍ଗ ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.