ETV Bharat / bharat

କୋରୋନାକୁ କାଟିବ ଖରା ଓ ଖୋଲା ପବନ: ବ୍ରିଟିଶ ବୈଜ୍ଞାନିକ

author img

By

Published : May 18, 2020, 11:27 PM IST

ବ୍ରିଟିଶ ବୈଜ୍ଞାନିକମାନେ କୋରୋନାରୁ ରକ୍ଷା ପାଇବା ପାଇଁ ଏକ ନୂତନ ଉପାୟ ଖୋଜିଛନ୍ତି । ଖୋଲା ପବନ ଏବଂ ଖରାରେ ବସିଲେ କଟିଯିବ କୋରୋନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାକୁ କାଟିବ ଖରା ଓ ଖୋଲା ପବନ
କୋରୋନାକୁ କାଟିବ ଖରା ଓ ଖୋଲା ପବନ

ହାଇଦ୍ରାବାଦ: କୋରୋନା ଭାଇରସର ସଂକ୍ରମଣ ସମଗ୍ର ବିଶ୍ବରେ ଚିନ୍ତା ବଢାଇ ଦେଇଛି । ଏହାର କୌଣସି ଔଷଧ ଏବଂ ଟିକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ । ତେବେ କୋଭିଡ-19ର ଲକ୍ଷଣଗୁଡିକ ଚିକିତ୍ସା କରାଯାଉଛି ଏବଂ ଲୋକମାନେ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଯାଉଛନ୍ତି । ଏହି ଭାଇରସ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭରୁ ସାମାଜିକ ଦୂରତା ଏବଂ ପରିଷ୍କାର ପରିଚ୍ଛନ୍ନତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଖାଦ୍ୟ ସାମଗ୍ରୀ ଏବଂ ଆୟୁର୍ବେଦିକ ଔଷଧ ସେବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯେଉଁ ଖାଦ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ଅଛି ସେହି ଖାଦ୍ୟ ସେବନ କରିବାକୁ ପରାମର୍ଶ ଦିଆଯାଉଛି । ତେବେ ବ୍ରିଟିଶ ବୈଜ୍ଞାନିକମାନେ କୋରୋନାରୁ ରକ୍ଷା ପାଇବା ପାଇଁ ଏକ ନୂତନ ଉପାୟ ଖୋଜିଛନ୍ତି ।

ବୈଜ୍ଞାନିକମାନେ ଖୋଲା ପବନ ଏବଂ ଖରା ଖାଇବାକୁ ପରାମର୍ଶ ଦେଇଛନ୍ତି । ଏହି ପରାମର୍ଶ ଅନୁସରଣ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଲକଡାଉନର 52 ଦିନ ପରେ ସାମାନ୍ୟ ଢିଲା କରିଛନ୍ତି ।

ବୈଜ୍ଞାନିକଙ୍କ କହିବା କଥା ହେଲା କୋରୋନାରୁ ମୁକ୍ତି ପାଇବାକୁ ହେଲେ ଲୋକଙ୍କୁ କିଛି ସମୟ ପାଇଁ ଖରାରେ ବସିବାକୁ ପଡିବା ଏବଂ ଖୋଲା ପବନରେ ମଧ୍ୟ ରହିଲେ କିଛି ମାତ୍ରାରେ କୋରୋନାରୁ ମୁକ୍ତି ମିଳିବ । କିନ୍ତୁ ସୋସିଆଲ ଡିସଟାନ୍ସ ମଧ୍ୟ ବଜାର ରଖିବାକୁ ପଡିବ । ବ୍ରିଟିଶ ବୈଜ୍ଞାନିକଙ୍କ କହିବା କଥା ହେଲା ଖରା ଏବଂ ଖୋଲା ପବନରେ ସମୟ ଅତିବାହିତ କଲେ କୋରୋନା ବିପଦରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

ବୈଜ୍ଞାନିକଙ୍କ କହିବା ଅନୁସାରେ ବାହାର ପବନ ଏବଂ ପରିବେଶ ଭାଇରସକୁ କିଛିମାତ୍ରାରେ ନଷ୍ଟ କରିଥାଏ । ଏହାସହ ଖରାରେ ଭିଟାମିନ ଡି ଥାଏ । ଆଉ ଭିଟାମିନ ଡି ର ଭୂମିକା କୋରୋନାରୁ ମୁକ୍ତି ଦେଇପାରିବ । ତେବେ ବୈଜ୍ଞାନିକ ପ୍ରୋ. ପେନଙ୍କ ପରାମର୍ଶ ଅନୁସାରେ ବ୍ରିଟେନରେ 52 ଦିନଠାରୁ ଚାଲିଥିବା ଲକଡାଉନ ପରେ ଏବେ ସାମାନ୍ୟ କୋହଳ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.