ETV Bharat / bharat

ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା - Sharadiya Navaratri

author img

By ETV Bharat Odisha Team

Published : 4 hours ago

Sharadiya Navratri: ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରି । ଦେବୀ ଦୁର୍ଗା ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ବିଧି । ଘଟ ସ୍ଥାପନା ପାଇଁ କଣ ରହିବ ଶୁଭ ମୁହୂର୍ତ୍ତ, ଜାଣିବାକୁ ପଢନ୍ତୁ ପୂରା ଖବର ।

Shardiya Navratri
Shardiya Navratri (ETV BHARAT ODISHA)

ହାଇଦ୍ରାବାଦ: ଯା ଦେବୀ ସର୍ବ ଭୂତେଷୁ ...ମାତୃ ରୁପେଣ ସଂସ୍ଥିତା... ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ... । ଅସତ୍ୟ ଉପରେ ସତ୍ୟର ଜୟ କରିବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା' ଦୁର୍ଗା । ଆଜି ଆଶ୍ୱୀନ ଶୁକ୍ଳପକ୍ଷରେ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ନଅ ଦିନ ଧରି ହେବା ଥିବା ଏହି ପୂଜାରେ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ ।

ଓଡ଼ିଶା ସମେତ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରି ପୂଜା । ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି । ନବରାତ୍ରିରେ ଶ୍ରଦ୍ଧାଳୁ ପେଣ୍ଡାଲରେ ମା’ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପିତ କରି ନଅ ଦିନ ଧରି ପୂଜା ଉପାସନା କରନ୍ତି । ପ୍ରଥମ ଦିନ ପ୍ରତିପଦା ତିଥିରେ ଘଟ ସ୍ଥାପନା କରିବା ସହ ମାଆ ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନାର ବିଧି ରହିଛି ।

Shardiya Navratri
Shardiya Navratri (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମହାଳୟାରେ କାହିଁକି ମା’ଙ୍କ ଠାରେ ଖଡି ଲାଗି କରାଯାଏ ? କଣ ରହିଛି ପରମ୍ପରା - Khadilagi Rituals

ଏହା ମଧ୍ୟ ପଢନ୍ତୁ-ମା’ ସମଲେଶ୍ୱରୀଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା - shodasa upachara

ନବରାତ୍ରି ପୂଜାବିଧି:

ନବରାତ୍ରି ପୂଜା ନିମନ୍ତେ ଘଟ ସ୍ଥାପନାରେ କଳସ ସ୍ଥାପନ କରାଯାଏ । ଏହାପରେ ପୂଜା ଓ ବ୍ରତ ଆରମ୍ଭ ହୁଏ । ଏହି ଦିନରୁ ମାଆ ଦୁର୍ଗାଙ୍କ ଆଗମନ ହୋଇଥାଏ ଓ ଦେବୀ ପକ୍ଷର ଆରମ୍ଭ ହୋଇଥାଏ । ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ୱସ୍ତିକ ଚିହ୍ନ ଅଙ୍କନ କରାଯାଏ । ନଅ ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ । ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁବୟସର ୯ ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଗୋଟି ମୂର୍ତ୍ତି, ଯଥା: କୁମାରୀ , ତ୍ରିମୂର୍ତ୍ତିନୀ , କଲ୍ୟାଣୀ, ରୋହିଣୀ, କାଳୀ, ଚଣ୍ଡିକା, ଶଂଭବୀ, ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଖାଦ୍ୟ ପରସାଯାଏ ।

Shardiya Navratri
Shardiya Navratri (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅକ୍ଟୋବରରେ ଛୁଟି ହିଁ ଛୁଟି, ସ୍କୁଲ-କଲେଜ ବନ୍ଦ, ଦଶହରା ଓ ଦୀପାବଳି ମଜା ଉଠାଇବେ ଛାତ୍ରଛାତ୍ରୀ - October Month Holidays

ଏହା ମଧ୍ୟ ପଢନ୍ତୁ-ଏହି ମଣ୍ଡପରେ ଆରମ୍ଭ ହୋଇଥିଲା ଦୁର୍ଗା ପୂଜା ପରମ୍ପରା, ଶୁଭେ ମା’ଙ୍କ ଘୁଙ୍ଗୁର ଶବ୍ଦ ! - Binod Bihari Puja Mandap

ଏହା ମଧ୍ୟ ପଢନ୍ତୁ-୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ - Navaratri Durga Puja Horoscope

ନବରାତ୍ରିରେ ୯ ରୂପ:

ନବରାତ୍ରିରେ ନଅଟି ରୂପରେ ପୂଜା ପାଇବେ ଜଗତଜନନୀ ମା ଦୁର୍ଗା। ଆଜି ମାଆଙ୍କୁ ଶୈଳପୁତ୍ରୀ ରୂପରେ ପୂଜା କରାଯିବ । ଏହା ପରେ ୮ ଦିନ ପର୍ଯ୍ୟନ୍ତ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ପାଇବେ ମାଆ ।

ପ୍ରଥମ ଦିନରେ ଶୈଳପୁତ୍ରୀ:

ନବରାତ୍ରିର ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ପୌରାଣିକ ମତ ଅନୁସାରେ, ପର୍ବତରାଜା ହିମାଳୟଙ୍କ କନ୍ୟା ରୂପେ ଜନ୍ମ ନେଇଥିବାରୁ ଶୈଳପୁତ୍ରୀ ନାଁରେ ଖ୍ୟାତ । ପୂର୍ବ ଜନ୍ମରେ ଦକ୍ଷ ରାଜାଙ୍କ କନ୍ୟା ସତୀ ନାମରେ ଜନ୍ମ ନେଇଥିଲେ । ସେହି ସମୟରେ ସେ ଭଗବାନ ଶିବଙ୍କୁ ବିବାହ କରିଥିଲେ । ପ୍ରଜାପତି ଦକ୍ଷ ଯଜ୍ଞରେ ସତୀ ନିଜକୁ ଭସ୍ମ କରି ଶୈଳପୁତ୍ରୀ ରୂପେ ଜନ୍ମ ଗ୍ରହଣ କରିଥିଲେ । ଶୈଳପୁତ୍ରୀଙ୍କୁ ପାର୍ବତୀ ଓ ହୈମବତୀ ନାଁ ମଧ୍ୟ ରହିଛି ।

ଶୈଳପୁତ୍ରୀ ପୂଜାବିଧି:

ମାଆ ଶୈଳପୁତ୍ରୀଙ୍କୁ ପୂଜା କରିବା ଆଗରୁ ଅଖଣ୍ଡ ଦୀପ ଲଗାନ୍ତୁ । ଏହାସହ ଏକ ଲାଲ ବସ୍ତ୍ର ମାଆଙ୍କ ଚରଣରେ ବାନ୍ଧନ୍ତୁ । ସର୍ବ ମଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣନେତ୍ରଂବକେ ଗୌରୀ ନାରାୟଣୀ ନମସ୍ତୁତେ ଜପ କରନ୍ତୁ । ମାତାଙ୍କର ଏହି ରୂପ ଅତ୍ୟନ୍ତ ଶାନ୍ତ ଏବଂ ମନଲୋଭୀ ଅଟେ । ବିଶ୍ବାସ କରାଯାଏ ଯେ, ଆଜିର ଦିନରେ ଭକ୍ତ ଯେଉଁ ମାନସିକ କରେ ତାହା ପୂରଣ ହୁଏ । ମାଆ ଶୈଳପୁତ୍ରୀଙ୍କୁ ଧଳା ରଙ୍ଗ ଅତ୍ୟନ୍ତ ପସନ୍ଦ ତେଣୁ ଆଜି ମା'ଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ । ଗୋଟିଏ ପାନରେ 27 ପ୍ରକାର ଜିନିଷ ରଖନ୍ତୁ । ପ୍ରଥମେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ରକୁ 108 ଥର ଜପ କରନ୍ତୁ । ଏହାପରେ ଏକ ଲବଙ୍ଗକୁ ରଙ୍ଗ କପଡାରେ ବାନ୍ଧି ମାଆଙ୍କୁ ଅର୍ପଣ କରନ୍ତୁ । ମା'ଙ୍କୁ ମନସ୍କାମନା ମାଗିବା ବେଳେ ଆଖି ବନ୍ଦ କରି ଦୁଇହାତ ଯୋଡି ମାଗନ୍ତୁ ।

ନବରାତ୍ରିରେ ୯ ରଙ୍ଗର ମାନ୍ୟତା:

ନବରାତ୍ରିର 9 ଦିନ ନିର୍ଦ୍ଦିଷ୍ଟ ରଙ୍ଗ ପାଇଁ ଉତ୍ସର୍ଗୀକୃତ । ଯେପରିକି ପ୍ରଥମ ଦିନ ଲାଲ ରଙ୍ଗ, ଦ୍ବିତୀୟ ଦିନ ନୀଳ, ତୃତୀୟ ଦିନ ହଳଦିଆ, ଚତୁର୍ଥ ଦିନ ସବୁଜ, ପଞ୍ଚମ ଦିନ ଧୂସର, ଷଷ୍ଠ ଦିନ କମଳା, ସପ୍ତମ ଦିନ ଧଳା, ଅଷ୍ଟମ ଦିନ ଗୋଲାପୀ ଓ ନବନ ଦିନ ଆକାଶୀ ନୀଳ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ସଭିଏଁ ।

କେଉଁଠି କେମିତି ନବରାତ୍ରି ପୂଜା :

ଭାରତର ବିଭିନ୍ନ ସ୍ଥାନରେ ନବରାତ୍ରିକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । ଉତ୍ତର ଭାରତରେ ସମସ୍ତ ୯ ଦିନରେ ଉପବାସ ପାଳନ କରାଯାଉଥିବା ବେଳେ ଗୁଜୁରାଟ ଏବଂ ପଶ୍ଚିମ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଗରବା ଏବଂ ଦାଣ୍ଡିଆ କରି ପାଳନ କରିଥାନ୍ତି । ପଶ୍ଚିମବଙ୍ଗ ଏହାକୁ ଦୂର୍ଗା ପୂଜା ଆକାରରେ ପାଳନ କରାଯାଇଥିବା ବେଳେ ଦକ୍ଷିଣ ଭାରତରେ କୋଲୁ ରୂପେ ପାଳନ କରାଯାଏ । ଓଡ଼ିଶାରେ ମଧ୍ୟ ଧୁମଧାମରେ ଦଶହରା ଏବଂ ଦୁର୍ଗା ପୂଜା ପାଳନ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.