ETV Bharat / bharat

ଏପରି କଲେ ପାଇପାରିବେ ଆରାମଦାୟକ ନିଦ, ଜାଣନ୍ତୁ... - ଅଷ୍ଟିନର ଟେକ୍ସାସ ୟୁନିଭର୍ସିଟି

ବର୍ତ୍ତମାନର ବ୍ୟସ୍ତ ଜୀବନରେ ଆରାମଦାୟକ ନିଦ ପାଇବା ସହଜ ନୁହେଁ । ରାତିରେ ଭରପୂର ନିଦ ପାଇଁ ଅନେକ ଡାକ୍ତର ଓ ମେଡିସିନର ସାହାଯ୍ୟ ନେଇଥାଆନ୍ତି ମାତ୍ର ଆରାମଦାୟକ ନିଦ ପାଇପାରନ୍ତି ନାହିଁ । ତେବେ ଶୋଇବାର 1-2 ଘଣ୍ଟା ପୂର୍ବରୁ ଗାଧୋଇବା ଦ୍ବାରା ଶୀଘ୍ର ଓ ସୁଖ ନିଦ ମିଳିଥାଏ ବୋଲି ମତ ରଖିଛନ୍ତି ବୈଜ୍ଞାନିକ । ଜାଣନ୍ତୁ ଏହାର ଉପକାରିତା ବିଷୟରେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 3, 2019, 9:49 PM IST

ହାଇଦ୍ରାବାଦ: ଶୋଇବାର ଘଣ୍ଟେ କି ଦୁଇ ଘଣ୍ଟା ପୂର୍ବରୁ ଗରମ ପାଣିରେ ଗାଧୋଇକି ଶୋଇଲେ ନିଦ ଭଲ ହୋଇଥାଏ ବୋଲି ମତ ରଖିଛନ୍ତି ଅଷ୍ଟିନର ଟେକ୍ସାସ ୟୁନିଭର୍ସିଟିର ବାଓମେଡିକାଲ ଇଞ୍ଜିନିୟର । ପ୍ରାୟ 41 ଡିଗ୍ରୀ ସେଲସିୟସ ଗରମ ପାଣିରେ ଗାଧୋଇବା ଦ୍ବାରା ଭଲ ନିଦ ଆସିବା ସହ ଦିନଯାକର କ୍ଲାନ୍ତରୁ ମୁକ୍ତି ମିଳିଥାଏ । ‘sleep medicine’ ନାମକ ଏକ ଆର୍ଟିକିଲ ଅନୁସାରେ 10 ମିନିଟ ମଧ୍ୟରେ ନିଦ ହେବା ପାଇଁ ଗରମ ପାଣିରେ ଗାଧୋଇକି ଶୋଇବା ଜରୁରୀ । ପାଣିର ତାପମାତ୍ରା ସହ ଶରୀରର ତାପମାତ୍ରାର ସମ୍ବନ୍ଧ ରହିଥିବା ମତ ଦେଇଛନ୍ତି ବୈଜ୍ଞାନିକ । ଭଲ ଓ ସୁଖଦାୟକ ନିଦ ପାଇଁ ଶରୀରର ତାପମାତ୍ରା ପାଣି ସହ ସମାନ ହେବା ଆବଶ୍ୟକ ।

ଉଭୟ ଶରୀର ଓ ପାଣିର ତାପମାତ୍ରା ‘Circadian cycle’ଦ୍ବାରା ପରିଚାଳିତ ହୋଇଥାଏ । Circadian cycleର ଅର୍ଥ ହେଉଛି ‘ନିଦଚକ୍ର’। ଦିନ ସାରା ମନୁଷ୍ୟର ଶାରୀରିକ, ମାନସିକ, ବ୍ୟବହାରିକ ପରିବର୍ତ୍ତନ ହିଁ ଏହି ଚକ୍ରର ବିଶେଷତ୍ବ । ଶୋଇବା, ଉଠିବା ସବୁକୁ ପରିଚାଳିତ କରେ ଏହି ଚକ୍ର । ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଆମ ଶରୀରରେ ପ୍ରାୟ 0.5 ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇଥାଏ । ପରେ ମଧ୍ୟ ରାତ୍ରି ବେଳକୁ ଅଧିକ ମାତ୍ରାରେ ତାପମାତ୍ରା ହ୍ରାସ ପାଏ । ଫଳରେ ଆମେ ଦୀର୍ଘ ସମୟ ଯାଏଁ ଶୋଇ ରହିଥାଉ ।

ବୈଜ୍ଞାନିକଙ୍କ ମତରେ ଶୋଇବାର 90 ମିନିଟ ପୂର୍ବରୁ ଗାଧୋଇବା ଦ୍ବାରା ଶରୀରର ତାପମାତ୍ରା ସନ୍ତୁଳନ ରଖିବା ସହ ଶୀତଳତା ମଧ୍ୟ ବଜାୟ ରଖେ । କେବଳ ତାପମାତ୍ରା ନୁହେଁ ବରଂ ଶରୀରରେ ରକ୍ତ ଚାଳନା ମଧ୍ୟ ଠିକ୍ ରୂପରେ ହୋଇଥାଏ । ଆଜିର ବ୍ୟସ୍ତତା ଜୀବନରେ ପ୍ରାକୃତିକ ଭାବେ Circadian cycleକୁ ସଠିକ୍ ରୁପେ ବଜାୟ ରଖିବା ସହଜ ନୁହେଁ । କିନ୍ତୁ ଶୋଇବାର 1-2 ଘଣ୍ଟା ପୂର୍ବରୁ ଗାଧୋଇକି ଶୋଇବା ଦ୍ବାରା ଭଲ ନିଦ ଆସିବା ସହ ଶୀଘ୍ର ନିଦ ମଧ୍ୟ ହୋଇଥାଏ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.