ETV Bharat / bharat

ଏମିତି ଥିଲା ଜେଟଲୀଙ୍କ ଜୀବନ ଯାତ୍ରା... - ଜେଟଲୀଙ୍କ ଜୀବନ ଯାତ୍ରା

ଛାତ୍ର ରାଜନୀତିରୁ ଭାରତର ଅର୍ଥମନ୍ତ୍ରୀ ହେବା ପର୍ଯ୍ୟନ୍ତ କିଛି ଏମିତି ଥିଲା ବିଜେପିର ଟାଣୁଆ ନେତା ଅରୁଣ ଜେଟଲୀଙ୍କ ଜୀବନ ଯାତ୍ରା । ନିର୍ବିବାଦୀୟ ଥିଲା ଅରୁଣଙ୍କ ରାଜନୀତି କ୍ୟାରିୟର ।

ଡିଜାଇନ ଫଟୋ
author img

By

Published : Aug 24, 2019, 2:24 PM IST

Updated : Aug 24, 2019, 10:25 PM IST

ନୂଆଦିଲ୍ଲୀ: 1952 ମସିହା ଡିସେମ୍ବର 28 ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଅରୁଣ ଜେଟଲୀ । ସେ ଏକାଧାରରେ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ ଏବଂ ରାଜନୀତିଜ୍ଞ ଥିଲେ । ତାଙ୍କର ରାଜନୈତିକ କ୍ୟାରିୟର ନିର୍ବିବାଦୀୟ ଥିଲା । 2014 ମସିହାରେ ସେ ମୋଦି ସରକାରର କ୍ୟାବିନେଟରେ ସାମିଲ ହୋଇଥିଲେ ।

ଏମିତି ଥିଲା ଜେଟଲୀଙ୍କ ଜୀବନ ଯାତ୍ରା...
ଅରୁଣ ଜେଟଲୀ 1973 ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ 1977 ମସିହାରେ ସେହି ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ପିତା ମଧ୍ୟ ଜଣେ ସଫଳ ଆଇନଜୀବୀ ଭାବେ ପରିଚିତ ଥିଲେ । ସେ ଜମ୍ମୁ-କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଗିରଧାରୀ ଲାଲ ଡୋଗ୍ରାଙ୍କ ଝିଅ ସଙ୍ଗୀତାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ପୁଅ ରୋହନ ଏବଂ ଝିଅ ସୋନାଲୀ ଅଛନ୍ତି ।
take-a-look-at-arun-jaitleys-carrier-in-glimpse
ଏମିତି ଥିଲା ଜେଟଲୀଙ୍କ ଜୀବନ ଯାତ୍ରା...
ଜେଟଲୀଙ୍କ ରାଜନୈତିକ କ୍ୟାରିୟର

ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପାଠ ପଢିବା ବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ଥିଲେ । ପରେ ସେ ଆରଏସଏସରେ ମଧ୍ୟ ସାମିଲ ହେଲେ । 1974 ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳର ଛାତ୍ର ସଂସଦ ସଭାପତି ଭାବେ ଜେଟଲୀ ନିର୍ବାଚିତ ହୋଇଥିଲେ । ଏହା ପରଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା । 1975 ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହା ବିରୋଧରେ ସେ ସ୍ବର ଉଠାଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେ 19 ମାସ ଜେଲରେ ବିତାଇଥିଲେ । ସେ 1980 ମସିହାରେ ବିଜେପିରେ ଯୋଗ ଦେଇଥିଲେ ।

2002 ମସିହାରେ ଅରୁଣ ଜେଟଲୀ ପେପସି କମ୍ପାନୀର ଆଇନଜୀବୀ ଭାବେ କୋକା କୋଲା କମ୍ପାନୀ ବିରୋଧରେ ସୁପ୍ରିମ କୋର୍ଟରେ ମାମଲା ଲଢିଥିଲେ । ପରେ 2009 ପରଠାରୁ ସେ ଆଉ ଓକିଲାତି କରିନଥିଲେ । ସେ କ୍ରିକେଟ ଜଗତରେ ମଧ୍ୟ ନିଜକୁ ସାମିଲ କରିଥିଲେ । ବିବିସିଆଇର ଉପାଧ୍ୟକ୍ଷ ଭାବେ ସେ ଯୋଗ ଦେଇଥିଲେ । କିନ୍ତୁ ପରେ ଆଇପିଏଲର ସ୍ପଷ୍ଟ-ଫିକ୍ସିଂ ଦୁର୍ନୀତି ହେବା ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ସେ 1999 ରୁ 2004 ମଧ୍ୟରେ ବିଜେପିର ନେତୃତ୍ବାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲିଏନ୍ସ (ଏନଡିଏ) ମେଣ୍ଟ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ କାର୍ଯ୍ୟନିର୍ବାହ କରିଥିଲେ । ସେଥିମଧ୍ୟରୁ ଆଇନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ । 2014 ନିର୍ବାଚନ ପରେ ଜେଟଲୀ ବିଜେପର ସାଧାରଣ ସଚିବ ଭାବେ ନିଯୁକ୍ତ ହୋଇଥିଲେ ।

2000 ମସିହାରେ ପ୍ରଥମ ଥର ପାଇଁ ଜେଟଲୀ ଗୁଜୁରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ପରେ 2006 ଏବଂ 2012ରେ ପୁଣିଥରେ ଗୁଜୁରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଜେଟଲୀ ପ୍ରଥମ ମୋଦିଙ୍କ କ୍ୟାବିନେଟରେ ସାମିଲ ହେବା ପରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ କର୍ପୋରେଟ ବ୍ୟାପାରର ଭାର ଗ୍ରହଣ କରିଥିଲେ । ଜେଟଲୀ 5 ଥର ୟୁନିଅନ ବଜେଟ ଉପସ୍ଥାପିତ କରିଛନ୍ତି । ଏହାସହ ସେ ଅଧିବର୍ଷ (29/02/2016)ର ମଧ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ସେ 2018ରେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

-2018 ରେ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଭାବରେ ପୁଣିଥରେ ନିର୍ବାଚିତ ହୋଇଥିଲେ ।
-2014 ରେ ଅର୍ଥମନ୍ତ୍ରୀ, ପ୍ରତୀରକ୍ଷା ମନ୍ତ୍ରୀ ଏବଂ କର୍ପୋରେଟ ବ୍ୟାପର ମନ୍ତ୍ରୀ
- 2014 ନଭେମ୍ବର 10 ରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ

ଅରୁଣଙ୍କ ଉପଲବ୍ଧି-

- 2016ରେ ବିମୁଦ୍ରିକରଣ
- ଜିଏସଟି, ଆଇବିସି ଭଳି ଆର୍ଥିକ ସୁଧାର
- ମୂଦ୍ରାସ୍ଫିତି 7.2 ପ୍ରତିଶତରୁ ରୁ 2.9 ପ୍ରତିଶତ ଖସିଛି
- ଜନଧନ ଆକାଉଣ୍ଟଧାରୀଙ୍କ ସଂଖ୍ୟା ବୃଦ୍ଧି

- ଆର୍ଥିକ କ୍ଷେତ୍ରରେ ସୁଧାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Aug 24, 2019, 10:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.