ETV Bharat / bharat

ତାହିର ହୁସେନ; ଉତ୍ତରପ୍ରଦେଶର ଗରିବ ବାଳକରୁ କରୋଡପତି କାଉନସିଲର - delhi violence

ଦିଲ୍ଲୀ ହିଂସା ପରେ ସାମ୍ନାକୁ ଆସିଛି ନିଲମ୍ବିତ ଆପ୍‌ କାଉସିଲର ତାହିର ହୁସେନଙ୍କ ନାମ । ନିଜ ଘରେ ହିଂସାକୁ ଉସକାଇବା ସହ ଗୁଇନ୍ଦା ବିଭାଗ(ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ତେବେ ଏସବୁ ଭିତରେ ତାଙ୍କ ବିଷୟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

crorepati Councillor
ତାହିର ହୁସେନ; ଉତ୍ତରପ୍ରଦେଶର ଗରିବ ବାଳକରୁ କରୋଡପତି କାଉନସିଲର
author img

By

Published : Mar 4, 2020, 10:50 AM IST

Updated : Mar 4, 2020, 11:07 AM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପରେ ସାମ୍ନାକୁ ଆସିଛି ନିଲମ୍ବିତ ଆପ୍‌ କାଉସିଲର ତାହିର ହୁସେନଙ୍କ ନାମ । ନିଜ ଘରେ ହିଂସାକୁ ଉସକାଇବା ସହ ଗୁଇନ୍ଦା ବିଭାଗ(ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ଆପ୍‌ ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରିଛି ।

ସେପଟେ ସେ ଏହି ଘଟଣାରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିବାବେଳେ ଆଜି(ବୁଧବାର) ତାହାର ଶୁଣାଣି ହେବାର ଅଛି । ତେବେ ଏସବୁ ଭିତରେ ତାଙ୍କ ବିଷୟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ମାତ୍ର 20 ବର୍ଷ ଭିତରେ ସେ ଜଣେ ଗରିବ ବାଳକରୁ କରୋଡପତି ହୋଇଛନ୍ତି । 2017 ମସିହା ପୌର ନିର୍ବାଚନ ସମୟରେ ସେ 17 କୋଟି ଟଙ୍କାର ମାଲିକ ବୋଲି ନିର୍ବାଚନ ସତ୍ୟପାଠରେ ଦାଖଲ କରିଥିଲେ । ଯାହା ଏବେ ସନ୍ଦେହ ଘେରରେ ରହିଛି । ସେପଟେ ହୁସେନ ନାମରେ ହତ୍ୟା ଅଭିଯୋଗ ଆସିବା ପରେ ସେ ନିଖୋଜ ଥିବା କୁହାଯାଉଛି ।

ଉତ୍ତରପ୍ରଦେଶର ଗରିବ ବାଳକରୁ କରୋଡପତି କାଉନସିଲର

43 ବର୍ଷୀୟ ହୁସେନ ଉତ୍ତରପ୍ରଦେଶର ଆମରୋହ ଜିଲ୍ଲାର ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ । ତେବେ ବଡ ହେଲା ପରେ ନିଜେ କିଛି ରୋଜଗାର କରିବା ଆଶାରେ ସେ ଦିଲ୍ଲୀ ଆସିଥିଲେ । ପ୍ରଥମେ ସେ ଦିଲ୍ଲୀରେ ରୋଜଗାର ପାଇଁ ଅନେକ ସଂଘର୍ଷ କରିଥିଲେ । ଏକ ଆସବାବ ସଜଡା ସଜଡି ଦୋକାନରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସେ ଏହି କାମରେ ଧୁରନ୍ଧର ହେବା ପରେ ନିଜେ ଏକ ଆସବାବ ଫ୍ୟାକ୍ଟ୍ରି ଖୋଲିବା ସହ ଏଥିରେ ଗରିବ, ବେକାରୀ, କମ ଶିକ୍ଷିତ ଲୋକଙ୍କୁ କାମରେ ରଖିଥିଲେ । ଏହା ପରେ ତାଙ୍କର ଭାଗ୍ୟ ଫିଟିଥିଲା ।

ପରେ ପଇସା ଅଧିକ ହେବାରୁ ସେ 2017 ମସିହାରେ ରାଜନୀତିରେ ପାଦ ଥାପିଥିଲେ । ପୌରନିର୍ବାଚନରେ ନେହେରୁ ବିହାର 59 ନମ୍ବର ୱାର୍ଡରୁ ଆପ୍‌ର କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ ।

ସୌଜନ୍ୟ: IANS

Last Updated : Mar 4, 2020, 11:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.