ETV Bharat / bharat

ମେଡିକାଲ ଷ୍ଟାଫ୍‌ଙ୍କୁ ପରିସ୍ରା ବୋତଲ ଫିଙ୍ଗିଲେ ତବଲିଗୀ ସଦସ୍ୟ - markz people misbehave with medical staff

କ୍ବାରେଣ୍ଟାଇନରେ ଥିବା ତବଲିଗୀ ଜମାତର କିଛି ସଦସ୍ୟ ମେଡିକାଲ ଷ୍ଟାଫଙ୍କୁ ପରିସ୍ରା ବୋତଲ ଓ ଛେପ ପକାଇଥିବା ଜଣାପଡିଛି । ଏନେଇ ପୋଲିସ ଦୁଇଟି ମାମଲା ରୁଜୁ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ସୀମା ଟପୁଛି ମାନବିକତା, ମେଡିକାଲ ଷ୍ଟାଫ୍‌ଙ୍କୁ ପରିସ୍ରା ବୋତଲ ଫିଙ୍ଗିଲେ ତବଲିଗୀ ସଦସ୍ୟ

author img

By

Published : Apr 9, 2020, 4:15 PM IST

ନୂଆଦିଲ୍ଲୀ: କ୍ବାରେଣ୍ଟାଇନରେ ଥିବା ତବଲିଗୀ ଜମାତର କିଛି ସଦସ୍ୟ ମେଡିକାଲ ଷ୍ଟାଫଙ୍କ ସହ ଦୁର୍ବ୍ୟବାହର କରୁଥିବା ଖବର ସାମନାକୁ ଆସୁଛି । ଏବେ ପୁଣି ଏମିତି ଏକ ଘଟଣା ସାମନାକୁ ଆସିଛି । ଦିଲ୍ଲୀର ଦ୍ବାରିକା ନିକଟରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଥିବା କିଛି ତବଲିଗୀ ସଦସ୍ୟ ମେଡିକାଲ ଷ୍ଟାଫଙ୍କ ଉପରକୁ ପରିସ୍ରା ବୋତଲ ଫିଙ୍ଗିଥିବା ଖବର ସାମନାକୁ ଆସିଛି ଏହାସହ କିଛି ବ୍ୟକ୍ତି ମେଡିକାଲ ଷ୍ଟାଫଙ୍କୁ ଛେପ ପକାଇଥିବା ମଧ୍ୟ ଜଣାପଡିଛି ।

ଏନେଇ ଅଭିଯୋଗ ମିଳିବା ମାତ୍ରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିବା ଜଣାପଡିଛି । ତେବେ ଦ୍ବାରିକା ସେକ୍ଟର -16 ରେ 198 ଟି ଏବଂ ବକ୍କରୱାଲାରେ 120 ଜଣ ଜମାତ ସଦସ୍ୟ କ୍ବାରେଣ୍ଟାଇନରେ ଅଛନ୍ତି । ତେବେ ଦ୍ବାରିକା ସେକ୍ଟର-6ରେ ଡ୍ୟୁଟି ଥିବା ସିଭିଲ ଡିଫେନ୍ସ କର୍ମଚାରୀଙ୍କୁ ପମ୍ପ ହାଉସ ଛାତରୁ 3 ବୋତଲ ପରିସ୍ରା ମିଳିଥିବା ଜଣାପଡିଛି । ଏହା ଜଣା ପଡିବା ପରେ ଦ୍ବାରିକା ଉତ୍ତର ଥାନାରେ ମାମଲା ରୁଜୁ କରାଯାଇଛି । କିନ୍ତୁ ଏହି ଘଟଣାର ଏ ପର୍ଯ୍ୟନ୍ତ କୌଣସି ଫଟୋ ସାମନାକୁ ଆସିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.