ETV Bharat / bharat

କୋରୋନା ବିରୋଧୀ ଲଢେଇରେ ସିନ୍ଥେଟିକ ଆଣ୍ଟିବଡି !

ଉପଯୁକ୍ତ ମେଡିସିନ ଓ ଟୀକା ନଥିବାରୁ ଭାଇରସର ପ୍ଲାଜମାକୁ ଭିତ୍ତି କରି ଗବେଷଣା ଚାଲିଛି । ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏଭଳି ଶୈଳୀର ପ୍ରୟୋଗ ଡାକ୍ତରମାନଙ୍କୁ କିଛି ମାତ୍ରାରେ ସହାୟକ ହେଉଛି । ଏହି ସମସ୍ୟାର ସମାଧାନର ବାଟ ବାହାର କରିଛନ୍ତି ଡକ୍ଟର କେ. ଲଲିତ୍ୟା ଯିଏ କି ଅଷ୍ଟ୍ରେଲିଆର ଫ୍ଲିଂଡର୍ସ ବିଶ୍ୱବିଦ୍ୟାଳୟରେ ଜେନେରାଲ୍ ମେଡିସିନରେ ଏମଡି କରୁଛନ୍ତି । ଭାଇରସର ପ୍ରସାର ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା ଭାବେ ସେ କୃୃତ୍ରିମ ବା ସିନ୍ଥେଟିକ ଆଣ୍ବିବଡିର ପ୍ରସ୍ତାବ ଦେଇଛନ୍ତି ।

author img

By

Published : Apr 24, 2020, 1:13 PM IST

synthetic antibodies
କୋରୋନା ବିରୋଧୀ ଲଢେଇରେ ସିନ୍ଥେଟିକ ଆଣ୍ଟିବଡି !

କୋରୋନା ଭାଇରସର ପ୍ରସାର ରୋକିବା ପାଇଁ ବିଶ୍ୱବ୍ୟାପୀ ମେଡିକାଲ ସ୍ପେଶାଲିଷ୍ଟ ଓ ଗବେଷକମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତି । ସମାଧାନର ସୂତ୍ର ବାହାର କରିବା ପାଇଁ ସମସ୍ତେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି । ପୀଡିତଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଶୈଳୀର ଚିକିତ୍ସା ପଦ୍ଧତି ଆପଣାଯାଉଛି । ଉପଯୁକ୍ତ ମେଡିସିନ ଓ ଟୀକା ନ ଥିବାରୁ ଭାଇରସର ପ୍ଲାଜମାକୁ ଭିତ୍ତି କରି ଗବେଷଣା ଚାଲିଛି । ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏଭଳି ଶୈଳୀର ପ୍ରୟୋଗ ଡାକ୍ତରମାନଙ୍କୁ କିଛି ମାତ୍ରାରେ ସହାୟକ ହେଉଛି । ପ୍ଲାଜମା ଟ୍ରିଟମେଣ୍ଟ ପାଇଁ କୋରୋନା ଭୂତାଣୁ କବଳରୁୁ ରକ୍ଷା ପାଇଯାଇଥିବା ବ୍ୟକ୍ତିଙ୍କଠାରୁ ରକ୍ତ ସଂଗ୍ରହ ଜରୁରୀ । ଅବଶ୍ୟ କେତେ ଜଣ ସ୍ୱଇଚ୍ଛାରେ ରକ୍ତଦାନ କରିବେ, ତାହା କହିବା କଷ୍ଟ । ଏହି ସମସ୍ୟାର ସମାଧାନର ବାଟ ବାହାର କରିଛନ୍ତି ଡକ୍ଟର କେ. ଲଲିତ୍ୟା ଯିଏ କି ଅଷ୍ଟ୍ରେଲିଆର ଫ୍ଲିଂଡର୍ସ ବିଶ୍ୱବିଦ୍ୟାଳୟରେ ଜେନେରାଲ୍ ମେଡିସିନରେ ଏମଡି କରୁଛନ୍ତି । ଭାଇରସର ପ୍ରସାର ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା ଭାବେ ସେ କୃୃତ୍ରିମ ବା ସିନ୍ଥେଟିକ ଆଣ୍ବିବଡିର ପ୍ରସ୍ତାବ ଦେଇଛନ୍ତି । ଏନେଇ ସେ ତାଙ୍କର କନସେପ୍ଟ ପେପର୍ ଇଣ୍ଟରନ୍ୟାସନାଲ ଜର୍ନାଲ୍ ଅଫ ମେଡିିସିନକୁ ପ୍ରଦାନ କରିଛନ୍ତି । କେ. ଲଲିତ୍ୟା ହେଉଛନ୍ତି କିମ୍ବଦନ୍ତୀ ଗାୟକ ଘଣ୍ଟଶାଳା ଭେଙ୍କଟେଶ୍ୱର ରାଓଙ୍କ ନାତୁଣୀ । ‘ଇନାଡୁ’ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଲଲିତ୍ୟା ସିନ୍ଥେଟିକ୍ ଆଣ୍ଟିବଡି ସଂପର୍କରେ ଆଲୋଚନା କରିଥିଲେ।

ଫେଜ୍ ଡିସପ୍ଲେ ମୋଡ୍‌ରେ ଡିଏନଏ

୨୦ ଜାନୁଆରୀରୁ ୨୫ ମାର୍ଟ୍ଟ ୨୦୨୦ ମଧ୍ୟରେ ଚୀନ୍‌ର ସେନ ଝେନ୍ ହସପିଟାଲର ଡାକ୍ତରମାନେ ୫ ଜଣ କୋଭିଡ-୧୯ ରୋଗୀଙ୍କଠାରେ ପ୍ଲାଜମାଥେରାପି ଜରିଆରେ ଆଂଟିବଡି ପରୀକ୍ଷଣ କରିଥିଲେ । ଚିକିତ୍ସା ପରେ ସୁସ୍ଥ ହେବାରୁ ତିନିଜଣଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ପ୍ଲାଜମା ଚିକିତ୍ସାରେ ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ଲୋକଙ୍କଠାରୁ ରକ୍ତ ସଂଗ୍ରହ ଆବଶ୍ୟକ ହୁଏ । ତେବେ ସବୁ ସୁସ୍ଥ ଲୋକ ହୁଏତ ରକ୍ତଦାନ ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ । ତେଣୁ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ରକ୍ତରେ ଥିବା ଶ୍ୱେତ ରକ୍ତ କୋଷିକାକୁ ଆଂଟିବଡି ଡିଏନଏ କୋଷିକାରେ ପରିଣତ କରି ରୋଗୀଙ୍କ ଚିକିତ୍ସା କରିବାକୁ ପଡିଥାଏ । ଫେଜ୍ ଡିସପ୍ଲେ ଶୈଳୀ ପ୍ରୟୋଗ କରି ଏଭଳି ସିନ୍ଥେଟିକ୍ ଆଂଟିବଡି ପ୍ରସ୍ତୁତ କରାଯାଏ । ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପାଇଁ ଏକ ମାସ ସମୟ ଲାଗେ । ସରକାରଙ୍କଠାରୁ ଅନୁମତି ନେଇ ଏଭଳି କୃତ୍ରିମ ପରୀକ୍ଷଣ ସରକାରୀ ପରୀକ୍ଷାଗ।।ର, ଗବେଷଣା କେନ୍ଦ୍ର ଓ ଘରୋଇ ଲାବ୍‌ରେ ବି କରାଯାଇପାରେ ।

୫୦ ଦିନରେ ଫଳାଫଳ

ଥରେ ଗୋଟିଏ ଆଣ୍ଟିବଡି ସୃଷ୍ଟି ହୋଇଗଲେ, ଏହାର ଲକ୍ଷ ଲକ୍ଷ କପି ବାହାରିପାରିବ । କିନ୍ତୁ ପ୍ରଥମେ ସେଗୁଡିକ ଠେକୁଆ ବା ମାଙ୍କଡଙ୍କ ଭଳି ପଶୁଙ୍କଠାରେ ପରୀକ୍ଷଣ ହେବା ଆବଶ୍ୟକ । ୧୪ ଦିନ ମଧ୍ୟରେ ସେମାନଙ୍କଠାରେ କଣ ସବୁ ପ୍ରଭାବ ପଡୁଛି, ତାହାକୁ ଦେଖି ସିନ୍ଥେଟିକ ଆଂଟିବଡି ପ୍ରସ୍ତୁତିରେ କିଛି ପରବର୍ତ୍ତନ କରାଯାଇପାରେ । ଆଂଟିବଡି ପ୍ରସ୍ତୁତି ପାଇଁ ୩୦ ଦିନ ସମୟ ଲାଗିଥାଏ । ଇନକ୍ୟୁବେସନ ଓ ପରଫର୍ମାନ୍ସ ଟେଷ୍ଟିଂ ପାଇଁ ଆହୁରି ଅତିରିକ୍ତ ୧୪ ଦିନ ଲାଗିଥାଏ । ସଠିକ୍ ଫଳାଫଳ ଆସିବା ପାଇଁ ମୋଟ ୪୪ରୁ ୫୦ ଦିନ ଲାଗେ । ରୋଗୀର ରକ୍ତରେ ଆଂଟିବଡି ସଂଚାଳନ କରିବା ପ୍ରକ୍ରିୟାକୁ ଡାକ୍ତରୀ ଭାଷାରେ ପାସିଭ୍ ଇମ୍ୟୁନିଟି କୁହାଯାଏ । ୧୮୯୪ ମସିହାରେ ହିଁ ବୈଜ୍ଞାନିକମାନେ ଏଭଳି ପ୍ରକ୍ରିୟାର ପ୍ରଚଳନ କରିଥିଲେ । ଗୁରୁତର ଅସୁସ୍ଥତା ଓ ଭାଇରାଲ ସମସ୍ୟା ଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଥିଲା ଏଭଳି ପ୍ରକ୍ରିୟାର ଉଦ୍ଦେଶ୍ୟ । ପରେ ପରେ ଟିବି, ଥାଇରଏଡ୍ ଭଳି ଗମ୍ଭୀର ରୋଗର ସାମନା କରୁଥିବା ରୋଗ ପାଇଁ ବି ପାସିଭ ଇମ୍ୟୁନିଟି ଦିଆଗଲା । ଏହାର ଫଳାଫଳ ବି ଥିଲା ସକାରାତ୍ମକ । କିଛି ଦେଶରେ କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ବି ପାସିଭ ଇମ୍ୟୁନିଟିର ବ୍ୟବହାର କରାଯାଏ । କୋରୋନା ଭାଇରସର ମୁକାବିଲା ଭବିଷ୍ୟତରେ ଟୀକାକରଣ ପାଇଁ ବି ଆଂଟିବଡିର ବ୍ୟବହାର କରାଯାଇପାରେ । କୋଭିଡ-୧୯ର ସଫଳ ମୁକାବିଲା ପାଇଁ ଆଜିକାଲି ଏକାଧିକ ଗବେଷଣା ଚାଲିଛି । ତୁଳନାତ୍ମକ ଭାବେ ଦେଖିବାକୁ ଗଲେ, ସିନ୍ଥେ୍ଥଟିକ ଆଂଟିବଡି ହୁଏତ ଭବିଷ୍ୟତରେ କୋରୋନା ବିରୋଧୀ ଲଢେଇରେ ସହଜ ମାଧ୍ୟମ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.