ETV Bharat / bharat

ଭାରତକୁ କଳାଧନ ବାବଦ ତଥ୍ଯ ଦେବ ସ୍ବିଜରଲ୍ୟାଣ୍ଡ

ସ୍ୱିସ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ସହ ଜଡିତ ସମସ୍ତ ତଥ୍ୟ ଏବେ ଭାରତକୁ ପ୍ରଦାନ କରିବ ସ୍ବିଜରଲ୍ୟାଣ୍ଡ। ଏ ସମ୍ପର୍କିତ ସୂଚନାର ଆଦାନ ପ୍ରଦାନ କରିବା ପାଇଁ ସ୍ବିଜରଲ୍ୟାଣ୍ଡର ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହା ଫଳରେ ଏହି ବ୍ୟାଙ୍କ ସହ ଜଡିତ ଥିବା ସମସ୍ତ ତଥ୍ୟ ଏବେ ହସ୍ତଗତ ହେବ।

author img

By

Published : Jul 10, 2019, 12:51 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସ୍ବିସ ବ୍ୟାଙ୍କରେ ଜମା ହୋଇଥିବା କଳାଧନ ସମ୍ବନ୍ଧରେ ଏବେ ଭାରତକୁ ମିଳିବ ସୂଚନା । ଭାରତୀୟଙ୍କ ଆକାଉଣ୍ଟ ସହ ଜଡିତ ସମସ୍ତ ସୂଚନା ଏବେ ଭାରତକୁ ପ୍ରଦାନ କରିବ ସ୍ବିଜରଲ୍ୟାଣ୍ଡ । ତେବେ ସେପ୍ଟେମ୍ବର 30 ପୂର୍ବରୁ ଭାରତ ଓ ସ୍ବିଜରଲ୍ୟାଣ୍ଡ ଏ ବିଷୟରେ ଆଲୋଚନା କରିବା ନେଇ ସୂଚନା ମିଳିଛି ।

ସବୁଠାରୁ ଖାସ୍‌ କଥା ହେଉଛି ସୂଚନା ଆଦାନ ପ୍ରଦାନ କରିବା ପାଇଁ ସ୍ବିଜରଲ୍ୟାଣ୍ଡ ପକ୍ଷରୁ ଏ ସମ୍ପର୍କିତ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ବ୍ୟାଙ୍କ ସହ ଜଡିତ ସମସ୍ତ ତଥ୍ୟ ଏବେ ହସ୍ତଗତ ହେବ । 2018 ଜାନୁଆରୀରୁ ଭାରତ ଓ ସ୍ବିଜରଲ୍ୟାଣ୍ଡ ମଧ୍ୟରେ ସୂଚନା ଆଦାନ ପ୍ରଦାନ ନେଇ ବୁଝାମଣା ହୋଇସାରିଛି । ଦୁଇ ଦେଶ ମଧ୍ୟ AEOI(ଅଟୋମେଟିକ ଏକ୍ସଜେଞ୍ଜ ଅଫ୍‌ ଇନଫରମେଶନ) ବୁଝାମଣାରେ ହସ୍ତାକ୍ଷର ମଧ୍ୟ କରିଛନ୍ତି । କେବଳ ଭାରତ ନୁହେଁ ଏପରି 73 ଦେଶ ସହ ସ୍ବିଜରଲ୍ୟାଣ୍ଡର (AEOI) ବୁଝାମଣା ହୋଇଛି ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.