ETV Bharat / bharat

ଲଦାଖ ଉପ-ରାଜ୍ୟପାଳ ଭାବେ ଶପଥ ନେଲେ ଆରକେ ମାଥୁର - ଆରକେ ମାଥୁର

ଲଦାଖର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ରାଧାକୃଷ୍ଣ ମାଥୁର । ଆରକେ ମାଥୁର ରକ୍ଷା ସଚିବ ସହ ତ୍ରିପୁରା କ୍ୟାଡରର ଆଇଏସ ଅଫିସର ମଧ୍ୟ ରହିସାରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 31, 2019, 11:16 AM IST

ଶ୍ରୀନଗର: ମଧ୍ୟରାତ୍ରରୁ ଜାମ୍ମୁ ଓ କାଶ୍ମୀର ସହ ଲଦାଖ ନୂଆ କେନ୍ଦ୍ରଶାସିତ ପ୍ରଦେଶର ଔପଚାରିକ ମାନ୍ୟତା ପାଇଛି । ଏଥିସହ ଏଠାରେ ବଦଳିଯାଇଛି ଅନେକ ନିୟମ । ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ପଦ ଥିଲା । ହେଲେ ଆଜିଠାରୁ ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ଉପରାଜ୍ୟପାଳ ରହିବେ । ଏଥିପାଇଁ ପୂର୍ବରୁ ଉପରାଜ୍ୟପାଳ ନିଯୁକ୍ତି ହୋଇସାରିଥିବା ବେଳେ ଗୁରବାର ଶବଥଗ୍ରହଣ ହୋଇଛି ।

କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ପାଇଥିବା ଲଦାଖର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଗୁରବାର ଶପଥ ନେଇଛନ୍ତି । ଜାମ୍ମୁ ଓ କାଶ୍ମୀରର ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ ଗୀତା ମିତ୍ତଲ ମାଥୁରଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଏକ ସାଧାରଣ ସଭାରେ ଏହି ଶପଥଗ୍ରହଣ ଉତ୍ସବ ସମ୍ପନ୍ନ ହୋଇଛି ।

leh
ଫଟୋ ସୌଜନ୍ୟ: ଏଏନଆଇ

ଆରକେ ମାଥୁର ରକ୍ଷା ସଚିବ ସହ ତ୍ରିପୁରା କ୍ୟାଡରର ଆଇଏସ ଅଫିସର ମଧ୍ୟ ରହିସାରିଛନ୍ତି । ଏହାସହ ଲଦାଖର ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ଆଇଏସ ଅଧିକାରୀ ଉମଙ୍ଗ ନରୁଲ୍ଲାଙ୍କୁ ନିଯୁକ୍ତ କରାଯାଇଛି ।

ଅନ୍ୟପକ୍ଷେ ଜାମ୍ମୁ ଓ କାଶ୍ମୀରର ନୂଆ ଉପରାଜ୍ୟପାଳ ତଥା ଗୁଜରାଟ କ୍ୟାଡରର ଆଇଏସ ଅଧିକାରୀ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ମଧ୍ୟ ଗୁରବାର ଶପଥ ନେବା ନେଇ ଜଣା ପଡିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.