ETV Bharat / bharat

ସ୍ବାମୀ ବିବେକାନନ୍ଦଙ୍କ ଉଦ୍ଦେଶ୍ୟରେ ଦିନଟିଏ

author img

By

Published : Jan 12, 2020, 10:39 AM IST

ଆଜି ଦେଶ ପାଳୁଛି 35ତମ ଜାତୀୟ ଯୁବ ଦିବସ । ପ୍ରତ୍ୟେକ ବର୍ଷ ଜାନୁଆରୀ 12ରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ....

National youth day
ସ୍ବାମୀ ବିବେକାନନ୍ଦଙ୍କ ଉଦ୍ଦେଶ୍ୟରେ ଦିନଟିଏ

ଭୁବନେଶ୍ବର: ସ୍ବାମୀ ବିବେକାନନ୍ଦଙ୍କ ଉଦ୍ଦେଶ୍ୟରେ ଦିନଟିଏ । ପ୍ରତ୍ୟେକ ବର୍ଷ ଜାନୁଆରୀ 12ରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ଆଜି 35 ତମ ଜାତୀୟ ଯୁବ ଦିବସ ପାଳନ ହେଉଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଆଜିଠୁ 157 ବର୍ଷ ପୂର୍ବେ 1863 ଜାନୁଆରୀ 12ରେ କୋଲକାତାରେ ବିବେକାନନ୍ଦଙ୍କର ଜନ୍ମ ହୋଇଥିଲା । ସେ ସାରା ଦୁନିଆକୁ ଭାରତର ଯୁବ ଶକ୍ତିର ପରିଚୟ ଦେଉଥିଲେ ଓ ସବୁବେଳେ ଯୁବକଙ୍କୁ ନିଜ ଅନ୍ତର୍ନିହିତ ଶକ୍ତି ସହ ପରିଚୟ କରାଉଥିଲେ । ସବୁବେଳେ ସେ ଯୁବପିଢିଙ୍କ ପାଇଁ ପ୍ରେରଣା। ତାଙ୍କ ଆଦର୍ଶ ଚିରକାଳ ପାଇଁ ସମାଜରେ ଉଜ୍ଜୀବିତ ହୋଇ ରହିଛି ।

ବିବେକାନନ୍ଦ ଛୋଟ ଜୀବନକାଳ ମଧ୍ୟରେ ପୁରା ଦୁନିଆରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ। ଆଜି ମଧ୍ୟ ତାଙ୍କର ବିଚାର ଆମ ମାନଙ୍କ ଜୀବନରେ ସ୍ବତନ୍ତ୍ର ମନ୍ତ୍ର ରୂପେ କାମକରିଥାଏ। ସ୍ବାମୀ ବିବେକାନନ୍ଦ ୧୮୯୩ ମସିହାରେ ଚିକାଗୋରେ ସର୍ବପ୍ରଥମେ ଭାରତୀୟ ଧର୍ମ ଏବଂ ଆଧ୍ୟାତ୍ମିକତାର ପ୍ରଚାର କରିଥିଲେ। ସେ ତାଙ୍କ ଭାଷଣର ଆରମ୍ଭ ‘ମୋର ଆମେରିକାର ଭାଇ ଏବଂ ଭଉଣୀ’ କହି ସମ୍ଭୋଧନ କରିଥିଲେ। ଆଉ ସ୍ବାମୀଜୀଙ୍କର ସେହି କଥାରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଳି ମାରି ତାଙ୍କୁ ସମର୍ଥନ କରିଥିଲେ ଏବଂ ଉପସ୍ଥିତ ଥିବା ସବୁ ବ୍ୟକ୍ତି ତାଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ। ଏହି କାରଣରୁ ବିଦେଶୀ ମିଡ଼ିଆ ତାଙ୍କୁ ସାଇକ୍ଲାନିକ୍ ହିନ୍ଦୁ ନାମ ଦେଇଥିଲେ।

ସ୍ବାମୀ ବିବେକାନ୍ନଦଙ୍କ ପ୍ରକୃତ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ତାଙ୍କ ପିତା ବିଶ୍ବନାଥ ଦତ୍ତ । ଯିଏ କି ପେସାରେ ଜମେ ଓକିଲ ଥିଲେ । ତାଙ୍କ ମାଙ୍କ ନାମ ଥିଲା ଭୁବନେଶ୍ବରୀ ଦେବୀ । ହେଲେ ପିତାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଚଳାଇବା ଦାୟିତ୍ବ ତାଙ୍କ ମୁଣ୍ଡ ଉପରେ ଥିଲା । ଫଳରେ ସେ ଚାକିରି ପାଇଁ ବାର ଦୁଆର ବୁଲୁଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ଧିରେ ଧିରେ ତାଙ୍କର ଭଗବାନଙ୍କ ଉପରୁ ବିଶ୍ବାସ ହଟି ଯାଇଥିଲା । ଧିରେ ଧିରେ ନାସ୍ତିକ ହୋଇଯାଇଥିଲେ । ଭଗବାନ ଅପେକ୍ଷା ସେ କର୍ମ ଓ ମାନବିକତାକୁ ମାନିବାକୁ ଲାଗିଥିଲେ । 1902 ଜୁଲାଇ 4 ରେ ତାଙ୍କର ଦେହାନ୍ତ ହୋଇଥିଲା ।

ସ୍ବାମୀ ବିବେକାନନ୍ଦଙ୍କ ପ୍ରମୁଖ ବିଚାର:-

  • ଉଠ, ଜାଗ, ସେପର୍ଯ୍ୟନ୍ତ କର୍ମ କର ଯେ ପର୍ଯ୍ୟନ୍ତ ଲକ୍ଷପ୍ରାପ୍ତି ନ ହୋଇଛି ।
  • ନିଜକୁ କମଜୋର ଭାବିବା ସବୁଠାରୁ ବଡ ପାପ ।
  • ତମକୁ କିଏ ପଢାଇବ ନାହିଁ କି ଆଧ୍ୟତ୍ମିକ କରିବ ନାହିଁ, ତମ ନିଜକୁ ସବୁକିଛି ଶିଖିବାକୁ ପଡିବ । ନିଜ ଆତ୍ମାରୁ ହିଁ ସବୁକିଛି ଶିଖିବାକୁ ପଡିବ । କାରଣ ଆତ୍ମାଠାରୁ ବଡ କୌଣସି ଶିକ୍ଷକ ନାହାନ୍ତି ।
  • ବିଶ୍ବ ହେଉଛି ସବୁଠାରୁ ବଡ ବ୍ୟାୟାମ ଶାଳା । ଯେଉଁଠିକୁ ଆମେ ନିଜକୁ ମଜବୁତ କରିବାକୁ ଆସିଥାଉ ।
  • କୌଣସି ଦିନ, ଯଦି ଆପଣଙ୍କ ସମ୍ମୁଖରେ କିଛି ସମସ୍ୟା ଆସୁନାହିଁ ତେବେ ସୁନିଶ୍ଚିତ ହୋଇଯାଆନ୍ତୁ ଯେ ଆପଣ କିଛି ଭୁଲ ମାର୍ଗରେ ଯାଉଛନ୍ତି ।
  • ଗୋଟିଏ ସମୟରେ ଗୋଟିଏ କାମ କରନ୍ତୁ, ଆଉ ସେମିତି କରିବା ସମୟରେ ନିଜର ପୁରା ଆତ୍ମା ସେଥିରେ ଲଗାଇ ବାକି ସବୁକିଛି ଭୁଲି ଯାଆନ୍ତୁ ।
  • ଯେ ପର୍ଯ୍ୟନ୍ତ ନିଜ ଉପରେ ବିଶ୍ବାସ ଆସୁନି ସେ ପର୍ଯ୍ୟନ୍ତ ଭଗବାନଙ୍କ ଉପରେ ବିଶ୍ବାସ କରନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.