ଭୋପାଳ: ଅସୁସ୍ଥ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ । ତାଙ୍କୁ ମଧ୍ୟପ୍ରଦେଶର ଜବଲପୁରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଶଙ୍କରାଚାର୍ଯ୍ୟ ଏକ ସଭାରେ ଥିବା ସମୟରେ ତାଙ୍କୁ ନିଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା।
ପରେ ତାଙ୍କୁ 22 ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲ। ଗତକାଲି, ଶଙ୍କରାଚାର୍ଯ୍ୟ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ସକସଘାଟ ଆଶ୍ରମରେ ଥିବା ସମୟରେ ହିଁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲ। ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କୁ 2ରୁ 3 ଦିନ ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରଖାଯାଇଛି।