ETV Bharat / state

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା 3 ବର୍ଷର ଶିଶୁ, ହସ୍ପିଟାଲରେ ଉତ୍ତେଜନା - 3 YEAR OLD GIRL DIES

ଢେଙ୍କାନାଳରେ ଭୁଲ ଇଞ୍ଜେକ୍ସନ୍‌ ପାଇଁ ସାଢେ଼ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକ । ହସ୍ପିଟାଲରେ ଉତ୍ତେଜନା ।

3 Year Old Girl Dies Allegedly From Injection Overdose
3 Year Old Girl Dies Allegedly From Injection Overdose (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 5:31 PM IST

ଢେଙ୍କାନାଳ: ଭୁଲ ଇଞ୍ଜେକ୍ସନ୍‌ ପାଇଁ ସାଢେ଼ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକ । ଏନେଇ ପରିବାର ଲୋକ ଡାକ୍ତରଙ୍କ ସହ ନର୍ସଙ୍କୁ ଦୋଷ ଦେଇଛନ୍ତି । ଢେଙ୍କାନାଳ ହସ୍ପିଟାଲର ଶିଶୁ ବିଭାଗରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

ଭୁଲ ଇଞ୍ଜେକ୍ସନ୍‌ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ:

3 Year Old Girl Dies Allegedly From Injection Overdose (ETV Bharat Odisha)

ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କେଶରିଆ ଗ୍ରାମର ରବିନ୍ଦ୍ର ମିଶ୍ରଙ୍କ ସାଢେ ୩ ବର୍ଷର ଝିଅକୁ ଝାଡ଼ା ବାନ୍ତି ଓ ଜ୍ୱର ହୋଇଥିଲା । ପରିବାର ଲୋକେ ଝିଅକୁ ଗତକାଲି(ଶନିବାର) ସକାଳ ୧୦ଟା ସମୟରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାର ଶିଶୁ ବିଭାଗରେ ଆଡମିଶନ କରାଇଥିଲେ ପରିବାର ଲୋକ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରଥମେ ସାଲାଇନ ଦିଆଯିବା ପରେ ଇଞ୍ଜେକ୍ସନ୍‌ ଦିଆଯାଇଥିଲା । ତେବେ ଇଞ୍ଜେକ୍ସନ୍‌ ଦେବା ପରେ ଶିଶୁର ଅତ୍ୟଧିକ କମ୍ପନ ହୋଇଥିଲା । ପରେ ପରେ ନିସ୍ତେଜ ହୋଇ ଯାଇଥିଲା । ତୁରନ୍ତ ଡାକ୍ତରଙ୍କୁ ଡାକିବାରୁ ଡାକ୍ତର ଆସି ତାକୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଶିଶୁ ମୃତ୍ୟୁ ପରେ ଏନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଟାଉନ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ଥମିଥିଲା ।

ମେଡିକାଲ ଷ୍ଟାଫ ସହ ନୂଆ ନର୍ସଙ୍କୁ ଦାୟି କଲେ ପରିବାର ଲୋକ:

ଏନେଇ ମୃତ ଶିଶୁର ବାପା ରବିନ୍ଦ୍ର କୁମାର ମିଶ୍ର କହିଛନ୍ତି, "ଝିଅକୁ ଝାଡ଼ା, ବାନ୍ତି ସହ ଜ୍ବର ହେଉଥିଲା । ସକାଳ ସମୟରେ ଝିଅକୁ ମେଡ଼ିକାଲକୁ ଆଣିଥିଲୁ । ମେଡ଼ିକାଲରେ ଝିଅକୁ ସାଲାଇନ ସହ ପାରାସିଟାମଲ ଦିଆଯାଇଥିଲା । ଝିଅକୁ ଏକ ଇଞ୍ଜେକ୍ସନ ଦିଆଯାଇଥିଲା । ଇଞ୍ଜେକ୍ସନ ଦେବା ପରେ ସେ ଅଣନିଶ୍ବାସୀ ହୋଇ ହଠାତ ମୃତ୍ୟୁ ହୋଇଯାଇଥିଲା । ଏଥିରେ ମେଡିକାଲ ଷ୍ଟାଫ ସହ ଯେଉଁ ନୂଆ ନର୍ସ ଅଛନ୍ତି ସେମାନଙ୍କର ସମ୍ପୂର୍ଣ୍ଣ ଭୁଲ । ଆମେ ଦାବି କରୁଛୁ ସେମାନଙ୍କୁ ନିଲମ୍ବନ କରାଯାଉ । ଏଭଳି ଘଟଣା ଆଉ କେଉଁ ପିଲା ସହ ନହେଉ ।"

ଏହା ମଧ୍ୟ ପଢ଼ନ୍ତୁ...ମେଡିକାଲ ପାଇଁ କରୁଥିଲେ NEET ପ୍ରସ୍ତୁତି, ପରୀକ୍ଷା ପୂର୍ବରୁ କୋଚିଂ ସେଣ୍ଟରରେ ହାରିଲେ ଜୀବନ

ଏହା ମଧ୍ୟ ପଢ଼ନ୍ତୁ...ଛତିଶଗଡ଼ରେ ବଡ଼ ଦୁର୍ଘଟଣା: ପିକଅପ ଓଲଟି ୩ ଓଡ଼ିଆ ଶ୍ରମିକ ମୃତ, ୧୩ ଆହତ

ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ:

ସେପଟେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଜିଲ୍ଲା ଚିକିତ୍ସାଧିକାରୀ ରଞ୍ଜନ କୁମାର ସାମଲ କହିଛନ୍ତି, "ମୃତ ଶିଶୁର ବାପା ମାଆ କହୁଛନ୍ତି ଇଞ୍ଜେକ୍ସନ ଦେବା ପରେ ତାଙ୍କ ଝିଅର ମୃତ୍ୟୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡି଼ବ । ଏନେଇ ସିଡିଏମଓଙ୍କ ସହ କଥା ହୋଇଛି । ଏକ କମିଟି କରିବା ସହ ପୋଲିସ ରିପୋର୍ଟ କରି ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଯାହା ରିପୋର୍ଟ ଆସିବ ଆମେ ପରିବାର ଲୋକଙ୍କୁ ଜଣାଇଦେବୁ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.