ETV Bharat / bharat

ସ୍ବଚ୍ଛତା ସର୍ବେକ୍ଷଣ 2020: ଇନ୍ଦୋର ଭାରତର ସ୍ବଚ୍ଛ ସହର

author img

By

Published : Aug 20, 2020, 6:29 PM IST

ଚଳିତ ବର୍ଷର ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣ ରିପୋର୍ଟରେ ଇନ୍ଦୋର ସହର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଭାରତରେ କରାଯାଇଥିବା ଏହି ପଞ୍ଚମ ସଂସ୍କରଣ ସ୍ବଚ୍ଛତା ସର୍ବେକ୍ଷଣରେ ଇନ୍ଦୋର ଭାରତର ସ୍ୱଚ୍ଛ ସହର ଭାବରେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ସ୍ବଚ୍ଛତା ସର୍ବେକ୍ଷଣ 2020: ଇନ୍ଦୋର ଭାରତର ସ୍ବଚ୍ଛ ସହର
ସ୍ବଚ୍ଛତା ସର୍ବେକ୍ଷଣ 2020: ଇନ୍ଦୋର ଭାରତର ସ୍ବଚ୍ଛ ସହର

ନୂଆଦିଲ୍ଲୀ: ଚଳିତ ବର୍ଷର ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣରେ ରିପୋର୍ଟରେ ଇନ୍ଦୋର ସହର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଭାରତରେ କରାଯାଇଥିବା ଏହି ପଞ୍ଚମ ସଂସ୍କରଣ ସ୍ବଚ୍ଛତା ସର୍ବେକ୍ଷଣରେ ଇନ୍ଦୋର ଭାରତର ସ୍ୱଚ୍ଛ ସହର ଭାବରେ ଘୋଷଣା କରାଯାଇଛି ।

ଲଗାତାର ଚତୁର୍ଥ ଥର ପାଇଁ ସହର ଏହି ସଫଳତା ହାସଲ କରିଛି । ଗୁଜୁରାଟର ସୁରଟ ଦ୍ୱିତୀୟ ସ୍ଥାନରେ ଏବଂ ମହାରାଷ୍ଟ୍ରର ନାଭି ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ଏହି ଘୋଷଣା ପରେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି, ଇନ୍ଦୋର ଚତୁର୍ଥ ଥର ପାଇଁ ଭାରତର ସବୁଠାରୁ ପରିଷ୍କାର ସହର ହୋଇଛି । ସହରର ଲୋକମାନଙ୍କର ସ୍ୱଚ୍ଛତା ପ୍ରତି ଉତ୍ସର୍ଗୀକୃତ ମନୋଭାବ ପାଇଁ ଏହା ସମ୍ଭବ ହୋଇପାରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ତଥା ମ୍ୟୁନିସିପାଲ କର୍ପୋରେସନକୁ ଅଭିନନ୍ଦନ ଜଣାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.