ଆଉ ଦିନକ ପରେ ଗାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ । ଚଳିତ ଥର ନିଆରା ଢଙ୍ଗରେ ଗାନ୍ଧୀଙ୍କ ଜନ୍ମଦିନକୁ ପାଳିବ ସମଗ୍ର ଦେଶ । ପୂରା ଭାରତକୁ ସ୍ବଚ୍ଛ ନେଇ ନିଆଯିବ ପଣ । ଏହିଦିନଠାରୁ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରି ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ 130 କୋଟି ଜନତା ।
ସ୍ବଚ୍ଛତା ସୁସ୍ଥ ଓ ସମୃଦ୍ଧ ଜୀବନ ଦେଇଥାଏ । ନିର୍ମଳ ପରିବେଶ ହିଁ ସୁଖୀ ଜୀବନର ରହସ୍ୟ ବୋଲି ବିଶ୍ବାସ କରୁଥିଲେ ବାପୁ । କେବଳ ନିଜର ଚାରିପାଖ ନୁହେଁ ବରଂ ମନକୁ ବି ସ୍ବଚ୍ଛ ରଖିବାକୁ ପରାମର୍ଶ ଦେଉଥିଲେ ବାପୁ । ଏଥିପାଇଁ ସେ ତ୍ରିକୋଣୀୟ ସ୍ବଚ୍ଛତା, ଅସ୍ପୃଶ୍ୟତା ଓ ରାଷ୍ଟ୍ରୀୟ ସ୍ବୟତତା ମଧ୍ୟରେ ଥିବା ସମ୍ବନ୍ଧକୁ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ।
ଏ ସମ୍ପର୍କରେ ଗାନ୍ଧୀ ଗୋଟିଏ ଥର କହିଥିଲେ ଯେ, ‘ ପ୍ରତି ବ୍ୟକ୍ତି ଜଣେ ଜଣେ ଝାଡୁଦାର’ । ଏହି ଉକ୍ତି କେବଳ ସ୍ବଚ୍ଛତାକୁ ପାଇଁ ନୁହେଁ ବରଂ ସାମଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ଏକ ବଡ ମହୌଷଧି । ଇଂରେଜଙ୍କୁ ଦେଶରୁ ତଡିବା ପାଇଁ ସମସ୍ତଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ ଥିଲା। ସେହିପରି ଏବେ ଦେଶକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଗାନ୍ଧୀ ସର୍ବଦା କହିଆସୁଥିଲେ ।
ଗାନ୍ଧୀଙ୍କ ଜୀବନର ଗୋଟିଏ ଘଟଣା ଏହି ମର୍ମକୁ ଅତି ସରଳ ଢଙ୍ଗୀରେ ବର୍ଣ୍ଣନା କରେ । ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ଗୋଟିଏ ଥର ସେ ଭାରତୀୟ କଂଗ୍ରେସର କଲିକତା ଅଧିବେଶନରେ ଯୋଗ ଦେବାକୁ ଭାରତ ଆସିଥିଲେ । ଏଠାରେ ଦକ୍ଷିଣ ଆଫ୍ରିକାରେ କିପରି ଭାରତୀୟଙ୍କୁ ହୀନ ବ୍ୟବହାର କରାଯାଏ ସେ ନେଇ ଅପିଲ କରିଥିଲେ । ଏହି ସମୟରେ ଗାନ୍ଧୀ କ୍ୟାମ୍ପକୁ ଅପରିଷ୍କାର ଦେଖି ତାକୁ ସଫା କରିବାକୁ ସ୍ବଂୟସେବୀଙ୍କୁ କହିଥିଲେ । ଆଉ ଉତ୍ତରରେ ଆସିଥିଲେ ଏସବୁ ‘ସ୍ବିପରଙ୍କ କାମ ’। ଏଥିରୁ ସେ ଦେଖିପାରିଥିଲେ ଲୋକଙ୍କ ମନରେ ରହିଥିବା ସ୍ବଚ୍ଛତାର ତଦ୍ରୁପ ରୂପ ।
ତେବେ ଏଠାରେ ଗାନ୍ଧୀ ଚୁପ ରହିନଥିଲେ । ମର୍ଡନ ଡ୍ରେସ ପିନ୍ଧି ବି ହାତରେ ଝାଡୁ ଧରି ସମଗ୍ର ପରିସରକୁ ସଫା କରିବାରେ ଲାଗିପଡିଥିଲେ । ଏହା ପରେ ସେଠାରେ କଂଗ୍ରେସ କ୍ୟାଡରର ସ୍ଥାପନା କରିଥିଲେ । ସମାଜ ପ୍ରତି ତାଙ୍କର ଏହି ମହନୀୟତା ଓ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ‘ଜାତିର ପିତା’ ଦର୍ଜା ମିଳିଥିଲା । ପରେ କଂଗ୍ରେସ ପାର୍ଟି ଓ ତାହାର ସ୍ବଂୟସେବୀ ମିଳିତ ଭାବେ “bhangi” ଗ୍ରୁପର ଗଠନ କରିଥିଲେ । ସାଧାରଣତଃ ସ୍ବିପରଙ୍କୁ ଏହି ନାମରେ ଡକାଯାଇଥାଏ । କାରଣ ଅଧିକାଂଶ ଭାବେ ଏମାନେ ସୀମାନ୍ତ ଶ୍ରେଣୀରୁ ଆସିଥାନ୍ତି । ତେବେ ଗାନ୍ଧୀଙ୍କ ବିଚାରରେ ଅନୁପ୍ରଣୀତ ହୋଇ ଉଚ୍ଚ ବର୍ଗର ଲୋକ ମଧ୍ୟ ଏହି ଦଳରେ ସାମିଲ ହୋଇ ଦେଶର ବିଭିନ୍ନ ପ୍ରାନ୍ତର ସଫା କରିଥିଲେ । ଗାନ୍ଧୀଙ୍କ ଏହି ଅଭିଯାନ ପରବର୍ତ୍ତୀ ସମୟରେ ଜାତି ଭେଦ, ଛୁଆଁ-ଅଛୁଆଁ ଦୂର ନେଇ ଏକ ବଡ ଧରଣର ବିପ୍ଲବ ଭାବେ ମୁଣ୍ଡ ଟେକିଥିଲା ।
ବାସ୍ତବରେ ସ୍ବଚ୍ଛତା ନେଇ ମହାତ୍ମା ଗାନ୍ଧୀଙ୍କ ଏହି ଚିନ୍ତା ସତ୍ୟାଗ୍ରହର ମୂଳମନ୍ତ୍ର ଥିଲା । ଯାହାକି ପରବର୍ତ୍ତୀ ସମୟରେ ଦକ୍ଷିଆ ଆଫ୍ରିକାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ସାମଜରେ ପରିବେଶ ବ୍ୟତିତ ବ୍ୟକ୍ତିଗତ ସ୍ବଚ୍ଛତାର ମଧ୍ୟ ଅଭାବ ଥିଲା । ଏହାର ବିରୋଧରେ ରାଷ୍ଟ୍ରୀୟ ସଂସଦକୁ ଗାନ୍ଧୀ ଏକ ଖୋଲା ଚିଠି ଲେଖିଥିଲେ । ଏଥିସହ ଭାରତରେ ମଧ୍ୟ ସ୍ବଚ୍ଛତାର ଜୋରଦାର ପ୍ରଚାର କରିଥିଲ । ସେହି ସମୟରେ ମାଡ୍ରାସ (ଏବେ କାର ଚେନ୍ନାଇ)ରେ ଏକ ଭାଷଣ ଦେଇ ଗାନ୍ଧୀ କହିଥିଲେ ଯେ, ଗୋଟିଏ ଶୌଚାଳୟ ଗୋଟିଏ ଡ୍ରଇଙ୍ଗ ରୁମ ଭଳି ସଫା ରହିବା ଦରକାର ।
ପରେ 1920 ଅସହଯୋଗ ଆନ୍ଦୋଳନ ବେଳେ ଗାନ୍ଧୀଙ୍କ ଏହି ମିଶନ ମଜବୁତ ହୋଇଥିଲା । ସ୍ବଚ୍ଛତା ଓ ସ୍ବରାଜ ମଧ୍ୟରେ ଏକ ଘନିଷ୍ଠ ସମ୍ବନ୍ଧର ଉଦାରଣ ଦେଇ ସେ ଲୋକଙ୍କୁ ଜାଗୃତ କରିଥିଲେ । “Our insanitation”(ଆମର ପାଗଳାମୀ) ନାମକ ଏକ ଅନୁଚ୍ଛେଦରେ ସେ ଲେଖିଥିଲେ ଯେ, ସ୍ବରାଜ କେବଳ ସ୍ବଚ୍ଛ ଓ ସାହାସୀ ଲୋକଙ୍କ ଦ୍ବାରା ସମ୍ଭବ ।
ସ୍ବଚ୍ଛ ଭାରତ: ସ୍ବଚ୍ଛତା ଏକ ମିଶନ
2011 ଜନଗଣନା ଅନୁସାରେ 246.7 ମିଲିୟନ ଭାରତୀୟ ପରିବାର ମଧ୍ୟରୁ ପାଖାପାଖୀ 53.1 ପ୍ରତିଶତଙ୍କ ଘରେ ଶୌଚାଳୟ ନାହିଁ । ଏହା ବାଦ ବହୁ ସଂଖ୍ୟାକ ଲୋକ ଖୋଲାରେ ଶୌଚ କରନ୍ତି । ସେ ବି ଭାରତ ଭଳି ଦ୍ରୁତ ଆର୍ଥିକ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ଦେଖିବାକୁ ମିଳୁଛି । ଏହାକୁ ଆଖି ଆଗରେ ରଖି 2 ଅକ୍ଟୋବର 2014 (ମହାତ୍ମା ଗାନ୍ଧୀଙ୍କ 145ତମ ଜନ୍ମଜୟନ୍ତୀ) ରେ ଏନଡିଏ ସରକାର ସ୍ଵଚ୍ଛ ଭାରତ ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ମିଶନ ମୋଦି ସରକାରଙ୍କ ମହତ୍ବକାଂକ୍ଷୀ ଅଭିଯାନ ମଧ୍ୟରୁ ଅନ୍ୟତମ । ଏହି ଧାରାରେ ‘ସ୍ବଚ୍ଛତା ହିଁ ସେବା’ ନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଏକତ୍ର ହେବାକୁ ଆହ୍ବାନ ଦେଇଥିଲେ । ଏହି ମିଶନର ଲକ୍ଷ୍ୟ ଥିଲା ପ୍ରତି ପରିବାକୁ ଶୌଚାଳୟ ସହିତ ସ୍ବଚ୍ଛତା ସୁବିଧା ପ୍ରଦାନ କରିବା । 2019 ସୁଦ୍ଧା ଦେଶକୁ ସ୍ଵଚ୍ଛ କରିବା ପାଇଁ ଉଦ୍ଦେଶ୍ୟ ନେଇ ସରକାର ଦେଶରେ 11 କୋଟି ଶୌଚାଳୟ ନିର୍ମାଣ ପାଇଁ ଏହି ମିଶନରେ 1 ଲକ୍ଷ 34 ହଜାର କୋଟି ଟଙ୍କା ବ୍ୟୟ ନେଇ ଘୋଷଣା କରିଥିଲେ ।
ରିପୋର୍ଟ ଅନୁଯାୟୀ, 2014 ଅକ୍ଟୋବର 2ରୁ ସ୍ବଚ୍ଛ ଭାରତ ମିଶନ ଶୁଭାରମ୍ଭ ପରେ ଦେଶରେ ପାଖାପାଖୀ 10 କୋଟି ଘରେ ଶୌଚାଳୟ ତିଆରି ହୋଇଛି । ସ୍ବଚ୍ଛ ଭାରତର ଅଭିଯାନର ସଫଳତା ନେଇ ଗତ ସପ୍ତାହରେ ମୋଦିଙ୍କୁ ବିଲ ମେଲିଣ୍ଡା ଗେଟସ ଅଫ ଫାଉଣ୍ଡେସନ ପକ୍ଷରୁ ଗ୍ଲୋବାଲ ଗୋଲକିପର୍ସ ଆୱର୍ଡରେ ସମ୍ମାନିତ କରାଯାଇଛି । ଯାହାକି ଭାରତ ପାଇଁ ଏକ ଉପଲବ୍ଧି ।
ସ୍ବଚ୍ଛ ଭାରତ ଅଭିଯାନ କେବଳ ସଫଳ ହୋଇନାହିଁ ବରଂ ଲୋକେ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ ମଧ୍ୟ ସାମିଲ କରିନେଇଛନ୍ତି । ଯାହାକି ଅନ୍ୟ ଦେଶ ପାଇଁ ମଧ୍ୟ ଏକ ମଡେଲ ରୂପେ କାର୍ଯ୍ୟ କରିବ ।
ମିଶନ ପୂରଣ ପାଇଁ ଚ୍ୟାଲେଞ୍ଜ
ଗାନ୍ଧୀଙ୍କ ଏହି ସ୍ବଚ୍ଛତାର ସ୍ବପ୍ନକୁ ପୂରଣ କରିବାକୁ ଏବେ ବି ବହୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି । ସବୁଠୁ ବଡ ବାଧକ ହେଉଛି manual scavenging (ମୁଣ୍ଡରେ ମଇଳା ବୋହିବା) । ଏହି ସମସ୍ୟାର ସମାଧାନ ପାଇଁ ସରକାର ନିଜ ସମ୍ବଳ ଓ ଶକ୍ତିକୁ ବ୍ୟବହାର କରି ଏପରି ଶୈଳୀରେ ଏପରି ଶୌଚାଳୟ ନିର୍ମାଣ କରିବା ଦରକାର ଯେପରି manual scavenging ର ଆବଶ୍ୟକତା ପଡିବ ନାହିଁ । ସେହିପରି ଦ୍ବିତୀୟ ଚ୍ୟାଲେଞ୍ଜ ହେଉଛି ଅଭିଯାନ ସମୟରେ ଦରକାର ହେଉଥିବା ଫଣ୍ଡ ଓ ସାମଗ୍ରୀ । ଆଉ ତୃତୀୟ ହେଉଛି overcome social taboos to use toilets । ଯଦି ଏସବୁ ଦୂର ହୁଏ ନିଶ୍ଚିତ ଗାନ୍ଧୀଙ୍କ ସ୍ବଚ୍ଛ ଭାରତ ସ୍ବପ୍ନ ପୂରଣ ହୋଇପାରିବ ।
(ଲେଖକ ଆସିଷ୍ଟାଣ୍ଟ ପ୍ରଫେସର, HNB Garhwal Central University,Uttarakhand)