ETV Bharat / bharat

ଗୁଣି ଗାରେଡି ସନ୍ଦେହରେ 8 ଜଣଙ୍କୁ ହତ୍ୟା ଅଭିଯୋଗ

author img

By

Published : Oct 14, 2020, 12:18 PM IST

ଗୁଣିଗାରେଡି ସନ୍ଦେହରେ 8 ଜଣଙ୍କୁ ହତ୍ୟା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଚାଇବାସ ଅଞ୍ଚଳରେ । ପଢନ୍ତୁ ଅଧିକ ......

ଗୁଣି ଗାରେଡି ସଂଦହରେ 8 ଜଣଙ୍କୁ ହତ୍ୟା ଅଭିଯୋଗ

ରାଞ୍ଚି: ଗୁଣିଗାରେଡି ସନ୍ଦେହରେ 8 ଜଣଙ୍କୁ ହତ୍ୟା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଚାଇବାସ ଅଞ୍ଚଳରେ । ଏହି ହତ୍ୟାକାଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳରେ ହୋଇଥିବା ଅଭିଯୋଗ ହୋଇଛି । ଜଣେ ସମ୍ପର୍କୀୟ ହିଁ ତାର ପରିବାରର ଅନ୍ୟ 8 ଜଣଙ୍କୁ ହତ୍ୟା କରିଥିବା ଅନ୍ୟ ଜଣେ ସଦସ୍ୟର ଅଭିଯୋଗରୁ ସନ୍ଦେହ କରାଯାଉଛି ।

ଗୁମୁଡି ସୋରେନ ନାମକ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଦର ଡାକ୍ତରଖାନାରେ ପହଞ୍ଚିବା ସହ ତାଙ୍କର ଜଣେ ସମ୍ପର୍କୀୟ ପରିବାର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରିଥିବା ସେ ପ୍ରକାଶ କରିଥିଲେ । ତାଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରାଯାଉଥିବାବେଳେ ସେ ଖସି ଆସିଥିବା କହିଛନ୍ତି । କିନ୍ତୁ ଘଟଣାରେ କେତେ ସତ୍ୟତା ଅଛି, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ ପକ୍ଷରୁ ସ୍ଥାନୀୟ ଏସଡିପିଓଙ୍କୁ ଯୋଗାଯୋଗ କରାଯିବାରୁ ସେ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଅଞ୍ଚଳରେ ଏମିତି କିଛି ଅପରାଧିକ ଘଟଣା ଘଟିନଥିବା କହିଛନ୍ତି । ଏସଡିପିଓ ଆହୁରି ମଧ୍ୟ କହିଛିନ୍ତି ଯେ ଉକ୍ତ ବ୍ୟକ୍ତିର ପରିବାର ବହୁଦିନ ଧରି ଗୁଣିଗାରେଡି କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି ।

ହସ୍ତଗତ ହୋଇଥିବା ଏକ ତଥ୍ୟ ଅନୁସାରେ 1990ରୁ 2000 ମସିହା ମଧ୍ୟରେ ଝାଡଖଣ୍ଡରେ ଗୁଣିଗାରେଡି ସନ୍ଦେହରେ ପ୍ରାୟ 1000 ମହିଳା ହତ୍ୟାର ଶିକାର ହୋଇଛନ୍ତି । ଝାଡଖଣ୍ଡ ମଧ୍ୟପ୍ରଦେଶ ଠାରୁ ଅଲଗା ହୋଇ ପୃଥକ ରାଜ୍ୟ ହେବା ପରେ 2000 ରୁ 2019 ମଧ୍ୟରେ 1800 ସହ ମହିଳାଙ୍କ ହତ୍ୟା ଗୁଣିଗାରେଡି ସନ୍ଦେହରେ ହୋଇଥିବା ସୂଚନା ରହିଛି । ଏହା ମଧ୍ୟରୁ ସର୍ବାଧିକ ମାମଲା କେବଳ ଚାଇବାସ ଓ ସରେଇକେଲା ଅଞ୍ଚଳରୁ ବୋଲି ଜଣାପଡିଛି । କେବଳ ଏହି ଅଞ୍ଚଳରେ 233 ଜଣ ମହିଳା ହତ୍ୟାର ଶିକାର ହୋଇଛନ୍ତି । ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ହୋଇଥିବା ରିପୋର୍ଟ ପଞ୍ଜିକରଣ ଆଧାରରେ ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ନିର୍ଯାତନାର 18 କେସ ଦାୟର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.