ETV Bharat / bharat

ଆତଙ୍କବାଦୀ ଲିଙ୍କରେ ଗିରଫ ହୋଇଥିବା ଦେବିନ୍ଦର ସିଂହଙ୍କୁ ମିଳିଲା ଜାମିନ - terror case

ଆତଙ୍କବାଦୀଙ୍କ ସହିତ ସଂପର୍କ ଅଭିଯୋଗରେ ଧରାପଡ଼ିଥିବା ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀ (ଡିଏସ୍‌ପି) ଦେବିନ୍ଦର ସିଂହଙ୍କୁ ଜାମିନ ମିଳିଛି । ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ।

ଦେବିନ୍ଦର ସିଂହ
ଦେବିନ୍ଦର ସିଂହ
author img

By

Published : Jun 19, 2020, 7:37 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହିତ ସଂପର୍କ ଅଭିଯୋଗରେ ଗିରଫ ହୋଇଥିବା ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀ (ଡିଏସ୍‌ପି) ଦେବିନ୍ଦର ସିଂହଙ୍କୁ ଜାମିନ ମିଳିଛି । 1 ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସିଂହଙ୍କ ସହ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ଇରଫାନ ଶଫୀ ମୀରଙ୍କୁ ମଧ୍ୟ ଜାମିନ ମିଳିଛି ।

ତେବେ ଗିରଫର 3 ମାସ ପରେ ମଧ୍ୟ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଚାର୍ଜସିଟ ଦାଖଲ କରିବାରେ ବିଫଳ ହୋଇଥିଲା । ତେଣୁ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଦେବିନ୍ଦରଙ୍କ ଓକିଲ କହିଛନ୍ତି ।

ଦେବିନ୍ଦର ସିଂହ
ଦେବିନ୍ଦର ସିଂହ

ସେପଟେ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । କଂଗ୍ରେସ ନେତା ଶଶୀ ଥରୁର ଏନେଇ ଟ୍ବିଟ କରି କହିଛନ୍ତି, ସରକାର ଏଭଳି ହେବାକୁ ଦେଲେ କିପରି ? ବଡ ପ୍ରଶ୍ନ ହେଉଛି ଆମେ ସରକାରଙ୍କୁ ଏଭଳି ଲଜ୍ଜା ଜନକ କାର୍ଯ୍ୟ କରିବାରୁ ରୋକିଲୁନି କିପରି ?

ସୂଚନାଯୋଗ୍ୟ ଯେ, ଦେବିନ୍ଦର ସିଂହ ୩ ଆତଙ୍କବାଦୀ ତଥା ଟପ୍ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନବୀଦ ଏବଂ ତା’ର ଅନ୍ୟ ୨ ସହଯୋଗୀ ଇରଫାନ୍‌ ଏବଂ ରଫିକୁ ସୁରକ୍ଷା ଦେଇ ଦକ୍ଷିଣ କାଶ୍ମୀରର ସୋପିଆନ୍‌ରୁ ଶ୍ରୀନଗରର ବାଦାମୀ ବାଗ୍ କ୍ୟାଣ୍ଟନ୍‌ମେଣ୍ଟ୍‌ ନିକଟସ୍ଥ ତାଙ୍କ ବାସଭବନକୁ ନେଇଥିଲେ। ‌ନିଜ ବାସଭବନ‌ରେ ଡିଏସ୍‌ପି ସେମାନଙ୍କୁ ସାରାରାତି ଆଶ୍ରୟ ଦେଇଥିଲେ। ଶନିବାର ଦିନ ସକାଳେ ସେମାନେ ଜମ୍ମୁ ଅଭିମୁଖେ ବାହାରିଥିଲେ। ଜମ୍ମୁରୁ ଡିଏସ୍‌ପି ସେମାନଙ୍କୁ ଦିଲ୍ଲୀ ପଠାଇଥାନ୍ତେ। କିନ୍ତୁ ଡିଏସ୍‌ପିଙ୍କ ସହ ଏହି ୩ ଆତଙ୍କବାଦୀ ଜମ୍ମୁ-ଶ୍ରୀନଗର ରାଜପଥରେ ଏକାଠି ଧରା ପଡ଼ିବାପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କୁ ଖସାଇ ଦେବା ପାଇଁ ୧୨ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ ଦେବିନ୍ଦର ସିଂହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.