ETV Bharat / bharat

ଆଜମ ଖାନ ମାନସିକ ବିକାରଗ୍ରସ୍ତ: ସୁଷମା ସ୍ୱରାଜ - ସୁଷମା ସ୍ବରାଜଙ୍କ  କଡା ଜବାବ

ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ବିଜେପି ସାଂସଦ ରମାଦେବୀଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନକୁ ନେଇ ଶୁକ୍ରବାର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ କହିଛନ୍ତି, ଆଜମ ଖାନଙ୍କ ଦ୍ୱାରା ବାରମ୍ବାର ଦିଆଯାଉଥିବା ଏପରି ବୟାନ, ଏହା ପ୍ରମାଣ କରୁଛି ଯେ ସେ ମାନସିକ ବିକାରଗ୍ରସ୍ତ ।

ଫାଇଲ ଫଟୋ
author img

By

Published : Jul 27, 2019, 5:12 PM IST

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ ଦେଇଥିବା ବିବାଦୀୟ ବୟାନର ଜବାବ ଦେବାକୁ ଯାଇ ମୁହଁ ଖୋଲିଛନ୍ତି ପୂର୍ବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଗତ ଶୁକ୍ରବାର ସେ ଏନେଇ ଏକ ଟ୍ୱିଟ କରି କହିଛନ୍ତି, ଆଜମ ଖାନଙ୍କ ଦ୍ୱାରା ବାରମ୍ବାର ଦିଆଯାଉଥିବା ଏପରି ବୟାନ, ପ୍ରମାଣ କରୁଛି ଯେ ସେ ମାନସିକ ବିକାରଗ୍ରସ୍ତ ।

ଏଥିସହ ସେ କହିଛନ୍ତି, ବିଜେପି ସାଂସଦ ରମାଦେବୀଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନ ସବୁ ସୀମା ପାର କରିଦେଇଛି। ଆଜମ ଖାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ଏପଟେ ବିଜେପି ସାଂସଦ ରମାଦେବୀ ମଧ୍ୟ ଆଜମଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଆଜମ୍ ଖାନ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ 5 ବର୍ଷ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ରମାଦେବୀ ସରକାର ଏବଂ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ଗତ ଗୁରୁବାର ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁପସ୍ଥିତିରେ ବିଜେପି ସାଂସଦ ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରୁଥିଲେ । ଟ୍ରିପଲ ତଲାକ ବିଲ୍‌କୁ ନେଇ ଚାଲିଥିବା ଆଲୋଚନା ସମୟରେ ଆଜମ କହିଥିଲେ, ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ ।

Intro:Body:

ଜଳଭଣ୍ଡାରରେ ନାହିଁ ଜଳ, ସେଚାଞ୍ଚଳରେ ଜଳସେଚନ ବାଧାପ୍ରାପ୍ତ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର () ରାଜ୍ୟରେ ମରୁତିର ସ୍ଥିତି ଗମ୍ଭୀର । 5ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ 25 ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି । 79ରେ ସ୍ବାଭାବିକ ଓ 235ରେ କମ ବର୍ଷା ହୋଇଛି। 21ବ୍ଲକରେ ସ୍ବାଭାବିକ ଠାରୁ 59 ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି। 2 ଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିତି ଗମ୍ଭୀର ହେବ। ଲଘୁଚାପ ହୋଇଥିବାରୁ ବର୍ଷା ହେବାର ସମ୍ଭାବନା ହୋଇଛୁ। ନଦୀ ନାଳରେ ଜଳ ପ୍ରବାହ ଆଶା ଅନୁରୂପ ହୋଇନି । ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ 28 ପ୍ରତିଶତ ଜଳ ଗଚ୍ଛିତ ଥିବା ବେଳେ ଏବେ ମାତ୍ର 15.66 ପ୍ରତିଶତ ଜଳ ରହିଛି । ତେଣୁ ବିଭିନ୍ନ ଜଳଭଣ୍ଡାରର ସେଚାଞ୍ଚଳ ଗୁଡିକୁ ଜଳସେଚନ କରାଯାଇପାରୁନି । 2699ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ 2160ଟି ପ୍ରକଳ୍ପରେ ଜଳ ଡେଡ ଷ୍ଟୋରେଜ ତଳେ ରହିଥିବାରୁ ସେଠାରେ ମଧ୍ୟ ସେଚାଞ୍ଚଳରେ ଜଳସେଚନ ହୋଇପାରୁନି । ଆଜି ରାଜ୍ୟର ମରୁଡି ପରିସ୍ଥିତି ସଂପର୍କରେ ବିଧାନସଭାରେ ବିବୃତି ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି ।

ତେବେ ଏହି ବିବୃତ୍ତିରେ ଚାଷୀ ଆତ୍ମହତ୍ୟା ନେଇ ରାଜସ୍ବ ମନ୍ତ୍ରୀ କିଛି ଉତ୍ତର ନ ଦେବାରୁ କଂଗ୍ରେସ ସଭ୍ୟ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ । ରାଜ୍ୟରେ ମରୁଡି ପରିସ୍ଥିତି ଯୋଗୁଁ ଚାଷୀ ଆତ୍ମହତ୍ୟା କରିବା ଆରମ୍ଭ କଲେଣି । ଏ ସଂପର୍କରେ ବିରୋଧୀ ଦଳଗୁଡିକ ଉଦବେଗ ପ୍ରକାଶ କରିଥିଲେ । ତଦନୁଯାୟୀ ବାଚସ୍ପତି ମନ୍ତ୍ରୀଙ୍କୁ ବିବୃତ୍ତି ଦେବାକୁ ରୁଲିଂ ଦେଇଥିଲେ । କିନ୍ତୁ ଏଥିରେ ଚାଷୀ ଆତ୍ମହତ୍ୟା ସଂପର୍କରେ ଧାଡିଟିଏ ବି ନାହିଁ ବୋଲି ଅଭିଯୋଗ କରି କଂଗ୍ରେସ ବିଧାୟକଙ୍କ ମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହଟ୍ଟଗୋଳ କରିଥିଲେ । ପରେ ଅସନ୍ତୋଷ ପ୍ରକାଶ କରି ସେମାନେ କକ୍ଷତ୍ୟାଗ କରିଛନ୍ତି ।

ବାଇଟ – ସୁଦାମ ମାରାଣ୍ଡି, ରାଜସ୍ବ ମନ୍ତ୍ରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.