ନୂଆଦିଲ୍ଲୀ: ମୋଦିଙ୍କ ଦ୍ବିତୀୟ ପାଳିରେ ବିଦା ହେଲେ ସୁଷମା । ଚଳିତ ଥର ତାଙ୍କ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଛନ୍ତି ସୁଷମା ସ୍ବରାଜ । ତେବେ ମୋଦିଙ୍କ ପାଥମ ପାଳିରେ ତାଙ୍କୁ ବିଦେଶ ମନ୍ତ୍ରୀ ରୁପେ ସୁଯୋଗ ଦେଇଥିବାରୁ ମୋଦିଙ୍କୁ ଧନ୍ୟବାଦ୍ ଦେଇଛନ୍ତି ସୁଷମା । ଶପଥ ସମାରୋହର ଏକ ଘଣ୍ଟା ପରେ ସେ ଟ୍ବିଟ କରି ଏକ ବିଦାୟ ବାର୍ତ୍ତା ଦେଇଛନ୍ତି ।
ସେ ଟ୍ବିଟ୍ରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋତେ 5 ବର୍ଷ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀ ଭାବେ ଦେଶବାସୀ ଏବଂ ଭାରତୀୟଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି । ପୂର୍ବ କାର୍ଯ୍ୟକାଳରେ ବ୍ୟକ୍ତିଗତ ଭାବରେ ମଧ୍ୟ ମୋର ସମ୍ମାନ କରିଛନ୍ତି । ଏଥିପାଇଁ ମୁଁ ସର୍ବଦା ଆପଣଙ୍କ ନିକଟରେ କୃତଜ୍ଞ ରହିବି ବୋଲି କହିଛନ୍ତି ସୁଷମା ।
ସେପଟେ କେନ୍ଦ୍ର କ୍ୟାବିନେଟ୍ରେ ସୁଷମାଙ୍କ ଅନୁପସ୍ଥିତି ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । କିଛି ପ୍ରଶଂସକ ଏନେଇ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ତ ଆଉ କିଏ ତାଙ୍କୁ ମନ୍ତ୍ରୀ ବନାଇବା ପାଇଁ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ କରିଛି । ତେବେ ଆଉ କେତେକ ପ୍ରଶଂସକ ତାଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ନିବେଦନ କରିଛନ୍ତି ।