ETV Bharat / bharat

ଗରିବଙ୍କୁ ଆଉ 3 ମାସ ଦିଆଯାଉ ମାଗଣା ରାସନ: ସୁଶୀଲ ମୋଦି

author img

By

Published : Jun 24, 2020, 3:57 PM IST

ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଲକଡାଉନ ସମୟରେ ସମସ୍ତ ପଞ୍ଜିକୃତ ଓ ଅଣ-ପଞ୍ଜିକୃତ ଲୋକଙ୍କୁ ରାସନ ବଣ୍ଟନ କରିଥିବା କହିଛନ୍ତି । ଅଧିକ ପଢନ୍ତୁ..

ଗରିବଙ୍କୁ ଆଉ 3 ମାସ ଦିଆଯାଉ ମାଗଣା ରାସନ: ସୁଶୀଲ ମୋଦି
ଗରିବଙ୍କୁ ଆଉ 3 ମାସ ଦିଆଯାଉ ମାଗଣା ରାସନ: ସୁଶୀଲ ମୋଦି

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପ୍ରବାସୀ କଲ୍ୟାଣ ଯୋଜନା ଅଧୀନରେ ଗରିବ ମାନଙ୍କୁ ଆଉ 3 ମାସ ମାଗଣା ରାସନ ଦାବି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥାବାର୍ତ୍ତା ବେଳେ ସେ ଏହି ଦାବି କରିଛନ୍ତି । ଏପ୍ରିଲରୁ ଜୁନ ଭଳି କୋରୋନା ସଙ୍କଟ ସମୟରେ ଗରିବ ଲୋକଙ୍କୁ ଆଗାମୀ 3 ମାସ, ଜୁଲାଇ-ସେପ୍ଟେମ୍ବର ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମାଗଣା ରାସନ ଦିଆଯିବା ଉଚିତ ବୋଲି ସୁଶୀଲ କୁମାର ମୋଦି ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଲକଡାଉନର ପ୍ରଭାବ କିଛି ପରିମାଣରେ ଜାରି ରହିଛି ଏବଂ ଗରିବ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ସମୟରେ ବିହାରର 8.71 କୋଟି ଗରିବଙ୍କୁ 3 ମାସ ପାଇଁ ପ୍ରତି ମାସରେ 5 କିଗ୍ରା ଅର୍ଥାତ 15 କିଗ୍ରା ଚାଉଳ ଦିଆଯାଛି । ଯାହାର ବଜାର ମୂଲ୍ୟ 28 ଟଙ୍କା ହିସାବରେ 5057.30 କୋଟି ତଥା 1.68 କୋଟି ପରିବାରକୁ 120 ଟଙ୍କା କିଲୋଗ୍ରାମ ଦରରେ 610 କୋଟି ଟଙ୍କା ଦର ପ୍ରତି ମାସରେ 1 କିଲୋଗ୍ରାମ ତଥା 3 କିଲୋଗ୍ରାମ ଡାଲି ମାଗଣାରେ ଦିଆଯାଇଛି ।

ସେ କହିଛନ୍ତି ଯେ ଏହା ବ୍ୟତୀତ ଅନ୍ୟ ରାଜ୍ୟରୁ ଅଣ-ରାସନ କାର୍ଡଧାରୀ 86 ଲକ୍ଷ 40 ହଜାର ଲୋକଙ୍କୁ ମେ ଓ ଜୁନରେ ପ୍ରତିମାସରେ 5 କିଲୋଗ୍ରାମ ଅର୍ଥାତ 10 କିଲୋଗ୍ରାମ ଚାଉଳ ଏବଂ 2 କିଲୋଗ୍ରାମ ଡାଲି ମୋଟ 337.15 କୋଟି ଟଙ୍କାର ମାଗଣାରେ ବଣ୍ଟନ କରାଯାଇଛି । ଲକଡାଉନ ସମୟରେ ସମୁଦାୟ 6024.45 କୋଟିର ରାସନ ବଣ୍ଟନ ଗରିବଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିକର ଥିଲା ।

ସୁଶୀଲ କୁମାର ମୋଦି କହିଛନ୍ତି ଯେ, ବିହାରରେ ଏମିତି ଗୋଟିଏ ବି ପରିବାର ନାହିଁ ଯିଏ ମାଗଣା ରାସନରୁ ବଞ୍ଚିତ ହୋଇଛି । ଫଳସ୍ୱରୂପ, 2 ମାସର ଲକଡାଉନ ସମୟରେ, ଲୋକଙ୍କ ଘରେ ରହିବା ଏବଂ ସମସ୍ତ ପ୍ରକାର କାମ ବନ୍ଦ କରିବା ସତ୍ତ୍ୱେ କେହି ଭୋକିଲା ରହିନାହାଁନ୍ତି ।

ସେହିଭଳି ଯଦି ଆସନ୍ତା 3 ମାସ ପାଇଁ ମାଗଣା ରାସନ ବଣ୍ଟନ କରାଯାଏ, ତେବେ ଗରିବ ଲୋକଙ୍କୁ କେବଳ ଆଶ୍ବସ୍ତି ମିଳିବ ତାହା ନୁହେଁ ବରଂ ଲକଡାଉନ ପ୍ରଭାବ, ବନ୍ୟା ଏବଂ ମରୁଡ଼ିର ପରି ବିପର୍ଯ୍ୟୟ ସ୍ଥିତିର ସେ ସାମ୍ନା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.