ETV Bharat / bharat

ବିହାର ବିଧାନସଭାରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା - ସୁଶାନ୍ତ ସିଂ ରାଜପୁ

ସୋମବାର ବିହାର ବିଧାନସଭାର ମୌସୁମୀ ଅଧିବେଶନ ହୋଇଛି । ତେବେ ଗୃହରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଚର୍ଚ୍ଚା ହୋଇଛି ।

ବିହାର ବିଧାନସଭାରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

author img

By

Published : Aug 3, 2020, 9:11 PM IST

ପାଟନା : ବିହାର ବିଧାନସଭାରେ ଶୁଭିଲା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା । ସୋମବାର ବିହାର ବିଧାନସଭାର ମୌସୁମୀ ଅଧିବେଶନ ହୋଇଛି । ତେବେ ଗୃହରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଚର୍ଚ୍ଚା ହୋଇଛି । ସମସ୍ତ ଦଳର ବିଧାୟକମାନେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ବିହାର ବିଧାନସଭାରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

ବିଧାନସଭାରେ ଉମ୍ବ୍ରେଲା ବିଧାୟକ ତଥା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଭାଇ ନୀରଜ କୁମାର ବାବଲୁ କହିଛନ୍ତି, ମହାରାଷ୍ଟ୍ର ପୋଲିସ ବିହାର ପୋଲିସକୁ ସମର୍ଥନ କରୁନାହିଁ। ତଦନ୍ତ ଭଲ ଭାବରେ ହେଉନାହିଁ । ତେଣୁ ଏହି ମାମଲାରେ ସିବିଆଇ ତଦନ୍ତ କରାଯିବ ଉଚିତ ବୋଲି ସେ କହିଛନ୍ତି ।

ସେପଟେ ବିହାର ପୋଲିସକୁ ମହାରାଷ୍ଟ୍ର ପୋଲିସ କିପରି ଅସଦାଚରଣ କରିଛି ତାହା ସମଗ୍ର ଦେଶ ସାମ୍ନାରେ ଅଛି ବୋଲି ଛତା ବିଧାୟକ କହିଛନ୍ତି। ସେ କହିଛନ୍ତି, ଏଠାରୁ ଅନୁସନ୍ଧାନ କରିବାକୁ ଯାଇଥିବା ପୋଲିସ ଦଳକୁ ଯେଉଁଭଳି ଭାବେ ଏହି ମାମଲାରୁ ଦୂରେଇ ରଖାଯାଉଛି । ସେଥିରୁ ସ୍ପଷ୍ଟ ଯେ ମୁମ୍ବାଇ ପୋଲିସ ଦ୍ବାରା ତଦନ୍ତ ଠିକ୍ ଭାବେ କରାଯାଉନାହିଁ। ଏହି ଘଟଣାରେ ସିବିଆଇ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି।

ଏଠାରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ମଧ୍ୟ ବିଧାୟକ ନୀରଜଙ୍କୁ ସମର୍ଥନ କରିଥିଲେ। ସେ କହିଛନ୍ତି ଯେ, ଆରଜେଡି ଆରମ୍ଭରୁ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସହିତ ଅଛି। ଏହି ପ୍ରସଙ୍ଗରେ ସରକାର ଗମ୍ଭୀର ହେବାକୁ ପଡ଼ିବ । ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ସରକାର ଏହା ଉପରେ ଗମ୍ଭୀରତା ଦେଖାଇବା ଉଚିତ୍ ବୋଲି ସେ କହିଛନ୍ତି ।

ଗୃହରେ ଉପସ୍ଥିତ ଥିବା କଂଗ୍ରେସ ଏବଂ ଜେଡିୟୁ ବିଧାୟକମାନେ ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.