ETV Bharat / bharat

ବିନୟ ତିୱାରୀଙ୍କୁ କ୍ବାରେଣ୍ଟିନ ମୁକ୍ତ କଲା ବ୍ରିହାନ ମୁମ୍ବାଇ

author img

By

Published : Aug 7, 2020, 9:10 AM IST

Updated : Aug 7, 2020, 9:16 AM IST

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଆସିଥିବା ବିହାର ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ କ୍ବାରେଣ୍ଟିନ ମୁକ୍ତ କରିବ ବ୍ରିହାନ ମୁମ୍ବାଇ କର୍ପୋରେସନ।

ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ କ୍ବାରେଣ୍ଟିନ ମୁକ୍ତ କଲା ବ୍ରିହାନ ମୁମ୍ବାଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଆସିଥିବା ବିହାର ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ କ୍ବାରେଣ୍ଟିନ ମୁକ୍ତ କରିବ ବ୍ରିହାନ ମୁମ୍ବାଇ କର୍ପୋରେସନ। ଅଗଷ୍ଟ 8 ରେ ତାଙ୍କୁ ପାଟନାକୁ ଫେରିବାକୁ ଅନୁମତି ମିଳିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର ହେବାର ଦୁଇ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି।

ବିହାର ପୋଲିସ ମୁମ୍ବାଇ ପୋଲିସ ଉପରେ ଅନେକ ଅଭିଯୋଗ ଆଣିଥିଲା ଏବଂ ବିହାର ଆଇପିଏସକୁ କ୍ବାରେଣ୍ଟିନ୍ ନୁହେଁ ବରଂ 'ଗୃହ ବନ୍ଦୀ' ଅଧୀନରେ ରଖିଥିବା ଅଭିଯୋଗ କରିଥିଲେ। ବିଏମ୍ଏସ୍ ଏକ ବିବୃତ୍ତିରେ କହିଛି, ''ଅଗଷ୍ଟ 8ରେ ଆଇପିଏସ୍ ଅଧିକାରୀ ବିନୟ ତିୱାରୀ ପାଟନାକୁ ଫେରିବା ସହ ତାଙ୍କ କାର୍ଯ୍ୟ ଆରମ୍ଭ କରିପାରିବେ। ''

''ଆଇପିଏସ୍ ଅଧିକାରୀ ମୁକ୍ତି ପାଇଁ ବିହାର ପୋଲିସ୍ ମୁଖ୍ୟ ଗୁପ୍ତେଶ୍ବର ପାଣ୍ଡେ ଟ୍ୱିଟରରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ଗତକାଲି ବିଏମସି କମିଶନରଙ୍କୁ ଚିଠି ଲେଖି ଆଇପିଏସ୍ ଅଧିକାରୀ ବିନୟଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ଆଜି ତାଙ୍କୁ ମୁକ୍ତ କରାଯାଇଛି ଏବଂ ସେ ସନ୍ଧ୍ୟାରେ ପାଟନାକୁ ଫେରିବେ। ଏନେଇ ସେ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି। ''

ଅଗଷ୍ଟ 6 ରେ, ବିହାର ପୋଲିସ୍ ମୁଖ୍ୟ ଗୁପ୍ତେଶ୍ବର ପାଣ୍ଡେ କହିଥିଲେ, ଯଦି ଆଇପିଏସ୍ ଅଧିକାରୀଙ୍କୁ ଶୁକ୍ରବାର ସୁଦ୍ଧା "ଜବରଦସ୍ତ କ୍ବାରେଣ୍ଟିନ" ରୁ ମୁକ୍ତ ନକରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ।

ବିହାର ପୋଲିସର ସୂଚନାନୁସାରେ, ତିୱାରୀଙ୍କ ରହିବା ପାଇଁ ଆଇପିଏସ୍ ମେସ୍ ଆନୁଷ୍ଠାନିକ ଭାବେ ଖୋଜା ଯାଇଥିଲା କିନ୍ତୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇ ନଥିଲା ଏବଂ ଯେତେବେଳେ ତିୱାରୀ ନିଜେ ଏକ ଗେଷ୍ଟହାଉସ୍ ବ୍ୟବସ୍ଥା କରିଥିଲେ ସେତେବେଳେ ତାଙ୍କୁ ବିଏମସି ଅଧିକାରୀମାନେ ଘରୋଇ କ୍ବାରେଣ୍ଟିନ ପାଇଁ ନେଇଥିଲେ।

ସୂଚନାଯୋଗ୍ୟ ଯେ ଆଇପିଏସ୍ ବିନୟ ତିୱାରୀ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିଲେ। ତିୱାରୀ ରବିବାର (ଅଗଷ୍ଟ ୨)) ପାଟନା ଠାରୁ ମୁମ୍ବାଇରେ ପହଞ୍ଚିଥିଲେ।

Last Updated : Aug 7, 2020, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.