ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ଯାଞ୍ଚକୁ ଜୋରଦାର କରିଛି ଏନସିବି । ଏପରିସ୍ଥିତିରେ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିସାରିଛି ଅନେକ ଜଣାଶୁଣା ଅଭିନେତ୍ରୀଙ୍କ ନାଁ । ଏହିକ୍ରମରେ ଏନସିବିର ରାଡାରକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ଓ ଶ୍ରଦ୍ଧା କପୁର । ସମସ୍ତଙ୍କୁ ସମନ ଜାରି କରିଛି ଏନସିବି ।
ଆଗାମୀ 3 ଦିନ ମଧ୍ୟରେ ଏହି ହାଇପ୍ରୋଫାଇଲ ବଲିଉଡ ଅଭିନେତ୍ରୀଙ୍କୁ ବୟାନ ରେକର୍ଡ ପାଇଁ ଏନସିବି ସାମ୍ନାରେ ହାଜର ହେବାକୁ ପଡିବ । ହେଲେ ଦୀପିକାଙ୍କୁ ଗୁରୁବାର ହିଁ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।