ETV Bharat / bharat

ରାହୁଲଙ୍କ ବିଦେଶ ଗସ୍ତ ନେଇ ମୁହଁ ଖୋଲିଲା ଦଳ, କହିଲା ସମାଲୋଚନା ଭିତ୍ତିହୀନ

author img

By

Published : Dec 28, 2020, 9:36 PM IST

ଆଜି କଂଗ୍ରେସ ତାର 136ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଏହାର ଠିକ ଗୋଟିଏ ଦିନ ପୂର୍ବରୁ ରାହୁଲଙ୍କ ଗସ୍ତ ନେଇ ସମାଲୋଚନା ବଢୁଥିବାବେଳେ ତାଙ୍କ ସମର୍ଥନରେ ବାହାରିଛି ଦଳ । ପଢନ୍ତୁ ଅଧିକ....

ରାହୁଲଙ୍କ ବିଦେଶ ଗସ୍ତ ନେଇ ମୁହଁ ଖୋଲିଲା ଦଳ , କହିଲା ସମାଲୋଚନା ଭିତ୍ତୀହିନ

ନୂଆଦିଲ୍ଲୀ: ଆଜି କଂଗ୍ରେସ ତାର 136ତମ ପ୍ରତିଷ୍ଠା ପାଳନ କରୁଥିବାବେଳେ ଏହାର ଠିକ ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ନେଇ ସମାଲୋଚନା ବଢୁଥିବାବେଳେ ତାଙ୍କ ସମର୍ଥନରେ ବାହାରିଛି ଦଳ । ଦଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ରଣଦୀପ ସୁରଜେଓ୍ବାଲା ବିରୋଧୀଙ୍କର ଏପରି ସମାଲୋଚନାକୁ ଭିତ୍ତିହୀନ ବୋଲି କହିଛନ୍ତି । ରାହୁଲ ବର୍ତ୍ତମାନର ଦଳର ସଭାପତି କିମ୍ବା କୌଣସି ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟକର୍ତ୍ତା ଦାୟିତ୍ବରେ ନାହାଁନ୍ତି, ତେଣୁ ପ୍ରତିଷ୍ଠା ଦିବସରେ ସେ ଉପସ୍ଥିତ ରହିବା ବାଧ୍ୟତାମୂଳକ ନୁହେଁ । ତାଙ୍କୁ ଏଥିପାଇଁ ସମାଲୋଚନା କରାଯିବା ଭିତ୍ତିହୀନ ।

ଗଣମାଧ୍ୟମକୁ ସୂଚନା ଦେଇ ରଣଦୀପ କହିଛନ୍ତି ଯେ ରାହୁଲ ଗାନ୍ଧୀ ବର୍ତ୍ତମାନ କୌଣସି ସାଂଗଠନିକ ଦାୟିତ୍ବରେ ନାହାଁନ୍ତି । ସେ ଦଳର ସାଧାରଣ କର୍ମକର୍ତ୍ତା । ତାଙ୍କ ଜେଜେମା ଅସୁସ୍ଥ ଥିବା କାରଣରୁ ସେ ବିଦେଶ ଗସ୍ତରେ ଅଛନ୍ତି । ପରିବାର ଜଣେ ସଦସ୍ୟଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ବିଦେଶ ଗସ୍ତରେ କଣ ଆପତ୍ତି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗତକାଲି (ରବିବାର) ରାହୁଲ ବିଦେଶ ଗସ୍ତ କରିଥିବା କଥା ସ୍ପଷ୍ଟ କରିଥିଲା କଂଗ୍ରେସ । ଆଜି ଦଳର 136ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାବେଳେ ଏହାର ଗୋଟିଏ ଦିନ ପୂର୍ବରୁ ରାହୁଲଙ୍କ ବିଦେଶ ଗସ୍ତ ନେଇ ଆଲୋଚନା ଜୋର ଧରିବାରୁ ଦଳ ପକ୍ଷରୁ ସ୍ପଷ୍ଟିକରଣ ରଖିଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ରଣଦୀପ ସୁରଜେଓ୍ବାଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.