ETV Bharat / bharat

ହାଥରସ ମାମଲା: ସାମ୍ବାଦିକଙ୍କ ଜାମିନ ଆବେଦନ ତଳକୋର୍ଟରେ କରିବାକୁ SC ଙ୍କ ନିର୍ଦ୍ଦେଶ

author img

By

Published : Oct 12, 2020, 4:03 PM IST

ହାଥରସ ଘଟଣାକୁ ନେଇ ସିବିଆଇ ତଦନ୍ତ ଆରମ୍ଭ କରିଛି। ଜାତିଗତ ହିଂସା ମାମଲାରେ ଗିରଫ ସାମ୍ବାଦିକଙ୍କ ଆବେଦନକୁ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି ।

ହାଥରସ କାଣ୍ଡ
ହାଥରସ କାଣ୍ଡ

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ସିବିଆଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଜାତିଗତ ହିଂସା ସମ୍ପର୍କରେ ରାଜ୍ୟ ସରକାର ଯାହା ପ୍ରକାଶ କରିଛନ୍ତି ତାହା ମଧ୍ୟ ଅନୁସନ୍ଧାନ ଚାଲିଛି। ଏହି ମାମଲାରେ ୟୁପି ସରକାର କେରଳର ସାମ୍ବାଦିକ ସିଦ୍ଦିକି କପନଙ୍କ ସମେତ 4 ଜଣଙ୍କୁ ଗିରଫ କରିଛନ୍ତି। ତେବେ ସିଦ୍ଦିକି କପନଙ୍କ ଜାମିନ ଆବେଦନ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।

ଜାମିନ ପାଇଁ ଆବେଦନକାରୀଙ୍କୁ ଉପଯୁକ୍ତ କୋର୍ଟରେ ଆବେଦନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ମାତ୍ର ଆବେଦନକାରୀ କହିଛନ୍ତି ଯେ ଏଭଳି ମାମଲାରେ କୌଣସି କୋର୍ଟ ଶୀଘ୍ର ଜାମିନ ଦେବେ ନାହିଁ। ଏହାର ଉତ୍ତରରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ତଳକୋର୍ଟରୁ ଜାମିନ ନ ମିଳିଲେ ଆବେଦନକାରୀ ସୁପ୍ରିମକୋର୍ଟ ଆସିପାରିବେ। କୋର୍ଟ ବର୍ତ୍ତମାନ ଏହି ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି।

ପ୍ରକାଶଥାଉକି, ହାଥରସ ଗଣଦୁଷ୍କର୍ମ ଘଟଣା ପରେ ବହୁ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ୟୁପି ସରକାର ଜାତିଗତ ଦଙ୍ଗା ଷଡଯନ୍ତ୍ର ଅଭିଯୋଗ କରି 4 ଜଣଙ୍କୁ ଗିରଫ କରିଥିଲେ । ଏଥିରେ ମାଲାୟଲାମ ସାମ୍ବାଦିକ ମଧ୍ୟ ରହିଥିଲେ । ସାମ୍ବାଦିକଙ୍କ ବିରୁଦ୍ଧରେ UAPA ଅଧୀନରେ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.